ETV Bharat / bharat

ଆଜି ଶିବଗିରି ତୀର୍ଥଯାତ୍ରା ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବେ ମୋଦି

author img

By

Published : Apr 26, 2022, 10:13 AM IST

କେରଳର ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ଆଜି ଶିବଗିରି ତୀର୍ଥଯାତ୍ରା ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବେ ମୋଦି
ଆଜି ଶିବଗିରି ତୀର୍ଥଯାତ୍ରା ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ: ଆଜି (ମଙ୍ଗଳବାର) ଶିବଗିରି ତୀର୍ଥଯାତ୍ରା 90ତମ ବାର୍ଷିକୀ । କେରଳର ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

  • Will address a programme to mark the 90th anniversary of the Sivagiri pilgrimage and Golden Jubilee of Brahma Vidyalaya tomorrow at 10:30 AM. Requesting everyone, especially those connected with the Sivagiri Mutt to share their insights for the programme. https://t.co/qNfF5bvFuv

    — Narendra Modi (@narendramodi) April 25, 2022 " class="align-text-top noRightClick twitterSection" data=" ">

Will address a programme to mark the 90th anniversary of the Sivagiri pilgrimage and Golden Jubilee of Brahma Vidyalaya tomorrow at 10:30 AM. Requesting everyone, especially those connected with the Sivagiri Mutt to share their insights for the programme. https://t.co/qNfF5bvFuv

— Narendra Modi (@narendramodi) April 25, 2022

ମହାନ ସାମାଜିକ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନରେ ଶିବଗିରି ତୀର୍ଥଯାତ୍ରା ଏବଂ ବ୍ରହ୍ମା ବିଦ୍ୟାଳୟ ଆରମ୍ଭ ହୋଇଥିଲା । ପୂର୍ବାହ୍ନ 10ଟା 30ରେ ସୁବର୍ଣ୍ଣ ଜୟନ୍ତୀ ସହ ଜଡିତ ସମାରୋହ ଆରମ୍ଭ ହେବ । ପ୍ରତିବର୍ଷ ଶିବଗିରି ତୀର୍ଥଯାତ୍ରା 30 ଡିସେମ୍ବରରୁ ଜାନୁଆରୀ ପହିଲା ଭିତରେ ହୁଏ । ଶ୍ରୀ ନାରାୟଣ ଗୁରୁଙ୍କ ମତରେ ତୀର୍ଥଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ସାମଗ୍ରିକ ବିକାଶ ଏବଂ ସମୃଦ୍ଧତାରେ ସାହାଯ୍ୟ କରିବା । ସ୍ବଚ୍ଛତା, ହସ୍ତତନ୍ତ, ବାଣିଜ୍ୟ, କୃଷି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ସଂଗଠିତ ପ୍ରୟାସର ଆଠଟି ବିଷୟବସ୍ତୁ ଉପରେ ଧ୍ୟାନ ଦିଆଯାଏ ।

1933 ମସିହାରେ ଶିବଗିରି ତୀର୍ଥଯାତ୍ରା ଖୁବ୍ କମ୍ ଭକ୍ତଙ୍କୁ ନେଇ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହା ଦକ୍ଷିଣ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି । ଏହି ତୀର୍ଥଯାତ୍ରା ପାଇଁ ପ୍ରତିବର୍ଷ ସମଗ୍ର ବିଶ୍ବରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ସମସ୍ତ ଧର୍ମର ନୀତିକୁ ସମାନ ସମ୍ମାନ ଦେବା ପାଇଁ ଶ୍ରୀ ନାରାୟଣ ଗୁରୁ ଏହାର କଳ୍ପନା କରିଥିଲେ । ଏହାକୁ ସାକାର କରିବା ପାଇଁ ବ୍ରହ୍ମା ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି । ଶିବଗିରି ମଠ ସହ ଜଡିତ ସମସ୍ତଙ୍କୁ ନିଜର ମତାମତ ଦେବାକୁ କହିଛନ୍ତି ମୋଦି । ଶିକ୍ଷା ଏବଂ ସେବା କ୍ଷେତ୍ରରେ ଏହା ଭଲ କାର୍ଯ୍ୟ କରିଛି । ଏହାପୂର୍ବରୁ 2013 ଓ 2015ରେ ମୋଦି ଏହି ମଠ ପରିଦର୍ଶନରେ ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ଆଜି (ମଙ୍ଗଳବାର) ଶିବଗିରି ତୀର୍ଥଯାତ୍ରା 90ତମ ବାର୍ଷିକୀ । କେରଳର ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

  • Will address a programme to mark the 90th anniversary of the Sivagiri pilgrimage and Golden Jubilee of Brahma Vidyalaya tomorrow at 10:30 AM. Requesting everyone, especially those connected with the Sivagiri Mutt to share their insights for the programme. https://t.co/qNfF5bvFuv

    — Narendra Modi (@narendramodi) April 25, 2022 " class="align-text-top noRightClick twitterSection" data=" ">

ମହାନ ସାମାଜିକ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନରେ ଶିବଗିରି ତୀର୍ଥଯାତ୍ରା ଏବଂ ବ୍ରହ୍ମା ବିଦ୍ୟାଳୟ ଆରମ୍ଭ ହୋଇଥିଲା । ପୂର୍ବାହ୍ନ 10ଟା 30ରେ ସୁବର୍ଣ୍ଣ ଜୟନ୍ତୀ ସହ ଜଡିତ ସମାରୋହ ଆରମ୍ଭ ହେବ । ପ୍ରତିବର୍ଷ ଶିବଗିରି ତୀର୍ଥଯାତ୍ରା 30 ଡିସେମ୍ବରରୁ ଜାନୁଆରୀ ପହିଲା ଭିତରେ ହୁଏ । ଶ୍ରୀ ନାରାୟଣ ଗୁରୁଙ୍କ ମତରେ ତୀର୍ଥଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ସାମଗ୍ରିକ ବିକାଶ ଏବଂ ସମୃଦ୍ଧତାରେ ସାହାଯ୍ୟ କରିବା । ସ୍ବଚ୍ଛତା, ହସ୍ତତନ୍ତ, ବାଣିଜ୍ୟ, କୃଷି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ସଂଗଠିତ ପ୍ରୟାସର ଆଠଟି ବିଷୟବସ୍ତୁ ଉପରେ ଧ୍ୟାନ ଦିଆଯାଏ ।

1933 ମସିହାରେ ଶିବଗିରି ତୀର୍ଥଯାତ୍ରା ଖୁବ୍ କମ୍ ଭକ୍ତଙ୍କୁ ନେଇ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହା ଦକ୍ଷିଣ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି । ଏହି ତୀର୍ଥଯାତ୍ରା ପାଇଁ ପ୍ରତିବର୍ଷ ସମଗ୍ର ବିଶ୍ବରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ସମସ୍ତ ଧର୍ମର ନୀତିକୁ ସମାନ ସମ୍ମାନ ଦେବା ପାଇଁ ଶ୍ରୀ ନାରାୟଣ ଗୁରୁ ଏହାର କଳ୍ପନା କରିଥିଲେ । ଏହାକୁ ସାକାର କରିବା ପାଇଁ ବ୍ରହ୍ମା ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି । ଶିବଗିରି ମଠ ସହ ଜଡିତ ସମସ୍ତଙ୍କୁ ନିଜର ମତାମତ ଦେବାକୁ କହିଛନ୍ତି ମୋଦି । ଶିକ୍ଷା ଏବଂ ସେବା କ୍ଷେତ୍ରରେ ଏହା ଭଲ କାର୍ଯ୍ୟ କରିଛି । ଏହାପୂର୍ବରୁ 2013 ଓ 2015ରେ ମୋଦି ଏହି ମଠ ପରିଦର୍ଶନରେ ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.