ETV Bharat / bharat

ବାୟୁସେନା ପୋଷାକରେ ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି

ବାୟୁସେନା ପୋଷାକ ପିନ୍ଧି ଯୋଦ୍ଧା ବେଶରେ ନଜର ଆସିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଲଢୁଆ ବିମାନ ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

President Droupadi Murmu
President Droupadi Murmu
author img

By

Published : Apr 8, 2023, 12:39 PM IST

Droupadi Murmu Fly A Sortie On Sukhoi 30

ଗୌହାଟୀ: ଗତ ୬ ତାରିଖରୁ ୩ ଦିନିଆ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇରେ ଉଡାଣ ଭରିଛନ୍ତି । ଆସାମସ୍ଥିତ ତେଜପୁର ବାୟୁସେନା ଷ୍ଟେସନରୁ କୋ ପାଇଲଟ ସିଟରେ ବସି ଉଡାଣ ଭରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ଉଡାଣ ସମୟରେ ରାଷ୍ଟ୍ରପତି ବାୟୁସେନା ପୋଷାକରେ ନଜର ଆସିଛନ୍ତି । ସୁଖୋଇ-୩୦ରେ କିଛି ସମୟ ପାଇଁ ଆକାଶ ମାର୍ଗରେ ବୁଲି ପୁଣିଥରେ ସୁରକ୍ଷିତ ଭାବେ ତେଜପୁରରେ ଲ୍ୟାଣ୍ଡ କରିଛନ୍ତି ।

ପ୍ରଥମେ ରାଷ୍ଟ୍ରପତି ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିଥିଲେ । ବାୟୁସେନା କର୍ମଚାରୀ, ଆସାମ ରାଜ୍ୟପାଳ ଗୋଲାବ ଚାନ୍ଦ କଟରିଆ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ତାଙ୍କୁ ସ୍ବାଗତ ଜଣାଇଥିଲେ । ଏହାପରେ ବାୟୁସେନା ପକ୍ଷରୁ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସେତେବେଳେ ମୁର୍ମୁ ବାୟୁସେନା ପୋଷାକରେ ନଜର ଆସିଥିଲେ । ଗାର୍ଡ ଅଫ ଅନର ଦିଆଯିବା ପରେ ସେ ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇର କୋ ପାଇଲଟ ସିଟରେ ବସି ଉଡାଣ ଭରିଥିଲେ । ସୁଖୋଇ-୩୦ ଏମକେଆଇର କ୍ୟାପଟେନ ଥିଲେ ନବୀନ କୁମାର ତିଓ୍ବାରୀ । ତେବେ ନବୀନଙ୍କ ସହ ଯୁଦ୍ଧ ବିମାନରେ ବସି କିଛି ସମୟ ଉଡାଣ କରିବା ପରେ ସେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ।

ପ୍ରକାଶଥାଉକି, ଯୁଦ୍ଧ ବିମାନରେ ଉଡାଣ ଭରିବା ରାଷ୍ଟ୍ରପତି ମୁର୍ମୁ ଦେଶର ତୃତୀୟ ରାଷ୍ଟ୍ରପତି । ପ୍ରଥମ ଥର ପାଇଁ 'ମିସାଇଲ୍ ମ୍ୟାନ୍' ଭାବରେ ଜଣାଶୁଣା ଡକ୍ଟର ଏପିଜେ ଅବଦୁଲ କଲାମ ଉଡାଣ ଭରିଥିଲେ । ୨୦୦୬ ମସିହା ଜୁନ ୮ ତାରିଖ ଦିନ ଅବଦୁଲ କଲାମ ଭାରତୀୟ ବାୟୁସେନାର ସୁଖୋଇ -30 MKIରେ ଉଡାଣ କରିଥିଲେ । ସେ ଆକାଶରେ ୩୦ ମିନିଟ ଧରି ଉଡିଥିଲେ । ଦ୍ବିତୀୟରେ ପୂର୍ବତନ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଲଢୁଆ ବିମାନରେ ଉଡିଥିଲେ । ନଭେମ୍ବର ୨୦୦୯ରେ ସୁଖୋଇ ବିମାନରେ ବସିଥିଲେ ପ୍ରତିଭା ପାଟିଲ । ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୁଖୋଇ-30 MKIରେ ଉଡାଣ ଭରିଛନ୍ତି ।

କଣ ଏହି ସୁଖୋଇ-30 MKI ଯୁଦ୍ଧ ବିମାନ: ଆସାମର ତେଜପୁର ବିମାନ ଘାଟି ସବୁଠାରୁ ଦୀର୍ଘତମ ବିମାନ ଘାଟି । ଏହା ୧୯୫୯ ମସିହା ସେପ୍ଟେମ୍ବର ୨୯ ତାରିଖରେ ସ୍ଥାପନ ହୋଇଥିଲା । ସବୁ ପ୍ରତିକୂଳ ପରିସ୍ଥିତିରେ ସୁଖୋଇ-30 MKI ଉଡାଣ କରିପାରିବ । ଏଥିରେ ୨ଟି ସିଟ ରହିଥିବା ବେଳେ ଘଣ୍ଟାକୁ ୨ ହାଜର କିଲୋମିଟର ପର୍ଯ୍ୟନ୍ତ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ବ୍ରହ୍ମସ ପରି କ୍ଷେପଣାସ୍ତ୍ର ରହିଛି ।

ପ୍ରକାଶଥାଉ କି, ଗତ ୬ ତାରିଖରୁ ୩ ଦିନିଆ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଶୁକ୍ରବାର ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଜ ଉତ୍ସବ ୨୦୨୩କୁ ଉଦଘାଟନ କରଥିଲେ । ଏହାପରେ ଗୌହାଟୀରେ ମାଉଣ୍ଟ କାଞ୍ଚେଞ୍ଜୁଙ୍ଗା ଅଭିଯାନ-2023କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.