ନୂଆଦିଲ୍ଲୀ: ପେଗାସସ ଝଡକୁ ନେଇ ଉଠୁଛି ପଡୁଛି ସଂସଦ । ପ୍ରବଳ ହଟଗୋଳ କରି ଗୃହ ଚଳାଇ ଦେଉ ନାହାଁନ୍ତି ବିରୋଧୀ । ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଏନ୍ ଏକ ବୟାନକୁ ନେଇ ରାଗରେ ନିଆଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସଂସଦରେ ବିରୋଧୀଙ୍କ ଆଚରଣକୁ ଅପମାନଜନକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଅଭିଯୋଗ କରିଛନ୍ତି ଯେ ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ ସଂସଦ ଏବଂ ସମ୍ବିଧାନକୁ ଅପମାନିତ କରୁଛି । ବିଜେପି ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳର ଆଚରଣ ଜନସାଧାରଣଙ୍କ ପ୍ରତି ଅପମାନ।
ଟିଏମସି ନେତା ଡେରେକ ଓ’ବ୍ରାଏନଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପାପଡି-ଚାଟ୍ କଥା କହିବା ଏକ ଅପମାନଜନକ ବିବୃତ୍ତି। କାଗଜପତ୍ର ଚିରିବା ମଧ୍ୟ ବିରୋଧୀଙ୍କ ଅହଂକାର ଦର୍ଶାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସୋମବାର ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଏନ୍ ସରକାର ଶୀଘ୍ର ବିଲ୍ ପାସ୍ କରିଥିବା ଅଭିଯୋଗ କରିଥିଲେ । 7-7 ମିନିଟରେ ଏକ ବିଲ୍ ପାରିତ ହୋଇଥିବା ଅଭିଯୋଗ କରିଥିଲେ ଟିଏମସି ସାଂସଦ । ଓ’ବ୍ରାଏନ ଏକ ଟ୍ବିଟରେ କହିଥିଲେ, ପ୍ରଥମ ୧୦ ଦିନରେ ସଂସଦରେ ଆଶ୍ଚର୍ଯ୍ୟଜନକ! ମୋଦି-ଶାହାଙ୍କୁ 12 ଟି ବିଲ୍ ପାସ୍ କରାଯାଇଛନ୍ତି ଏବଂ ଏହାର ହାରାହାରି ସମୟ ବିଲ୍ ପିଛା 7 ମିନିଟ୍ ଅଟେ। ବିଲ୍ ପାସ କରୁଛନ୍ତି ନା ପାପଡି-ଚାଟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଟିଏମସି ସାଂସଦ ।