ETV Bharat / bharat

Political Crisis In Jharkhand: ରାୟପୁରରେ ପହଞ୍ଚିଲେ ବିଧାୟକଙ୍କ ଏକ ଗୋଷ୍ଠୀ

author img

By

Published : Aug 30, 2022, 11:03 PM IST

ଛତିଶଗଡ ପଳାଇଲେ ଝାଡଖଣ୍ଡ ବିଧାୟକଙ୍କ ଏକ ଗୋଷ୍ଠୀ । ପ୍ରାୟ 30 ବିଧାୟକଙ୍କୁ ଏକ ରିସୋର୍ଟରେ ରଖାଯାଇଥିବା ସୂଚନା । ଗୋଷ୍ଠୀରେ ନାହାନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଜ୍ୟରେ ଜାରି ରହିଛି ରାଜନୈତିକ ସଙ୍କଟ । ଅଧିକ ପଢନ୍ତୁ

Political crisis in Jharkhand: ରାୟପୁରରେ ପହଞ୍ଚିଲେ ବିଧାୟକଙ୍କ ଏକ ଗୋଷ୍ଠୀ

ରାଞ୍ଚି: ଝାଡଖଣ୍ଡରେ ଜାରି ରହିଥିବା ରାଜନୈତିକ ସଙ୍କଟ (political crisis in Jharkhand) ମଧ୍ୟରେ ଶାସକ ମେଣ୍ଟର କିଛି ବିଧାୟକ ପଡୋଶୀ ଛତିଶଗଡ ରାଜଧାନୀ ରାୟପୁରରେ ପହଞ୍ଚିଛନ୍ତି । ଆଜି ରାୟପୁର ଗସ୍ତ କରିଥିବା ଗୋଷ୍ଠୀରେ ପ୍ରାୟ 30 ବିଧାୟକ ଥିବା ଚର୍ଚ୍ଚା ହେଉଛି । ବିଧାୟକମାନେ ରାୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ଛତିଶଗଡର ବିରଷ୍ଠ କଂଗ୍ରେସ ନେତା ରାମଗୋପାଳ ଅଗ୍ରଓ୍ବାଲ ସେମାନଙ୍କୁ ସ୍ବାଗତ କରିଥିଲେ । ରାୟପୁର ଗସ୍ତ କରିଥିବା ବିଧାୟକଙ୍କ ମଧ୍ୟରେ ଝାଡଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ରାକେଶ ଠାକୁର ମଧ୍ୟ ରିହଥିବା କୁହାଯାଉଛି । ସେଠାରୁ ବିଧାୟକଙ୍କୁ ମେଫେୟାର ଲେକ-ଭ୍ୟୁ ରିସୋର୍ଟ ନିଆଯାଇଛି ।

ରିସୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା:

ବିଧାୟକମାନେ ମେଫେୟାର ଲେକ୍-ଭ୍ୟୁ ରିସର୍ଟରେ ପହଞ୍ଚିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହୋଟେଲର ପ୍ରାୟ 45 ଟି ରୁମ୍ ଆସନ୍ତା ତିନି ଦିନ ପାଇଁ ବୁକ୍ ହୋଇଛି । ରାୟପୁରରେ ବୁକ୍ ହୋଇଥିବା ରିସୋର୍ଟର ସୁରକ୍ଷା ପାଇଁ ଏକ ଏକାଧିକ ଆଇପିଏସ୍ ଏବଂ ଡିଏସପି ସ୍ତରର ଅଧିକାରୀଙ୍କୁ ନିୟୋଜନ କରାଯାଇଥିବା ସୂଚନା ମିଳିଛି । ବିଧାୟକମାନେ ସେଠାରେ ପହଞ୍ଚିବା ପୂର୍ବରୁ ସେଠାରେ ରୁମ ନେଇଥିବା ବ୍ୟକ୍ତିମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ ରିସୋର୍ଟ କର୍ତ୍ତୃପକ୍ଷ ।

ଇଣ୍ଡିଗୋ ବିମାନର ରାୟପୁରରେ ପହଞ୍ଚିଲେ ବିଧାୟକ:-

ଝାଡଖଣ୍ଡ ବିଧାୟକମାନଙ୍କୁ ରାୟପୁରେ ପହଞ୍ଚାଇବା ପାଇଁ ଏକ ଇଣ୍ଡିଗୋ ବିମାନ ବୁକ କରାଯାଇଥିଲା । ସମସ୍ତେ ସେଥିରେ ଏକକାଳୀନ ରାୟପୁର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ଅନୁସାରେ ଛତିଶଗଡ କଂଗ୍ରେସର ନେତା ମଧ୍ୟ ସେମାନଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷାରତ ଥିଲେ । ପରେ ଏକାଧିକ ସ୍ବତନ୍ତ୍ର ବସରେ ସେମାନଙ୍କୁ ପୂର୍ବରୁ ବୁକ ହୋଇଥିବା ରିସୋର୍ଟକୁ ନିିଆଯାଇଛି । କିନ୍ତୁ ବିଧାୟକଙ୍କ ଏହି ଗୋଷ୍ଠୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନ ନଥିବା ଜଣାପଡିଛି ।

ବର୍ତ୍ତମାନ ଝାଡଖଣ୍ଡ ବିଧାନସଭାର ସଂଖ୍ୟା:

ଏବା ରାଜ୍ୟରେ ମୋଟ 81 ଜଣ ବିଧାୟକ ଅଛନ୍ତି । ଏଠାରେ ୟୁପିଏ ସରକାରଙ୍କର 50 ଜଣ ବିଧାୟକଙ୍କ ସମର୍ଥନ ରହିଛି ଓ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି ମିଳିତ ମଞ୍ଚରେ ମୋଟ 30 ଜଣ ବିଧାୟକ ଅଛନ୍ତି । ଏପରି ସମୟରେ ୟୁପିଏ ମେଣ୍ଟ ଭଙ୍ଗ କମ୍ବା ବିଧାୟକଙ୍କ ଘୋଡା ବେପାର ଭୟରେ କ୍ଷମତାରେ ଥିବା ୟୁପିଏ ମେଣ୍ଟ ସରକାର ପଡୋଶୀ ଛତିଶଗଡ ରାଜଧାନୀ ରାୟପୁର ପଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.