ETV Bharat / bharat

ଆଜି CIIର ବାର୍ଷିକ ବୈଠକକୁ ସମ୍ବୋଧିତ କରିବେ ମୋଦି

author img

By

Published : Aug 10, 2021, 8:23 AM IST

Updated : Aug 11, 2021, 7:01 AM IST

ଆଜି ଅପରାହ୍ନ ୪ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ଜରିଆରେ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିର (CII) ବାର୍ଷିକ ବୈଠକକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବୁଧବାର କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ବାର୍ଷିକ ବୈଠକକୁ ସମ୍ଭୋଧିତ କରିବେ ମୋଦି

ନୂଆଦିଲ୍ଲୀ: ଆଜି କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିର(CII) ବାର୍ଷିକ ବୈଠକ । ଅପରାହ୍ନ ୪ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ , ବୈଠକରେ ଆଲୋଚନାର ବିଷୟ ହେଉଛି, ଇଣ୍ଡିଆ @75 ଆତ୍ମନିର୍ଭର ଭାରତ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଥିବା ସରକାର ଓ ବ୍ୟବସାୟ (India@75: Government and Business working together for Aatmanirbhar Bharat) ।

କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିର (CII) ଏହି ବାର୍ଷିକ ବୈଠକ ୨ଦିନ ଧରି ଚାଲିବ । ବୈଠକରେ ମୁଖ୍ୟ ଅତିଥି ଭାବେ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥନୈତିକ ସମନ୍ୱୟ ମନ୍ତ୍ରୀ ହେଙ୍ଗ ସୁଇ କିଟ୍ ଯୋଗ ଦେଇ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ତଥା ଭାରତୀୟ ଶିଳ୍ପର ପ୍ରତିଷ୍ଠିତ ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିବେ ।

@ANI

Last Updated : Aug 11, 2021, 7:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.