ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡବଲ ମର୍ଡର । ସମ୍ପତ୍ତି ଯୋଗୁଁ ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା। ସମ୍ପତ୍ତି ହାତେଇବା ଆଶାରେ ଶାଶୁ ଶ୍ବଶୁରଙ୍କ ଜୀବନ ନେଲା ବୋହୂ। ଘଟଣାର ଗୋଟିଏ ଦିନ ପରେ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ପୋଲିସ। ନିଜ ବନ୍ଧୁଙ୍କ ସହ ମିଶି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିଲେ ମହିଳା ଜଣଙ୍କ। ଗିରଫ ଅଭିଯୁକ୍ତ ହେଉଛନ୍ତି ମୋନିକା । ତେବେ ଏହି ହତ୍ୟା ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ସନେଇ ତଦନ୍ତ କରୁଛି ପୋଲିସ।
ଗତକାଲି(ସୋମବାର) ସକାଳ ସମୟରେ ଭାଗୀରଥୀ ବିହାରରେ ଡବଲ ମର୍ଡର ହୋଇଥିବା ନେଇ ପୋଲିସ ପାଖକୁ ଖବର ଆସିଥିଲା । ଏନେଇ ଖବର ପାଇଁ ଗୋକୁଲପୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି 75 ବର୍ଷିୟ ରାଧେଶ୍ୟାମ ବରମା ଓ ତାଙ୍କ 68 ବର୍ଷିୟ ସ୍ତ୍ରୀ ବିଣାଙ୍କ ମୃତଦେହକୁ ଉଦ୍ଧାର କରିଥିଲା ।
ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ମୃତ ରାଧେଶ୍ୟାମ ବରମା ଦିଲ୍ଲୀ ସରକାରୀ ବିଦ୍ୟାଳୟ କରୋଲ ବାଗ ମଡେଲ ବସ୍ତିରେ ଭାଇସ ପ୍ରିନ୍ସ ପାଲ ଥିବା ବେଳେ ଅବସର ନେଇଥିଲେ । ସେ ଗତ 38 ବର୍ଷ ହେବ ଭାଗୀରଥୀ ବିହାରରେ ରହି ଆସୁଥିଲେ । ପୋଲିସର ତଦନ୍ତ ସମୟରେ ଜଣାପଡିଛି ଯେ 4.5 ଲକ୍ଷ ଟଙ୍କା ଏବଂ କିଛି ଅଳଙ୍କାର ବୃଦ୍ଧ ଦମ୍ପତିଙ୍କ ଘରୁ ଚୋରି ହୋଇଛି।
ତେବେ ମୃତ ବ୍ୟକ୍ତି ଜଣଙ୍କ ଘର ପଛ ପଟେ କିଛି ଜାଗା ବିକ୍ରି କରିଥିଲେ। ଜଣେ ବ୍ୟକ୍ତି 5ଲକ୍ଷ ଟଙ୍କା ଦେଇଥିଲା ଜାଗା କ୍ରୟ କରିଥିଲେ । ଫଳରେ ଟଙ୍କା ଲୁଟ ଉଦ୍ଦେଶ୍ୟରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । ଏହାପରେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଏବଂ ଏଫଏସଏଲ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ସିସିଟିଭି ଯାଞ୍ଚ କରିବା ପରେ ମୃତ ଦମ୍ପତିଙ୍କ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରିଥିଲା । ଯେତେବେଳେ ବୋହୂ ମୋନିକାକୁ ପୋଲିସ ପ୍ରଶ୍ନ କରିଥିଲା ସେତେବେଳେ ସତ ସ୍ବୀକାର କରିଥିଲା । ଏହାପରେ ମୋନିକାଙ୍କୁ ପୋଲିସ ଗିରଫ କରିଛି ।
ବନ୍ଧୁଙ୍କ ସହ ମିଶି ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିଥିଲା ବୋହୂ: ପଚରାଉଚରା ସମୟରେ ମୋନିକା ପୁରା ଘଟଣା ସମ୍ପର୍କରେ ପୋଲିସକୁ ସବୁକିଛି କହିଥିଲା । ନିଜ ବନ୍ଧୁଙ୍କ ସହ ମିଶି ସେ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଛି । ରବିବାର ସନ୍ଧ୍ୟା 7ଟା ସମୟରେ ଘରେ କେହି ନଥିବା ବେଳେ ସେ ତାଙ୍କ ବନ୍ଧୁଙ୍କୁ ଘରକୁ ଡାକିଥିଲେ । ଏହାପରେ ରାତିରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବା ପରେ ଟଙ୍କା ଓ ସୁନା ଧରି ସେ ଫେରାର ହୋଇଯାଇଥିଲେ ।