ETV Bharat / bharat

ଭଦୋଦରାରେ ମର୍ମନ୍ତୁଦ ଦୁର୍ଘଟଣା, ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମବେଦନା - ଭଦୋଦରାରେ ମର୍ମନ୍ତୁଦ ଦୁର୍ଘଟଣା

ଗୁଜରାଟର ଭଦୋଦରାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କ ପ୍ରାଣହାନୀ ହୋଇଛି(many died in Vadodora accident) । ଏହାକୁ ନେଇ ଶୋକ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

PM Narendra Modi Condolence after many died in Vadodora accident
ଭଦୋଦରାରେ ମର୍ମନ୍ତୁଦ ଦୁର୍ଘଟଣା, ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମବେଦନା
author img

By

Published : Oct 4, 2022, 10:55 PM IST

ଗାନ୍ଧୀନଗର: ଗୁଜରାଟର ଭଦୋଦରାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କ ପ୍ରାଣହାନୀ ହୋଇଛି (many died in Vadodora accident )। ଭଦୋଦରା ଜିଲ୍ଲା ଦରିଜପୁର ଅଞ୍ଚଳରେ ଏକ ଦ୍ରୁତଗାମୀ ଟ୍ରକ୍‌ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

  • Anguished by the loss of lives due to a road accident in Vadodara district. Condolences to the bereaved families. May the injured recover soon. Rs. 2 lakh from PMNRF would be given to the next of kin of each deceased. Rs. 50,000 would be given to the injured: PM @narendramodi

    — PMO India (@PMOIndia) October 4, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ଶୋକ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦି କହିଛନ୍ତି, "ଭଦୋଦରାରେ ଘଟିଥିବା ଦୁର୍ଘଟଣାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ । ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ।"

ସ୍ଥାନୀୟ ଗୋଲ୍ଡେନ୍‌ ଛକ ନିକଟରେ ଦ୍ରୁତଗାମୀ ଟ୍ରକ୍‌ ଯାତ୍ରୀଭର୍ତ୍ତି ଥିବା ଅଟୋରିକ୍ସା ଉପରେ ଚଢ଼ି ଯାଇଥିଲା । ଭାରସାମ୍ୟ ହରାଇ ବସିଥିବା ଟ୍ରକ୍‌ଟି ରୋଡ୍‌ ଡିଭାଇଡର ଭାଙ୍ଗି ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ଅଟୋଟି ଭାଙ୍ଗି ଚୁର୍‌ମାର୍‌ ହୋଇଛି । ମୃତାହତଙ୍କ ମଧ୍ୟରେ ଦୁଇଜଣ ୧୫ ବର୍ଷୀୟ ନାବାଳକ ମଧ୍ୟ ରହିଛନ୍ତି । ଦୁର୍ଘଟଣାର ଶିକାର ଅଧିକାଂଶ ବ୍ୟକ୍ତି ହସ୍ପିଟାଲ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିଲେ ।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଗୁଜରାଟ ସରକାର । ଏହି କ୍ରମରେ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.