ETV Bharat / bharat

ରାଷ୍ଟ୍ରପତିଙ୍କ ବିଦାୟୀ ସମ୍ବୋଧନ: ଦେଶର ଜୀବନ୍ତ ଲୋକତାନ୍ତ୍ରିକ ବ୍ୟବସ୍ଥାକୁ କଲେ ନମନ

author img

By

Published : Jul 24, 2022, 8:46 PM IST

କାର୍ଯ୍ୟକାଳର ଶେଷ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କହିଲେ ସଂସଦୀୟ ଗଣତାନ୍ତ୍ରିକ ପରମ୍ପରା ଏକ ପରିବାର । ନିଜ ସାଧାରଣ ପୃଷ୍ଠଭୂମୀର ଉଦାହରଣ ଦେଇ, ଦେଶର ଜୀବନ୍ତ ଲୋକତାନ୍ତ୍ରିକ ବ୍ୟବସ୍ଥାକୁ କଲେ ନମନ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ବିଦାୟୀ ସମ୍ବୋଧନ: ଦେଶରେ ଜୀବନ୍ତ ଲୋକତାନ୍ତ୍ରିକ ବ୍ୟବସ୍ଥାକୁ କଲେ ପ୍ରଣାମ

ନୂଆଦିଲ୍ଲୀ: ନିଜ କାର୍ଯ୍ୟକାଳର ଅନ୍ତିମ ଦିବସର ସଂଧ୍ୟାରେ ଦେଶକୁ ବିଦାୟୀ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଶେଷ ସମ୍ବୋଧନରେ ଗଣତନ୍ତ୍ରର ଶକ୍ତିକୁ ବିଶେଷ ଭାବେ ବର୍ଣ୍ଣନା କରିଛନ୍ତି ରାଷ୍ଟ୍ରପତି । ଗଣତନ୍ତ୍ରର ଶକ୍ତିକୁ ଦର୍ଶାଇ ନିଜ ଉଦାହରଣ ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ‘‘5 ବର୍ଷ ପୂର୍ବେ ମୁଁ ତୁମର ନିର୍ବାଚିତ ଜନ ପ୍ରତିନିଧିଙ୍କ ମାଧ୍ୟମରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲି । ରାଷ୍ଟ୍ରପତି ଭାବରେ ମୋର କାର୍ଯ୍ୟକାଳ ଆଜି ଶେଷ ହୋଇଛି । ମୁଁ ଆପଣ ଏବଂ ଆପଣଙ୍କର ଜନ ପ୍ରତିନିଧିମାନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି’’ ।

  • #WATCH | I believe that the National Education policy will go a long way in making it possible for young Indians to connect with their heritage... I firmly believe that our country is getting equipped to make the 21st century, the century of India: President Ram Nath Kovind pic.twitter.com/hScAyN4Lnh

    — ANI (@ANI) July 24, 2022 " class="align-text-top noRightClick twitterSection" data=" ">

ସେହିପରି ସେ ଗଣତନ୍ତ୍ରର ଶକ୍ତିକୁ ପରିପ୍ରକାଶ କରିବାକୁ ଯାଇ ନିଜ ସାଧାରଣ ପୃଷ୍ଠଭୂମିର ଉଦାହରଣ ମଧ୍ୟ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି । ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ‘‘ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶର ଦେହାତ ଜିଲ୍ଲାର କାନପୁର ନିକଟବର୍ତ୍ତୀ ଏକ ଅତି ସାଧାରଣ ପରିବାରରେ ଜନ୍ମ ହୋଇଥିଲେ । ଆଜି ସମସ୍ତ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି । ଏହା ହେଉଛି ଗଣତନ୍ତ୍ରର ଶକ୍ତି । ମୁଁ ସେ ଶକ୍ତିକୁ ନମନ କରୁଛି । ’’

  • The nation has been celebrating ‘Azadi ka Amrit Mahotsav’. Next month, we'll celebrate the 75th anniversary of Independence. We will enter the ‘Amrit Kaal’, the 25-year period leading to the centenary of Independence: President Ram Nath Kovind on the eve of demitting office pic.twitter.com/NwVMleDz7t

The nation has been celebrating ‘Azadi ka Amrit Mahotsav’. Next month, we'll celebrate the 75th anniversary of Independence. We will enter the ‘Amrit Kaal’, the 25-year period leading to the centenary of Independence: President Ram Nath Kovind on the eve of demitting office pic.twitter.com/NwVMleDz7t

— ANI (@ANI) July 24, 2022

‘‘ଉନ୍ନବିଂଶ ଶତାବ୍ଦୀରେ ଦେଶର ସ୍ବାଧୀନତା ପାଇଁ ସଂଗ୍ରାମ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ସଂଗ୍ରାମ ପରେ ଆମକୁ ସ୍ବାଧୀନତା ମିଳିଛି । ଏବେ ସମୟ ସହ ତାଳ ମିଳାଇ ଏକବିଂଶ ଶତାବ୍ଦୀର ଭାରତ ଗଠନ କରିବା ପାଇଁ ଦେଶ ସକ୍ଷମ ହେବାରେ ଲାଗିଛି । ମୋର ଦୃଢ ବିଶ୍ବାସ ରହିଛି, ଆମର ପୂର୍ବଜ ଓ ଆଧୁନିକ ଦେଶ ନିର୍ମାଣକାରୀଙ୍କ କଠିନ ପରିଶ୍ରମ ଓ ସେବା ଭାବନା ଦ୍ବାରା ତାହା ସମ୍ଭବ ହେବା ପାଇଁ ଯାଉଛି । ସମାନେ ଆମ ସମାଜରେ ନ୍ୟାୟ ସ୍ବତନ୍ତ୍ରତା, ସମତା ଓ ବନ୍ଧୁତ୍ବକୁ ଚରିତାର୍ଥ କରିଥିଲେ ।’’

ଜନତା ହିଁ ଦେଶରେ ନିର୍ମାତା:-

ନିଜ ସମ୍ବୋଧନରେ ଗଣତନ୍ତ୍ର ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଗୁରୁତ୍ବ ଭୂମିକାକୁ ଦୋହରାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି କହିଛନ୍ତି, ସେ ସମସ୍ତ ଦେଶବାସୀଙ୍କ ନିକଟରେ କୃତଜ୍ଞ । ସେ କୃଷକ ଏବଂ ଶ୍ରମିକମାନଙ୍କ ଠାରୁ ପ୍ରେରଣା ପାଇଛନ୍ତି । ଦେଶ ତାଙ୍କ ଉପରେ ବିଶ୍ବାସ କରିଥିବାରୁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ସମସ୍ତ ବିଭାଗରୁ ସହଯୋଗ ମିଳିଛି । ଦେଶ ସ୍ବାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଆଜାଦି କି ଅମୃତ ମହତ୍ସୋବ ପାଳନ କରୁଛି । ଦେଶବ୍ୟାପୀ ସ୍ବାଧୀନତାର ନାୟକଙ୍କୁ ସ୍ମରଣ କରିବାର ଅବସର ଆସିଛି । ଦେଶର ସ୍ବାଧୀନତାରେ ବହୁ ଦେଶବାସୀଙ୍କ ବଳିଦାନ ରହିଛି । ଜନତା ହିଁ ରାଷ୍ଟ୍ରର ନିର୍ମାଣ କରିଥାନ୍ତି । ରାଷ୍ଟ୍ରପିତା ବାପୁ ଦେଶକୁ ଏକ ନୂଆ ଦିଗ ଦେଇଛନ୍ତି । ଦେଶରେ ନୂଆ ଆଶା ସୃଷ୍ଟି ହୋଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି ।

କେନ୍ଦ୍ରୀୟ ହଲରେ ସାଂସଦମାନଙ୍କୁ ସମ୍ବୋଧିତ କରିଥିଲେ:-

ଏହାପୂର୍ବରୁ ଗତକାଲି ରାଷ୍ଟ୍ରପତି କୋବିନ୍ଦ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ବିଦାୟ ସମାରୋହରେ ସାଂସଦଙ୍କୁ ଗଣତନ୍ତ୍ରର ପରିଭାଷା ବୁଝାଇବା ସହ ଆହ୍ବାନ ମଧ୍ୟ ଦେଇଥିଲେ । ସେ ନିଜ ସମ୍ବୋଧନରେ ସଂସଦକୁ 'ଗଣତନ୍ତ୍ରର ମନ୍ଦିର' ବୋଲି ବର୍ଣ୍ଣନା କରିଥିଲେ । ‘ରାଷ୍ଟ୍ର ସର୍ବ ପ୍ରଥମ’ ଭାବନା ସହ ଦଳଗତ ଭାବେ ଉର୍ଦ୍ଧ୍ବକୁ ଉଠି ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ନିମନ୍ତେ ସେ ସାଂସଦଙ୍କୁ ଆହ୍ବାନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ନିଜ କାର୍ଯ୍ୟକାଳର ଅନ୍ତିମ ଦିବସର ସଂଧ୍ୟାରେ ଦେଶକୁ ବିଦାୟୀ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଶେଷ ସମ୍ବୋଧନରେ ଗଣତନ୍ତ୍ରର ଶକ୍ତିକୁ ବିଶେଷ ଭାବେ ବର୍ଣ୍ଣନା କରିଛନ୍ତି ରାଷ୍ଟ୍ରପତି । ଗଣତନ୍ତ୍ରର ଶକ୍ତିକୁ ଦର୍ଶାଇ ନିଜ ଉଦାହରଣ ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ‘‘5 ବର୍ଷ ପୂର୍ବେ ମୁଁ ତୁମର ନିର୍ବାଚିତ ଜନ ପ୍ରତିନିଧିଙ୍କ ମାଧ୍ୟମରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲି । ରାଷ୍ଟ୍ରପତି ଭାବରେ ମୋର କାର୍ଯ୍ୟକାଳ ଆଜି ଶେଷ ହୋଇଛି । ମୁଁ ଆପଣ ଏବଂ ଆପଣଙ୍କର ଜନ ପ୍ରତିନିଧିମାନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି’’ ।

  • #WATCH | I believe that the National Education policy will go a long way in making it possible for young Indians to connect with their heritage... I firmly believe that our country is getting equipped to make the 21st century, the century of India: President Ram Nath Kovind pic.twitter.com/hScAyN4Lnh

    — ANI (@ANI) July 24, 2022 " class="align-text-top noRightClick twitterSection" data=" ">

ସେହିପରି ସେ ଗଣତନ୍ତ୍ରର ଶକ୍ତିକୁ ପରିପ୍ରକାଶ କରିବାକୁ ଯାଇ ନିଜ ସାଧାରଣ ପୃଷ୍ଠଭୂମିର ଉଦାହରଣ ମଧ୍ୟ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି । ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ‘‘ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶର ଦେହାତ ଜିଲ୍ଲାର କାନପୁର ନିକଟବର୍ତ୍ତୀ ଏକ ଅତି ସାଧାରଣ ପରିବାରରେ ଜନ୍ମ ହୋଇଥିଲେ । ଆଜି ସମସ୍ତ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି । ଏହା ହେଉଛି ଗଣତନ୍ତ୍ରର ଶକ୍ତି । ମୁଁ ସେ ଶକ୍ତିକୁ ନମନ କରୁଛି । ’’

  • The nation has been celebrating ‘Azadi ka Amrit Mahotsav’. Next month, we'll celebrate the 75th anniversary of Independence. We will enter the ‘Amrit Kaal’, the 25-year period leading to the centenary of Independence: President Ram Nath Kovind on the eve of demitting office pic.twitter.com/NwVMleDz7t

    — ANI (@ANI) July 24, 2022 " class="align-text-top noRightClick twitterSection" data=" ">

‘‘ଉନ୍ନବିଂଶ ଶତାବ୍ଦୀରେ ଦେଶର ସ୍ବାଧୀନତା ପାଇଁ ସଂଗ୍ରାମ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ସଂଗ୍ରାମ ପରେ ଆମକୁ ସ୍ବାଧୀନତା ମିଳିଛି । ଏବେ ସମୟ ସହ ତାଳ ମିଳାଇ ଏକବିଂଶ ଶତାବ୍ଦୀର ଭାରତ ଗଠନ କରିବା ପାଇଁ ଦେଶ ସକ୍ଷମ ହେବାରେ ଲାଗିଛି । ମୋର ଦୃଢ ବିଶ୍ବାସ ରହିଛି, ଆମର ପୂର୍ବଜ ଓ ଆଧୁନିକ ଦେଶ ନିର୍ମାଣକାରୀଙ୍କ କଠିନ ପରିଶ୍ରମ ଓ ସେବା ଭାବନା ଦ୍ବାରା ତାହା ସମ୍ଭବ ହେବା ପାଇଁ ଯାଉଛି । ସମାନେ ଆମ ସମାଜରେ ନ୍ୟାୟ ସ୍ବତନ୍ତ୍ରତା, ସମତା ଓ ବନ୍ଧୁତ୍ବକୁ ଚରିତାର୍ଥ କରିଥିଲେ ।’’

ଜନତା ହିଁ ଦେଶରେ ନିର୍ମାତା:-

ନିଜ ସମ୍ବୋଧନରେ ଗଣତନ୍ତ୍ର ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଗୁରୁତ୍ବ ଭୂମିକାକୁ ଦୋହରାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି କହିଛନ୍ତି, ସେ ସମସ୍ତ ଦେଶବାସୀଙ୍କ ନିକଟରେ କୃତଜ୍ଞ । ସେ କୃଷକ ଏବଂ ଶ୍ରମିକମାନଙ୍କ ଠାରୁ ପ୍ରେରଣା ପାଇଛନ୍ତି । ଦେଶ ତାଙ୍କ ଉପରେ ବିଶ୍ବାସ କରିଥିବାରୁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ସମସ୍ତ ବିଭାଗରୁ ସହଯୋଗ ମିଳିଛି । ଦେଶ ସ୍ବାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଆଜାଦି କି ଅମୃତ ମହତ୍ସୋବ ପାଳନ କରୁଛି । ଦେଶବ୍ୟାପୀ ସ୍ବାଧୀନତାର ନାୟକଙ୍କୁ ସ୍ମରଣ କରିବାର ଅବସର ଆସିଛି । ଦେଶର ସ୍ବାଧୀନତାରେ ବହୁ ଦେଶବାସୀଙ୍କ ବଳିଦାନ ରହିଛି । ଜନତା ହିଁ ରାଷ୍ଟ୍ରର ନିର୍ମାଣ କରିଥାନ୍ତି । ରାଷ୍ଟ୍ରପିତା ବାପୁ ଦେଶକୁ ଏକ ନୂଆ ଦିଗ ଦେଇଛନ୍ତି । ଦେଶରେ ନୂଆ ଆଶା ସୃଷ୍ଟି ହୋଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି ।

କେନ୍ଦ୍ରୀୟ ହଲରେ ସାଂସଦମାନଙ୍କୁ ସମ୍ବୋଧିତ କରିଥିଲେ:-

ଏହାପୂର୍ବରୁ ଗତକାଲି ରାଷ୍ଟ୍ରପତି କୋବିନ୍ଦ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ବିଦାୟ ସମାରୋହରେ ସାଂସଦଙ୍କୁ ଗଣତନ୍ତ୍ରର ପରିଭାଷା ବୁଝାଇବା ସହ ଆହ୍ବାନ ମଧ୍ୟ ଦେଇଥିଲେ । ସେ ନିଜ ସମ୍ବୋଧନରେ ସଂସଦକୁ 'ଗଣତନ୍ତ୍ରର ମନ୍ଦିର' ବୋଲି ବର୍ଣ୍ଣନା କରିଥିଲେ । ‘ରାଷ୍ଟ୍ର ସର୍ବ ପ୍ରଥମ’ ଭାବନା ସହ ଦଳଗତ ଭାବେ ଉର୍ଦ୍ଧ୍ବକୁ ଉଠି ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ନିମନ୍ତେ ସେ ସାଂସଦଙ୍କୁ ଆହ୍ବାନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.