ETV Bharat / bharat

ବିଜେପିର 41ତମ ପ୍ରତିଷ୍ଠା ଦିବସ, ଦଳୀୟ କର୍ମୀଙ୍କୁ ଜୋସ ଦେବେ ପ୍ରଧାନମନ୍ତ୍ରୀ - ବିଜେପି ପ୍ରତିଷ୍ଠା ଦିବସ

ଆଜି ବିଜେପିର ୪୧ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି, ଦିନ 10.30ରେ ଏହି ବୈଠକ ଅନୁଷ୍ଠିତ ହେବ। ଅଧିକ ପଢନ୍ତୁ...

ବିଜେପିର 41ତମ ପ୍ରତିଷ୍ଠା ଦିବସ, ଦଳୀୟ କର୍ମୀଙ୍କ ଭିତରେ ଜୋସ ଭରିବେ ପ୍ରଧାନମନ୍ତ୍ରୀ

author img

By

Published : Apr 6, 2021, 9:28 AM IST

ନୂଆଦିଲ୍ଲୀ: ଆଜି ବିଜେପିର ୪୧ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ପାର୍ଟିକୁ ଅଧିକ ମଜବୁତ୍ ଓ କର୍ମୀଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ଜୋସ ଭରିବେ ମୋଦି। ଆଜି ଦିନ 10.30ରେ ଏହି ବୈଠକ ଅନୁଷ୍ଠିତ ହେବ। କୋରୋନା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ହେବାକୁ ଥିବାବେଳେ ଏଥିରେ ଭାଗ ନେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

ସୂଚନାଯୋଗ୍ୟ, ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଜାରି ରହିଛି । ବିଜେପିର ପ୍ରତିଷ୍ଠା ଦିବସ ଅବସରେ ବୁଥ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦଳୀୟ ନେତାମାନେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରରେ ୱେବିନାର ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହେବେ ।

ପ୍ରକାଶ ଥାଉକି, ଭାରତୀୟ ଜନତା ପାର୍ଟି ୧୯୫୧ ମସିହାରେ ଭାରତୀୟ ଜନ ସଂଘ ଭାବେ ପ୍ରତିଷ୍ଠା ହୋଇଥିଲା । ସ୍ୱର୍ଗତଃ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହୋଇଥିଲା । ପରେ ଏହା ୧୯୭୭ରେ ବିଭିନ୍ନ ଦଳ ସହିତ ଜଡ଼ିତ ହୋଇଯାଇଥିଲା । ପୂର୍ବରୁ ଏହା ଜନତା ପାର୍ଟି ନାଁରେ ମଧ୍ୟ ଜଣା ଥିଲା । ବର୍ଷ ୧୯୮୧ ମସିହା ଆଜିର ଦିନରେ ସଂପୂର୍ଣ୍ଣ ଭାବେ ବିଜେପି ପାର୍ଟି ଭାବେ ପରିିଚିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.