ETV Bharat / bharat

ଆତ୍ମନିର୍ଭର ଭାରତ ସ୍ବୟଂମପୂର୍ଣ୍ଣ ଯୋଜନା: ଗୋଆକୁ ବିକାଶର ନୂଆ ମଡେଲ କହିଲେ ମୋଦି - ପ୍ରଧାନମନ୍ତ୍ରୀ ମୋଦି

ଆତ୍ମନିର୍ଭର ଭାରତ ସ୍ବୟଂମପୂର୍ଣ୍ଣ ଯୋଜନା ହିତାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ସେ ଗୋଆକୁ ବିକାଶର ନୂଆ ମଡେଲ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଆତ୍ମନିର୍ଭର ଭାରତ ସ୍ବୟଂପୂର୍ଣ୍ଣ ଯୋଜନା: ଗୋଆକୁ ବିକାଶର ନୂଆ ମଡେଲ କହିଲେ ମୋଦି

author img

By

Published : Oct 23, 2021, 4:48 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆରେ ଆତ୍ମନିର୍ଭର ଭାରତ ସ୍ବୟଂମପୂର୍ଣ୍ଣ ଯୋଜନାର ହିତାଧିକାରୀଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ହିତାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ସରକାରଙ୍କ ସହାୟତା ଓ ଲୋକଙ୍କ ପରିଶ୍ରମ ମିଳିତ ଭାବରେ ସମାଜରେ ବଡ଼ ପରିବର୍ତ୍ତନ ଆଣିବା ସହ ଆତ୍ମବିଶ୍ବାସ ବଢାଇଥାଏ, ତାହା ସେ ଏହି କଥାବାର୍ତ୍ତା ସମୟରେ ଅନୁଭବ କରିଥିବା କହିଛନ୍ତି ।

ଏହି କାର୍ଯ୍ୟକ୍ରମ ସମୟରେ ମୋଦି କହିଛନ୍ତି ଯେ ଆଜି ଗୋଆ ନୂଆ ଆତ୍ମବିଶ୍ବାସ ସହିତ ଅଗ୍ରଗତି କରିବାରେ ଲାଗିଛି । ବହୁ ସମୟ ଧରି ରାଜନୈତିକ ସ୍ବାର୍ଥ ଓ ରାଜନୈତିକ ଅସ୍ଥିରତା ଯୋଗୁଁ ଗୋଆର ଅଗ୍ରଗତି ହୋଇପାରିନଥିଲା । କିନ୍ତୁ ଏହି ବହୁ ବର୍ଷର ଅସ୍ଥିରତାକୁ ଗୋଆବାସୀ ସ୍ଥିରତାରେ ପରିବର୍ତ୍ତନ କରିଥିବା ସେ କହିଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି, ସେଗୁଡିକୁ ଗୋଆରେ ସଫଳତାର ସହିତ ଲାଗୁ କରାଯାଉଛି ବୋଲି କହିଛନ୍ତି ମୋଦି ।

ଶୌଚାଳୟଠାରୁ ଆରମ୍ଭ କରି ଉଜ୍ଜ୍ବଳା ଯୋଜନା, ଜନଧନ ବ୍ୟାଙ୍କ ଆକାଉଣ୍ଟ ଆଦି ସୁବିଧା ଗୋଆରେ ମହିଳାଙ୍କୁ ଦିଆଯାଇଛି । ରାଜ୍ୟ ସରକାରଙ୍କ କିଛି ଅଧିକାରୀଙ୍କୁ 'ସ୍ବଂୟମପୂର୍ଣ୍ଣ ମିତ୍ର' ନିଯୁକ୍ତି ଦେଇଛନ୍ତି ମୋଦି । ଏହାରି ମାଧ୍ୟମରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ସମସ୍ତ ଯୋଜନା ଯୋଗ୍ୟ ଅଧିକାରୀଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହାକୁ ସୁନିଶ୍ଚିତ କରିବେ ।

ଏହାସହିତ କାର୍ଯ୍ୟକ୍ରମରେ ଗୋଆର ପ୍ରଶଂସା କରି ମୋଦି କହିଛନ୍ତି ଯେ, " ଗୋଆ ମାନେ ପ୍ରକୃତି, ଗୋଆ ମାନେ ପର୍ଯ୍ୟଟନ, ଗୋଆ ମାନେ ଆନନ୍ଦ, କିନ୍ତୁ ସେ ଆଜି ଗୋଆକୁ ବିକାଶର ନୂଆ ମଡେଲ ବୋଲି କହିବେ ବୋଲି କହିଛନ୍ତି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.