ETV Bharat / bharat

PM Modi Visits Gujarat: ରାଜକୋଟରେ ଆଧୁନିକ ହସ୍ପିଟାଲ ଉଦଘାଟନ କଲେ ମୋଦି

author img

By

Published : May 28, 2022, 12:47 PM IST

ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତରେ ଥିବା ବେଳେ ରାଜକୋଟରେ ଆଧୁନିକ ହସ୍ପିଟାଲ ମାଟୁଶ୍ରୀ କେଡିପିର ଉଦଘାଟନ କରିଛନ୍ତି । ଏହାସହ ଏକ ଜନସଭାରେ ଯୋଗ ଦେଇ କହିଛନ୍ତି ଯେ ସରକାର ବାପୁଙ୍କ ସ୍ବପ୍ନର ଦେଶକୁ ନିର୍ମାଣ କରୁଛି ଓ ଏବଂ ସମସ୍ତଙ୍କୁ ସେମାନଙ୍କ ଅଧିକାର ମିଳୁଛି । ଅଧିକ ପଢନ୍ତୁ

ଗୁଜୁରାଟ ଗସ୍ତରେ ମୋଦି, ରାଜକୋଟରେ ଆଧୁନିକ ହସ୍ପିଟାଲ କଲେ ଉଦଘାଟନ

ଗାନ୍ଧୀନଗର: ଗୁଜୁରାଟ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜକୋଟରେ ମୋଦି ଶନିବାର ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ମାଟୁଶ୍ରୀ କେଡିପି ହସ୍ପିଟାଲ(Matushri KDP Multispecialty Hospital)ର ଉଦଘାଟନ କରିଛନ୍ତି । ହସ୍ପିଟାଲରେ ପ୍ରଚୁର ପରିମାଣରେ ମେଡିକାଲ ଉପକରଣ ଉପଲବ୍ଧ ରହିଥିବା ବେଳେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ରହିଛି । ହସ୍ପିଟାଲ ଉଦଘାଟନ ପରେ ଅଟକୋଟଠାରେ ଏକ ଜନସଭାରେ ଯୋଗ ଦେଇଛନ୍ତି ମୋଦି ।

ମୋଦି ଏହି ଅବସରରେ କହିଛନ୍ତି ଯେ, ‘ଯେତେବେଳେ ଜନତାଙ୍କ ଉଦ୍ୟମ ସହ ସରକାରଙ୍କ ଉଦ୍ୟମ ଯୋଡ଼ି ହୋଇଯାଏ, ସେତେବେଳେ ଆମର ସେବା କରିବାର ଶକ୍ତି ବଢିଥାଏ । ରାଜକୋଟର ଏହି ଆଧୁନିକ ହସ୍ପିଟାଲ ଏହାର ପ୍ରମୁଖ ଉଦାହରଣ । କେନ୍ଦ୍ର ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତ ନିର୍ମାଣ କରୁଛନ୍ତି । ଯେଉଁଠି ପ୍ରତ୍ୟେକଙ୍କୁ ସେମାନଙ୍କ ଅଧିକାର ମିଳୁଛି । 'ସବକା ସାଥ୍‌ ସବକା ବିକାଶ' ହିଁ ସରକାରଙ୍କ ଲକ୍ଷ୍ୟ ରହିଛି ।’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, " ମୁଁ ଗତ ୮ ବର୍ଷ ଧରି ସେବା କରିଆସୁଛି । ଦେଶ ସେବାରେ କୌଣସି ପ୍ରକାର ଅବହେଳା ହୋଇନାହିଁ । ଆଜି ଦେଶରେ ପ୍ରାୟ ୫ ଲକ୍ଷ ଗରିବ ଶ୍ରେଣୀର ଲୋକଙ୍କୁ ନିଶୁଳ୍କ ସେବା ଯୋଗାଇ ଦିଆଯାଉଛି । ୬ କୋଟି ପରିବାରକୁ ନଳ ଦ୍ବାରା ପାନୀୟ ଜଳ ଦିଆଯାଉଛି । ସୁଶାସନ ଓ ଗରିବଙ୍କ କଲ୍ୟାଣ ମୋର ଲକ୍ଷ୍ୟ । ପ୍ରତ୍ୟେକ ନାଗରିକଙ୍କୁ ମାଗଣା ଟିକା ଦିଆଗଲା । ଆଜି ସମସ୍ତଙ୍କୁ ନିଜର ଅଧିକାର ମିଳୁଛି । "

କେନ୍ଦ୍ରର ଭାଜପା ନେତୃତ୍ବାଧୀନ NDA ସରକାର ରାଷ୍ଟ୍ରୀୟ ସେବାର ୮ ବର୍ଷ ପୂର୍ତ୍ତି କରିବାକୁ ଯାଉଛି । ଏହି ବର୍ଷ ମଧ୍ୟରେ ସରକାର ଗରିବଙ୍କ ସେବା ସହିତ ସୁଶାସନ, ଗରିବଙ୍କ କଲ୍ୟାଣକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି । 'ସବକା ସାଥ୍‌-ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ' ଦ୍ବାରା ଦେଶର ବିକାଶକୁ ଏକ ନୂଆ ଦିଗ ମିଳିଛି । ଏହାସହିତ ମୋଦି ଗୁଜୁରାଟ ଗସ୍ତ କରିଥିବାରୁ ଏଠାକାର ବାସୀଙ୍କୁ ନତମସ୍ତକ ହୋଇ ଆଦର କରୁଥିବା କହିଛନ୍ତି । ମୋଦି ଗୁଜୁରାଟ ବାସୀ ହୋଇଥିବାରୁ ଏଠାରୁ ମିଳିଥିବା ଶିକ୍ଷା, ସମାଜ ସେବା ଆଦିର ଉପଯୋଗ କରି ଜନ୍ମଭୂମିର ବିକାଶ ପାଇଁ ସମସ୍ତ ଉଦ୍ୟମ କରିଥିବା କହିଛନ୍ତି ।

ଗରିବଙ୍କ ସରକାର କ୍ଷମତାକୁ ଆସିଲେ କିପରି ସେବା କରାଯାଏ, ଜନତାଙ୍କୁ ସଶକ୍ତ କରିବା ଲାଗି କାମ କରେ । ଆଜି ଏହାକୁ ସାରା ଦେଶ ଦେଖୁଛି ବୋଲି ମୋଦି କହିଛନ୍ତି । ୧୦୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ସଙ୍କଟ ସମୟରେ ମଧ୍ୟ ଦେଶ ଏହା ଅନୁଭବ କରିଛି । ମହାମାରୀ ଆସିବା ପରେ ଲୋକଙ୍କ ଆଗରେ ଖାଦ୍ୟ ସମସ୍ୟା ଉପୁଜିଥିଲା । ଏଥିରୁ ଲୋକଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ଆହାର କେନ୍ଦ୍ର ଖୋଲିଥିଲେ ବୋଲି କହିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.