ETV Bharat / bharat

ଭାରତର ଆତ୍ମା ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ - ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ସ୍ବତନ୍ତ୍ର ସମାରୋହ, ପୂଜାର୍ଚ୍ଚନା ସହ ନୂଆ ସଂସଦ ଭବନ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi inaugurates new Parliament building
ନୂଆ ସଂସଦ ଭବନ ଲୋକାର୍ପିତ
author img

By

Published : May 28, 2023, 9:46 AM IST

Updated : May 28, 2023, 10:35 AM IST

ନୂଆଦିଲ୍ଲୀ: ଇତିହାସରେ ଯୋଡି ହେଲା ନୂଆ ଫର୍ଦ୍ଦ । ନୂଆ ଭାରତର ଗୌରବ । ନୂଆ ଭାରତର ଆତ୍ମା । ଦେଶର ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ସମାରୋହ, ପୂଜାର୍ଚ୍ଚନା ସହ ଭାରତର ଆତ୍ମା ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । କୋଟି କୋଟି ଭାରତୀୟଙ୍କ ଆଶା ଆକାକ୍ଷାଂର ପ୍ରତୀକ ନୂଆ ସଂସଦ ଭାବନ । ଭାରତକୁ ଭବ୍ୟ, ବିଶାଳ ଅତ୍ୟାଧୁନିକ ନୂଆ ସଂସଦ ଭବନ ମିଳିିଛି ।

ସମୟ ପାଖାପାଖି 7ଟା 30ରେ ପାରମ୍ପରିକ ପୋଷାକରେ ସଂସଦ ଭବନ 1 ନମ୍ବର ଗେଟ ଦେଇ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ବାଗତ କରିଥିଲେ । ଏହା ପରେ ନୂଆ ସଂସଦ ଭବନ ଲୋକାର୍ପଣ ସମୋରୋହ ନେଇ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ ବିର୍ଲା ପୂଜାରେ ସାମିଲ ହୋଇଥିଲେ । ପୂଜାର୍ଚ୍ଚନା ହୋମରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ସମସ୍ତ ଅଧିନମ ମଠ ମହନ୍ତଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ । ପୂଜାର୍ଚ୍ଚନା ଓ ହୋମ ପରେ ନୂଆ ସଂସଦ ଭବନ ଲୋକାର୍ପିତ ହୋଇଥିଲା । ନୂତନ ସଂସଦ ଭବନ ଉଦଘାଟନୀ ସମାରୋହରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ନୂଆ ସଂସଦ ଭବନ ଲୋକାର୍ପଣ ବେଳେ ମହାର୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ଅର୍ପଣ କରିଥଲେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଓମ ବିର୍ଲା । ଏହା ପରେ କ୍ଷମତା ହସ୍ତାନ୍ତର ପ୍ରତୀକ ଐତିହ୍ୟ ସେଙ୍ଗୋଲର ସ୍ଥାପନା କରାଯାଇଥିଲା । ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ଏହି ସେଙ୍ଗୋଲର ସ୍ଥାପନା କରିଥିଲେ ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ....ନୂଆ ସଂସଦ ଭବନରେ ସ୍ଥାପିତ ହେଲା ଐତିହ୍ୟ 'ସେଙ୍ଗୋଲ'

ଏହା ବି ପଢନ୍ତୁ...Watch Video: ସଂସଦ ଭବନରେ ସର୍ବଧର୍ମ ପ୍ରାର୍ଥନା

ନୂଆ ସଂସଦ ନିର୍ମାଣ ଶ୍ରମିକଙ୍କୁ ଭେଟିରେ ପିଏମ: ଦେଶର ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଏହାର ନିର୍ମାଣରେ ନିୟୋଜିତ ଥିବା ଶ୍ରମିକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସଂସଦ ନିର୍ମାଣରେ ନିୟୋଜିତ ସମସ୍ତ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ସଂସଦ ନିର୍ମାଣ କାର୍ଯ୍ୟରେ ପ୍ରାୟ 60 ହଜାର ଶ୍ରମିକ ନିୟୋଜିତ ହୋଇଥିଲେ । ସମ୍ମାନିତ ଶ୍ରମିକଙ୍କ ମଧ୍ୟରେ ଜଣେ ଓଡିଆ ଶ୍ରମିକ ରହିଛନ୍ତି । ସେ ହେଉଛନ୍ତି ବାଲେଶ୍ବର ଚାନ୍ଦୀପୁରର ପୁରଞ୍ଜନ ଦଳାଇ । 2020 ଅକ୍ଟୋବରରେ ଏହାର ନିର୍ମାଣ ଲାଗି ଭୂମିପୂଜନ ହୋଇଥିଲା । ସେହି ବର୍ଷ ଡିସେମ୍ବର 10 ତାରିଖରେ ଶିଳାନ୍ୟାସ ହୋଇଥିଲା । ପ୍ରାୟ 64,500 ବର୍ଗ ମିଟର ଅଞ୍ଚଳରେ ଏହି ନୂତନ ସଂସଦ ଭବନ ନିର୍ମାଣ କରାଯାଇଛି ।

ଏହାର 3ଟି ଦ୍ବାର ରହିଛି ଯାହା ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର ଭାବେ ପରିଚିତ । ନୂଆ ସଂସଦ ଭବନ ଲୋକସଭା ସିଟ୍ ସଂଖ୍ୟା 888 ଓ ରାଜ୍ୟସଭା ସିଟ 384 ରହିଛି । ନୂଆ ସଂସଦ ଭବନରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ଅନେକ ମହାନ୍ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତୀ ସ୍ଥାନ ପାଇଛି । ଏହା ସହ ଭାରତୀୟ କଳା ଓ ସଂସ୍କୃତି ଝଲକ ଦେଖିବାକୁ ମିଳିିଛି । ଏବେ ଦେଶବାସୀଙ୍କୁ ଗଣତନ୍ତ୍ରର ନୂଆ ମନ୍ଦିର ମିଳିଛି ।

Last Updated : May 28, 2023, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.