ନୂଆଦିଲ୍ଲୀ: ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address ୮୭th edition of Mann Ki Baat) । ପୂର୍ବାହ୍ନ 11ଟା 30ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହା 87ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ବିଧାନସଭା ନିର୍ବାଚନରେ ବିରାଟ ବିଜୟ ପରେ ପ୍ରଥମ ଥର ପାଇଁ ମନ କଥା କହିବେ ମୋଦି । ବିଜେପି ଅଧକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ୟୁମା ବିହାର ମଣ୍ଡଳର ଉତ୍ତର-ପୂର୍ବ ଜିଲ୍ଲା ୫୯ ନମ୍ବର ବୁଥରୁ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ ।
୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍ ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ଫେବ୍ରୁଆରୀରେ ୮୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ତାଞ୍ଜାନିଆ ଭାଇ ଭଉଣୀଙ୍କୁ ପ୍ରଶଂସା କରିଥିଲେ ମୋଦି । ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରି ମୋଦି ତାଞ୍ଜାନିଆ ଭାଇ ଭଉଣୀ କିଲି ପଲ ଓ ନିମାଙ୍କ ସମ୍ପର୍କରେ କହିଥିଲେ ।