ETV Bharat / bharat

ଉଜବେକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ କରିବେ ଅଂଶଗ୍ରହଣ

author img

By

Published : Sep 11, 2022, 10:16 PM IST

15 ରୁ 16 SCO ସମ୍ମିଳନୀ (Shanghai Cooperation Organisation) । ଅଂଶଗ୍ରହଣ କରିବା ପାଇଁ ଉଜବେକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ଚଳିତ ବର୍ଷ 22ତମ ସଂସ୍କରଣରେ ପହଞ୍ଚିଛି ଏସସିଓ ସମ୍ମିଳନୀ (SCO summit) । ଅଧିକ ପଢନ୍ତୁ

ଉଜବେକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ କରିବେ ଅଂଶଗ୍ରହଣ
ଉଜବେକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ କରିବେ ଅଂଶଗ୍ରହଣ

ନୂଆଦିଲ୍ଲୀ: ଚଳିତ ମାସ 15 ଏବଂ 16 ରେ ହେବାକୁ ଥିବା ଦୁଇ ଦିନିଆ ଏସସିଓ ସମ୍ମିଳନୀରେ (Shanghai Cooperation Organisation (SCO) summit) ଅଂଶଗ୍ରହଣ କରିବା ପାଇଁ ଉଜବେକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଶିଖର ସମ୍ମିଳନୀରେ ଦକ୍ଷିଣ ଏସିଆର ଦୁଇ ଶକ୍ତି ଭାରତ, ଚୀନ ସାଙ୍ଗକୁ ଋଷ ଓ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସହ ଦ୍ବିପାକ୍ଷିକ ପ୍ରସଙ୍ଗ ଓ ବିଭିନ୍ନ କ୍ଷେତ୍ରରେ ପାରସ୍ପାରିକ ସହଯୋଗ ନେଇ ଆଲୋଚନା ହେବ । ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ଏଥିରେ କିଛି ନିମନ୍ତ୍ରିତ ଅତିଥି ରାଷ୍ଟ୍ର ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି (PM Modi to attend SCO summit) ।

ଏହି ସମ୍ମିଳନୀରେ ମୋଟ 8 ସଦସ୍ୟ ରାଷ୍ଟ୍ର ରହିଛନ୍ତି । ସଦସ୍ୟ ରାଷ୍ଟ୍ର ଭାବେ ଭାରତ, ପାକିସ୍ତାନ, ଉଜବେକିସ୍ତାନ, କାର୍ଗିଜସ୍ଥାନ, ଖାଜାକସ୍ତାନ, ଉଜବେକିସ୍ତାନ, ଚୀନ ଓ ଋଷ ରହିଛନ୍ତି । ବିଭିନ୍ନ ଦେଶର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ସହଯୋଗ ନେଇ ଆଲୋଚନା ହେବ । ଆତଙ୍କବାଦ ନିରୋଧ, ବାଣିଜ୍ୟିକ, ସୁରକ୍ଷା ଆଦି ପ୍ରସଙ୍ଗରେ ରାଷ୍ଟ୍ରମୁଖ୍ୟମାନେ ଆଲୋଚନା କରିବେ । ଚଳିତ ସମ୍ମିଳନୀରେ ଭାରତ ସମତେ ପାକିସ୍ତାନ, ଚୀନ, ଋଷ ଆଦି ଦେଶର ମୁଖ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିବେ । 2001 ରେ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ ଚଳିତ ବର୍ଷ 22ତମ ସଂସ୍କରଣରେ ପହଞ୍ଚିଛି ।

ଉଜବେକିସ୍ତାନରେ SCO summit ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ମୋଦି

ଚଳିତ ମାସ 15 ରୁ ଆରମ୍ଭ ହେଉଥିବା ଦୁଇ ଦିନିଆ ସମ୍ମିଳନୀର ଆୟୋଜନ ଭାର ଉଜବେକିସ୍ତାନ ଗ୍ରହଣ କରିଛି । ଉଜବେକିସ୍ତାନର ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଅଂଶଗ୍ରହଣ କରିବା ପାଇଁ ଗସ୍ତ କରୁଛନ୍ତି । ଏଥିପାଇଁ ବିଦେଶ ମନ୍ତ୍ରଣାଳୟ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛି । 2020ରେ ଏହି ଶିଖର ସମ୍ମିଳନୀର ଆୟୋଜନ ଦାୟିତ୍ବ ଋଷ ଗ୍ରହଣ କରିଥିଲା । କୋଭିଡ ସଂକ୍ରମଣ କାରଣରୁ ଏହାକୁ ମସ୍କୋରେ ଭର୍ଚ୍ଚୁଆଲି ଆୟୋଜନ କରାଯାଇଥିଲା । ବର୍ତ୍ତମାନ ଏହି ସମ୍ମିଳନୀରେ 8 ସଦସ୍ୟ ରାଷ୍ଟ୍ର ରହିଛନ୍ତି । ଚଳିତ ବର୍ଷ ଏହା 22ତମ ସଂସ୍କରଣରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.