ETV Bharat / bharat

କ୍ବାଡ ସମ୍ମିଳନୀ, ଆସନ୍ତା ୨୪ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ - Quad summit in us

କ୍ବାଡ ଲିଡର୍ସ ସମ୍ମିଳନୀ ଏବଂ ମିଳିତ ଜାତିସଂଘ ସାଧାରଣ ସଭା(UNGA) ରେ ଯୋଗଦେବା ପାଇଁ ଆସନ୍ତା ୨୪ ରେ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

କ୍ବାର୍ଡ ସମ୍ମିଳନୀରେ ଯୋଗଦେବାକୁ ୨୪ ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ

author img

By

Published : Sep 14, 2021, 12:44 PM IST

ନୂଆଦିଲ୍ଲୀ: ଆସନ୍ତା ୨୪ ରେ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାଡ ଲିଡର୍ସ ସମ୍ମିଳନୀ ଏବଂ ମିଳିତ ଜାତିସଂଘ ସାଧାରଣ ସଭା(UNGA) ରେ ଯୋଗଦେବା ପାଇଁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଦୀର୍ଘ ୬ ମାସ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ମଧ୍ୟ ସମ୍ମଳନୀରେ ଯୋଗଦେବେ । ଏହା ହେଉଛି ଭାରତ-ଆମେରିକା-ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟରେ ପ୍ରଥମ ସମ୍ମିଳନୀ । ଗତ ମାର୍ଚ୍ଚ ମାସରେ ପ୍ରଥମ କ୍ବାଡ ଲିଡର୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭିସି ଯୋଗେ ଏହାର ଅଧ୍ୟକ୍ଷତା କରିଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ସମ୍ମିଳନୀରେ ଆଲୋଚନା ହୋଇଥିବା କୋଭିଡ-୧୯ କ୍ବାଡ ଟିକା ବାବଦରେ ଏଥର ମଧ୍ୟ ସମୀକ୍ଷା କରାଯିବ । ସେମାନେ ମଧ୍ୟ ସମସାମୟିକ ବିଶ୍ବସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ, ଯେପରିକି ଜଟିଳ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ ଏବଂ ଭିତ୍ତିଭୂମି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ମାନବିକ ସହାୟତା, ବିପର୍ଯ୍ୟୟ ପ୍ରଶମନ, ଜଳବାୟୁ ପରିବର୍ତ୍ତନ ଏବଂ ଶିକ୍ଷା ଆଦି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ ।

ହ୍ବାଇଟ ହାଉସ ସୂଚନା ଅନୁଯାୟୀ, ଦେଶ-ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବା ଏବଂ କୋଭିଡ -19 ମୁକାବିଲା, ଜଳବାୟୁ ସଙ୍କଟ ଦୂର କରିବା ଏବଂ ଏକ ମୁକ୍ତ ଇଣ୍ଡୋ-ପାସିଫିକକୁ ପ୍ରୋତ୍ସାହିତ କରିବା ଭଳି ବ୍ୟବହାରିକ ସହଯୋଗ ଉପରେ ଆଲୋଚନା କରିବେ। ସେପ୍ଟେମ୍ବର 25 ରେ, ପିଏମ ମୋଦି ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (UNGA) ର 76ତମ ଅଧିବେଶନର ଉଚ୍ଚସ୍ତରୀୟ ବିଭାଗର ସାଧାରଣ ବିତର୍କକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.