ETV Bharat / bharat

ମୋହରୁ ମୁକ୍ତି ହିଁ ବିଦ୍ୟାର ବାସ୍ତବିକ ପରିମାଣ: ରାଷ୍ଟ୍ରପତି - ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ

ଶ୍ରୀ ସତ୍ୟସାଇ ଇଷ୍ଟିଚ୍ୟୁଟ ଉଚ୍ଚ ଶିକ୍ଷା 42ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସର୍ବଦା ସତ୍ୟ ଓ ଧର୍ମର ଆଚରଣ କରିବାକୁ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

President Droupadi Murmu at convocation
President Droupadi Murmu
author img

By ETV Bharat Odisha Team

Published : Nov 23, 2023, 9:47 AM IST

ଅମରାବତୀ: ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ସମାଧିଙ୍କ ଦର୍ଶନ ମିଳିଥିବାରୁ ମୁଁ ଭାଗ୍ୟଶାଳୀ ମନେ କରୁଛି । ପ୍ରଶାନ୍ତି ନିଳୟମର ଏହି ପବିତ୍ର ସ୍ଥାନକୁ ଆସି ମୁଁ ନିଜକୁ ସୌଭଗ୍ୟ ମନେ କରୁଛି । ମୋର ପ୍ରିୟ ବିଦ୍ୟାର୍ଥୀଙ୍କୁ ଅନେକ ଅନେକ ଶୁଭକାମନା । ତୁମେ ସଦା ସତ୍ୟ କୁହ ଧର୍ମର ଆଚରଣ କର । ସତ୍ୟର ନିରନ୍ତର ସନ୍ଧାନ ଓ ସେଥିରେ ଅଟଳ ରହିବା ଆଦର୍ଶକୁ ଆମ ସଂସ୍କୃତିରେ ସର୍ବଦା ପ୍ରାଥମିକ ଦିଆଯାଇଛି । ମୋର ନିଜର ଅନୁଭବ ଅଛି ଜୀବନ ଏବଂ ନୈତିକତାର ଶିକ୍ଷା ଦେବା ହିଁ ବାସ୍ତବିକ ଶିକ୍ଷା । ମୋହରୁ ମୁକ୍ତି ହିଁ ବିଦ୍ୟାର ବାସ୍ତବିକ ପରିମାଣ । ଶ୍ରୀ ସତ୍ୟସାଇ ଇଷ୍ଟିଚ୍ୟୁଟର 42ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

  • President Droupadi Murmu graced 42nd convocation of Sri Sathya Sai Institute of Higher Learning at Puttaparthi, Andhra Pradesh. The President appreciated that Sri Sathya Sai Institute of Higher Learning has included physical, psychological, intellectual, emotional and spiritual… pic.twitter.com/TyfWe87d0F

    — President of India (@rashtrapatibhvn) November 22, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ଆଧ୍ୟାତ୍ମିକ ଉନ୍ନତି ପାଇଁ ଆତ୍ମାକୁ ଶିକ୍ଷିତ କରିବା ଦରକାର: ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଶ୍ରୀ ସତ୍ୟସାଇ ଇଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇ କହିଛନ୍ତି, ଶ୍ରୀ ସତ୍ୟସାଇଙ୍କ ନାମରେ ହିଁ ସତ୍ୟର ସମାବେଶ ରହିଛି । ମୋର ପ୍ରିୟ ବିଦ୍ୟାର୍ଥୀ ଆଧ୍ୟାତ୍ମିକତା ବିଶ୍ବ ସମୂଦାୟକୁ ଅମୂଲ୍ୟ ଭେଟ । ସତ୍ୟସାଇଙ୍କ ଆର୍ଶୀବାଦରେ କୋଟି କୋଟି ଲୋକ ଉପକୃତ ହୋଇଛନ୍ତି । ମୋର ଅନୁଭବ ରହିଛି ଜୀବନ ମୂଲ୍ୟ ଓ ନୈତିକତାର ଶକ୍ଷି ହିଁ ବାସ୍ତବ ଶିକ୍ଷା । ଯେମିତି ଘର ତିଆରି ପାଇଁ ମୂଳଦୁଆ ମଜଭୁତ ହେବ ଦରକାର ସେହିପରି ଜୀବନ ନିର୍ମାଣ ପାଇଁ ନୈତିକତା ଆଧାରଶୀଳ ହେବା ଦରକାର । ସତ୍ୟା, ଶାନ୍ତି, ସଦାଚାର, ସ୍ନେହ ଓ ଅହିଂସାର ଜୀବନ ମୂଲ୍ୟକୁ ପ୍ରତି ବିଦ୍ୟାର୍ଥୀ ତାଙ୍କ ଜୀବନର ସଞ୍ଚାରିତ କରିବା ଆଧ୍ୟାତ୍ମିତ ଶିକ୍ଷାର ପ୍ରମୁଖ ଲକ୍ଷ୍ୟ । ଭାରତୀୟ ପରମ୍ପରାରେ ଏକ ମହାନ କଥା ରହିଛି । ବାସ୍ତବିକ ଶିକ୍ଷା ତାହା ଯାହା ମୁକ୍ତି ପ୍ରଦାନ କରେ । ଅଜ୍ଞାନ, କ୍ରୋଧ, ଅହଂକାର, ଲୋଭ, ମୋହରୁ ମୁକ୍ତି ହିଁ ବିଦ୍ୟାର ବାସ୍ତବିକ ପରିମାଣ । ଏହି ସତ୍ୟାସାଇ ଉଚ୍ଚଶିକ୍ଷା ଏକ ବିଦ୍ୟା ମନ୍ଦିର ।''

ରାଷ୍ଟ୍ରପତି ଆହୁରି କହିଛନ୍ତି, ''ତୁମେ ସମସ୍ତେ ସାଂସାରିକ ଓ ସମାଜିକ ଦାୟିତ୍ବ ସହ ନୈତିକ ଓ ଆଧ୍ୟାତ୍ମିକର ଉକ୍ତୃଷ୍ଟ ଉଦାହରଣ ପ୍ରସ୍ତୁତ କର । ମୋତେ ବିଶ୍ବାସ ଅଛି ତୁମେ ସମସ୍ତେ ବିଦ୍ୟାର୍ଥୀ ସବୁ କ୍ଷେତ୍ରରେ ସଫଳ ହେବ । ଆତ୍ମବିଦ୍ୟା, ଆତ୍ମ ବିଶ୍ବାସ ଓ ଆତ୍ମସନ୍ତୋଷ, ଆତ୍ମଜ୍ଞାନ ପ୍ରାପ୍ତିକୁ ତୁମେ ଶିକ୍ଷାର ମାନ୍ୟତା ଦେଇଛ । ଭାରତୀୟ ସମାଜ ଓ ଆଧ୍ୟାତ୍ମିକ ପରମ୍ପରାରେ ମହିଳା ତଥା ଶକ୍ତିର ଅବଧାରଣାକୁ ବିଶେଷ ସ୍ଥାନ ସମ୍ମାନ ଦିଆଯାଇଛି । ସବୁକ୍ଷେତ୍ରରେ ମହିଳା ଆଗରେ । ମହିଳାଙ୍କ ପ୍ରଭାବଶାଳୀ ପରିଚୟ ସୃଷ୍ଟି ହୋଇଛି । ମୁଁ ସତ୍ୟ ସାଇ ସଂସ୍ଥାନର ଶିକ୍ଷା ପ୍ରତି ପ୍ରଭାବିତ ହୋଇଛି ।''

ଏହା ବି ପଢନ୍ତୁ...ଭିସୁଟ ଛାତ୍ରଛାତ୍ରୀଙ୍କୁ ମହାମହିମଙ୍କ ମନ୍ତ୍ର; ଝଡଝଞ୍ଜାକୁ ପାର କର ଭଲ କାମ କରିବାକୁ ଅମାନିଆ ହୁଅ

ଓଡିଶାରୁ ଗତକାଲି (ବୁଧବାର) ଆନ୍ଧ୍ରପ୍ରଦେଶ ଗସ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଶାନ୍ତି ନିଳୟମଠାରେ ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ପବିତ୍ର ସମାଧିରେ ଭକ୍ତି ସୁମନ ଅର୍ପଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ପୁଟ୍ଟପର୍ତ୍ତୀରେ ଶ୍ରୀ ସତ୍ୟସାଇ ଇଷ୍ଟିଚ୍ୟୁଟର 42ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.