ETV Bharat / bharat

ତ୍ରିରଙ୍ଗାକୁ ଅସମ୍ମାନ କରି ସ୍କୁଲ ପ୍ରିନ୍ସିପାଲ ଗିରଫ - ଆଜାଦୀ କା ଅମୃତ ମହୋତ୍ସବ

ଆଜାଦୀ କା ଅମୃତ ମହୋତ୍ସବ ସହ ହର ଘର ତ୍ରିରଙ୍ଗା ଅଭିଯାନରେ ଦେଶ ତ୍ରିରଙ୍ଗାମୟ ହେଉଥିବା ବେଳେ ଏହାରି ଭିତରେ ଜାମସେଦପୁରର ଏକ ବିଦ୍ୟାଳୟରେ ତ୍ରିରଙ୍ଗାକୁ ଅସମ୍ନାନ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଅଭିଯୋଗ ପରେ ସ୍କୁଲ ପ୍ରିନ୍ସିପାଲଙ୍କୁ ଗିରଫ କରିଛି ପୋଲିସ (Principal arrested for insulting national flag)। ଅଧିକ ପଢନ୍ତୁ

ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହେଲେ ସ୍କୁଲ ପ୍ରିନ୍ସିପାଲ

author img

By

Published : Dec 10, 2022, 11:40 AM IST

ରାଞ୍ଚି: ତ୍ରିରଙ୍ଗାକୁ ଦେଶର ଗର୍ବ ଏବଂ ଗୌରବ କୁହାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଅପମାନ କରାଯାଉଥିବା ଖବର ସାମ୍ନାକୁ ଆସୁଛି । ଜାତୀୟ ପତାକା ଆମ ମାନ ସ୍ବାଭିମାନ ବୋଲି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ ଖୋଦ ଜଣେ ପ୍ରିନ୍ସିପାଲ ଏହାର ଅପମାନ କରିଥିବା ଖବର ସାମ୍ନାକୁ ଆସିଛି । ଏହା ଘଟଣା ଗୁରୁବାର ଦିନର ହୋଇଥିବା ବେଳେ ଶିକ୍ଷକ ଜଣକ ତ୍ରିରଙ୍ଗା ପତାକାକୁ ଚିରି ପିଲାମାନଙ୍କୁ ଟେବୁଲ ସଫା କରିବାକୁ ଦେଇଥିଲେ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଜାମସେଦପୁରରେ । ଅଭିଯୋଗ ପରେ ସ୍କୁଲ ପ୍ରିନ୍ସିପାଲଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ଘାଟସିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାର ଦିନ ସ୍କୁଲରେ ଛାତ୍ରଛାତ୍ରୀମାନେ ପହଞ୍ଚିଥିଲେ । ଏହାପରେ ସ୍କୁଲ ପ୍ରିନ୍ସିପାଲ ତ୍ରିରଙ୍ଗାକୁ ଚିରି ପିଲାମାନଙ୍କୁ ଟେବୁଲ ସଫା କରିବା ପାଇଁ ଖଣ୍ଡେ ଖଣ୍ଡେ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ଛାତ୍ରଛାତ୍ରୀମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ଜିଲ୍ଲା ପରିଷଦ ସଦସ୍ୟ କରଣ ସିଂଙ୍କୁ ଜଣାଇଥିଲେ । ଏହାପରେ ଗ୍ରାମବାସୀଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ସ୍କୁଲରେ ପହଞ୍ଚି ପ୍ରତିବାଦ କରିଥିଲେ । ଏହାପରେ ଖବରପାଇ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: World Human Rights Day: ଏକତାର ଗାଥା ବହନ କରେ ମାନବାଧିକାର ଦିବସ

ଅନ୍ୟପଟେ ଜିଲ୍ଲା ପରିଷଦ ସଦସ୍ୟ କରଣ ସିଂ ଘାଟିଲା ପୋଲିସ ଷ୍ଟେସନରେ ସ୍କୁଲ ପ୍ରିନ୍ସିପାଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଅଭିଯୋଗ ଅନୁସାରେ ସ୍କୁଲ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇଥିଲା (Principal arrested for insulting national flag)। ଏହି ଘଟଣାକୁ ନେଇ ଥାନା ଅଧିକାରୀ ଶମ୍ଭୁ ଗୁପ୍ତା କହିଛନ୍ତି," ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ନାମରେ ୧୧୩/22ରେ ଏକ ମାମଲା ରୁଜୁ କରାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.