ETV Bharat / bharat

ବାଚସ୍ପତି ଓମ ବିର୍ଲାଙ୍କ କାର୍ଯ୍ୟକାଳକୁ ପୁରିଲା 2 ବର୍ଷ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଓମ ବିର୍ଲାଙ୍କ କାର୍ଯ୍ୟକାଳ

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ କାର୍ଯ୍ୟକାଳକୁ ପୁରିଲା 2 ବର୍ଷ । ପ୍ରଶଂସା କରିବା ସହ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ବାଚସ୍ପତି ଓମ ବିର୍ଲାଙ୍କ କାର୍ଯ୍ୟକାଳକୁ ପୁରିଲା 2 ବର୍ଷ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Jun 20, 2021, 9:29 AM IST

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ କାର୍ଯ୍ୟକାଳରୁ ପୂରିଛି 2 ବର୍ଷ । ଏହି ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଚସ୍ପତିଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । 2 ବର୍ଷ କାର୍ଯ୍ୟକାଳ ମଧ୍ୟରେ ସଂସଦରେ ବାଚସ୍ପତିଙ୍କ ସୁପରିଚାଳନାକୁ ପ୍ରଶଂସିତ କରିବା ସହ ପୁରସ୍କାର ଦେଇଛନ୍ତି ।

ମୋଦି ଟ୍ବିଟ କରି କହିଛନ୍ତି ଯେ, 'ଗତ 2 ବର୍ଷ ମଧ୍ୟରେ ବାଚସ୍ପତି ଓମ ବିର୍ଲା ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା ଆମ ସଂସଦୀୟ ଗଣତନ୍ତ୍ରକୁ ସମୃଦ୍ଧ କରିଛି ଏବଂ ଉତ୍ପାଦକତାରେ ମଧ୍ୟ ବୃଦ୍ଧି ପାଇଛି । ଏଥିରେ ଐତିହାସିକ ପ୍ରୋ-ପିପୁଲ୍ ଲେଜିସଲେସନ ବା ଲୋକ ସମର୍ଥକ ଆଇନ ମଧ୍ୟ ରହିଛି ।'

ସେହିପରି ବାଚସ୍ପତି ଗୃହରେ ଏକ ସ୍ବତନ୍ତ୍ର ପରିବେଶ ସୃଷ୍ଟି କରିଛନ୍ତି । ସେ ଗୃହର ଯୁବ ସାଂସଦ, ପ୍ରଥମ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ମତ ରଖିବାର ସୁଯୋଗ ଦେଇଥାନ୍ତି । ସର୍ବୋପରି ସେ ସମସ୍ତଙ୍କ କଥା ମଧ୍ୟ ଶୁଣିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଜୁନ୍ 19 2019ରେ ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ଓମ ବିର୍ଲା 17ତମ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.