ETV Bharat / bharat

ଆଜିଠୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ରାଷ୍ଟ୍ରପତି

ଆଜିଠୁ(ଗୁରୁବାର) ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଗୃହ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଏହା ସହିତ ରାମକଥା ବାଚକ ମୁରବୀ ବାପୁଙ୍କ ଭେଟିବେ ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

author img

By

Published : Oct 28, 2021, 9:46 AM IST

ଆଜିଠୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ରାଷ୍ଟ୍ରପତି
ଆଜିଠୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିଠୁ(ଗୁରୁବାର) ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଗୃହ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଏହା ସହିତ ରାମକଥା ବାଚକ ମୁରବୀ ବାପୁଙ୍କ ଭେଟିବେ ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଗାନ୍ଧୀନଗର ଗସ୍ତ ସମ୍ପର୍କରେ ସୂଚନା ଦେଇ ଗୁଜରାଟର ଶିକ୍ଷା ମନ୍ତ୍ରୀ ଜିତୁ ବଘାନି କହିଛନ୍ତି ଯେ ଗୁରୁବାର ଅପରାହ୍ନରେ ରାମନାଥ କୋବିନ୍ଦ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିବେ ।

ରାଜ୍ୟ ସରକାରଙ୍କ ମୁଖପାତ୍ର ଜିତୁ ବାଘାନି କହିଛନ୍ତି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବନ୍ଦ ଗାନ୍ଧୀନଗର ସ୍ଥିତ ରାଜଭବନରେ ଗୁଜୁରାଟ ଉଚ୍ଚ ନ୍ୟାୟଳୟର ଅଧିକାରୀଙ୍କୁ ଭେଟିବେ । ଏହା ପରେ ମୁରାରୀ ବାପୁଙ୍କୁ ଭେଟିବାକୁ ଯିବେ । ଭାବନଗର ଜିଲ୍ଲା ମହୁବା ନିକଟରେ ଅବସ୍ଥିତ ମୁରାରୀ ବାପୁଙ୍କ ଆଶ୍ରମ ଚିତ୍ରକୁଟଧାମ୍ ପରିଦର୍ଶନ କରିବାକୁ ରାଷ୍ଟ୍ରପତି କୋବିନ୍ଦଙ୍କର ଯୋଜନା ରହିଛି । ମନ୍ତ୍ରୀ କହିଛନ୍ତି ଯେ ସନ୍ଧ୍ୟାରେ ରାଷ୍ଟ୍ରପତି କୋବିନ୍ଦ ଭାବନଗର ସହରକୁ ଫେରିବେ ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ନିର୍ମିତ 1,088 ଘର ହିତାଧିକାରୀଙ୍କୁ ହସ୍ତାନ୍ତର କରିବେ ।

ସାଙ୍କେତିକ ଭାବରେ ପାଞ୍ଚ ଜଣ ହିତାଧିକାରୀଙ୍କୁ ରାଷ୍ଟ୍ରପତି ସେମାନଙ୍କ ଘରର ଚାବି ହସ୍ତାନ୍ତର କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଚାଲିଥିବା ଗୃହ ପ୍ରକଳ୍ପ ଉପରେ ରାଷ୍ଟ୍ରପତିଙ୍କୁ ସୂଚନା ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.