ETV Bharat / bharat

ଆଜି ବେଙ୍ଗାଲୁରୁରେ ନବୀନଙ୍କ ପରିବାରକୁ ଭେଟିବେ ମୋଦି - ମୋଦିଙ୍କ କର୍ଣ୍ଣାଟକ ଗସ୍ତ

ଆଜିଠୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତର MBBS ଛାତ୍ର ନବୀନ ଶେଖରପ୍ପାଙ୍କ ପରିବାରକୁ ମୋଦି ଭେଟିବାର ସୂଚନା ରହିଛି । ଅଧିକ ପଢ଼ନ୍ତୁ

PM Modi will meet Naveen Parents in Bengaluru
ଆଜି ବେଙ୍ଗାଲୁରୁରେ ନବୀନଙ୍କ ପରିବାରକୁ ଭେଟିବେ ମୋଦି
author img

By

Published : Jun 20, 2022, 11:01 AM IST

ବେଙ୍ଗାଲୁରୁ: ଆଜିଠୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଋଷ ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତର MBBS ଛାତ୍ର ନବୀନ ଶେଖରପ୍ପାଙ୍କ ପରିବାରକୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଜି ବେଙ୍ଗାଲୁରୁରେ ମୃତ ନବୀନଙ୍କ ଭାଇ ଓ ପିତାମାତାଙ୍କ ସହ ମୋଦି ଦେଖା କରିବେ ।

ଦୁଇ ଦିନ ପୂର୍ବରୁ ନବୀନଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ପକ୍ଷରୁ ଏକ ଫୋନ ଯାଇଥିଲା ଏବଂ ମୋଦିଙ୍କ ସହ ଭେଟିବା ପାଇଁ ଆମନ୍ତ୍ରଣ କରାଯାଇଥିଲା । ନବୀନଙ୍କ ପିତା ଶେଖର ଗୋୱଡା କହିଛନ୍ତି, "ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଥିବାରୁ ଆମେ ବହୁତ ଖୁସି । ପୁଅର ମୃତ ଶରୀରକୁ ଭାରତ ଆଣିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇସାରିଛୁ । ବର୍ତ୍ତମାନ ସିଧାସଳଖ ତାଙ୍କ ସହ ଭେଟି ୟୁକ୍ରେନରେ ପାଠ ପଢୁଥିବା ଭାରତୀୟ ଛାତ୍ରଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେବାକୁ ଆବେଦନ କରିବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.