ETV Bharat / bharat

ନୀତିଶ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ମୋଦି

author img

By

Published : Mar 1, 2021, 1:40 PM IST

ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜନ୍ମଦିନ । ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଶୁଭେଚ୍ଛା ଦେଲେ ମୋଦି
ଶୁଭେଚ୍ଛା ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜନ୍ମଦିନ । ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଦେବା ସହିତ ରାଜ୍ୟର ବିକାଶରେ ତାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।

70 ବର୍ଷ ବୟସରେ ପର୍ଦାପଣ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାରରେ ଏନଡିଏ ସରକାରଙ୍କ ନେତୃତ୍ବରେ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିବା ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନ୍ମଦିନର ଶୁଭେଚ୍ଛା ଦେବା ସହିତ ନୀତିଶଙ୍କ ଦୀର୍ଘାୟୁ କାମନା କରିଛନ୍ତି ମୋଦି ।

ଶୁଭେଚ୍ଛା ଦେଲେ ମୋଦି
ଶୁଭେଚ୍ଛା ଦେଲେ ମୋଦି

ଏହା ସହିତ ଜନତା ଦଳ (ୟୁନାଇଟେଡ)ର କର୍ମଚାରୀ ନିତୀଶଙ୍କ ଜନ୍ମଦିନକୁ ରାଜ୍ୟରେ ବିକାଶ ଦିବସ ଭାବରେ ପାଳନ କରିଛନ୍ତି । ସୁତ୍ର ଅନୁସାରେ, ଜନ୍ମଦିନରେ ନୀତିଶ କୋଭିଡ ଟିକା ନେବେ ବୋଲି ସୂଚନା ମିଳିଛି । ଏହା ସହିତ ଦଳର କର୍ମଚାରୀମାନେ ପାଟନାରେ ଗରିବଙ୍କୁ ମିଠା, ଖାତା, କଲମ ବାଣ୍ଟି ନୀତିଶଙ୍କ ଜନ୍ମଦିନ ପାଳନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.