ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ରାଜସ୍ଥାନ ଗସ୍ତରେ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ 11ଟା ସମୟରେ ପ୍ରଧାନମନ୍ତ୍ରୀ ନାଥଦ୍ବାରର ଶ୍ରୀନାଥଜୀ ମନ୍ଦିର ଯାଇ ଦର୍ଶନ କରିବେ । ପ୍ରାୟ 11: 45ରେ ନାଥଦ୍ବାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ । ପରେ, ଅପରାହ୍ନ 3.15ରେ ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ ।
-
Rajasthan | PM Modi will lay the foundation stone tomorrow, for the redevelopment of Udaipur railway station
— ANI (@ANI) May 9, 2023 " class="align-text-top noRightClick twitterSection" data="
(Illustration pictures of Udaipur railway station post-redevelopment) pic.twitter.com/GoJggQWbWK
">Rajasthan | PM Modi will lay the foundation stone tomorrow, for the redevelopment of Udaipur railway station
— ANI (@ANI) May 9, 2023
(Illustration pictures of Udaipur railway station post-redevelopment) pic.twitter.com/GoJggQWbWKRajasthan | PM Modi will lay the foundation stone tomorrow, for the redevelopment of Udaipur railway station
— ANI (@ANI) May 9, 2023
(Illustration pictures of Udaipur railway station post-redevelopment) pic.twitter.com/GoJggQWbWK
ରାଜସ୍ଥାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 5500 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଭିତ୍ତିଭୂମି, ଯୋଗାଯୋଗ । ଏଥିରେ ସଡକ ଓ ରେଳ ପ୍ରକଳ୍ପ ରହିଛି । ଯାହା ଦ୍ବାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ । ପ୍ରଧାନମନ୍ତ୍ରୀ ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନର ରାସ୍ତାର ବିକାଶ ପାଇଁ ଶିଳାନ୍ୟାସ କରିବେ । ଏହା ବ୍ୟତୀତ ଉଦୟପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିଭୂମି ରଖିବେ । ଗେଜ ରୂପାନ୍ତର ପ୍ରକଳ୍ପ ତଥା ନାଥୱାରା ଠାରୁ ରାଜସମନ୍ଦର ନାଥଦ୍ବାର ଟାଉନ ପର୍ଯ୍ୟନ୍ତ ଏକ ନୂତନ ଲାଇନ ସ୍ଥାପନ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।
ଏତତ ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶକୁ ତିନିଟି ଜାତୀୟ ରାଜପଥକୁ ଉତ୍ସର୍ଗ କରିବେ । ଏଥିରେ ରହିଛି ଏନଏଚ-48 ରେ 114 କିମିର ଛଅ ଲେନ ଉଦୟପୁରରୁ ସାମଲାଜି ସେକସନ, ଏନଏଚ- 25 ରେ ବାର-ବିଲାରା-ଜୋଧପୁର ସେକ୍ସନରେ 110 କିମି ଦୀର୍ଘ ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ସହିତ 4 ଲେନ ପେଭଡ ସୋଲଡର ଓ ଏନଏଚ 58ଇ ରେ ପେଭଡ ସୋଲଡର ସେକସନ ସହିତ 47 କିମି ଲମ୍ବର ଦୁଇ ଲେନ ସଡକ ।
ଗସ୍ତ ଅବସରରେ ଦ୍ବିତୀୟ କାର୍ଯ୍ୟକ୍ରମ ରହିଛି ଶିଳାନ୍ୟାସର । ପ୍ରଧାନମନ୍ତ୍ରୀ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ । ସେ ଏକ ସୁପର ସ୍ପେସିଆଲିଟି ଚାରିଟେବୁଲ ଗ୍ଲୋବାଲ ହସ୍ପିଟାଲ, ଶିବମଣି ଓଲଡ ଏଜ ହୋମର ଦ୍ବିତୀୟ ପର୍ଯ୍ୟାୟ ଓ ନର୍ସିଂ କଲେଜର ସଂପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରିବେ । 50 ଏକର ପରିସରରେ ବ୍ୟାପିଥିବା ଆବୁ ରୋଡରେ ସୁପର ସ୍ପେସିଆଲିଟି ଚାରିଟେବୁଲ ଗ୍ଲୋବାଲ ହସ୍ପିଟାଲ ପ୍ରତିଷ୍ଠା ହେବ । ଏହା ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ପ୍ରଦାନ କରିବ ଏବଂ ଏହି ଅଞ୍ଚଳର ଗରିବ ଏବଂ ଆଦିବାସୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।
ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।