ETV Bharat / bharat

Navratri: ଆରମ୍ଭ ହେଲା ପାରମ୍ପରିକ ନବବର୍ଷ, ଶୁଭେଚ୍ଛା ଜଣାଇଲେ ମୋଦି - ନବରାତ୍ରିରେ ମୋଦିଙ୍କ ଶୁଭେଚ୍ଛା

ଆଜି(ଶନିବାର)ଠୁ ଦେଶରେ ପାରମ୍ପରିକ ନବବର୍ଷ ଆରମ୍ଭ ହୋଇଛି । ଏହାକୁ କେଉଁଠି ନବରାତ୍ରି ତ କେଉଁଠି ଉଗାଡି, ଗୁ଼ଡି ପଡୱା ଭଳି ଭିନ୍ନ ଭିନ୍ନ ନାମରେ ପାଳନ କରୁଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Navratri: ଆରମ୍ଭ ହେଲା ପାରମ୍ପରିକ ନବବର୍ଷ, ଶୁଭେଚ୍ଛା ଜଣାଇଲେ ମୋଦି

author img

By

Published : Apr 2, 2022, 1:17 PM IST

ନୂଆଦିଲ୍ଲୀ: ଆଜି(ଶନିବାର) ଆରମ୍ଭ ହୋଇଛି ଭାରତୀୟଙ୍କ ପାରମ୍ପରିକ ନବବର୍ଷ । ଆଜି ନବରାତ୍ରିର ପ୍ରଥମ ଦିନ ହୋଇଥିବା ବେଳେ ଶ୍ରଦ୍ଧାଳୁ ମା' ଦୂର୍ଗାଙ୍କୁ ଆରାଧନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନବରାତ୍ରି ଶୁଭାରମ୍ଭର ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବକୁ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ମୋଦି ଏ ନେଇ ଟ୍ବିଟ କରି ସଭିଙ୍କ ଜୀବନରେ ମା' ଶକ୍ତି ଭରି ଦିଅନ୍ତୁ ବୋଲି ସେ କାମନା କରିଛନ୍ତି ।

ଏ ନେଇ ମୋଦି ଟ୍ବିଟ କରି ଲେଖିଛନ୍ତି ଯେ, " ଦେଶବାସୀଙ୍କୁ ନବରାତ୍ରିର ହାର୍ଦ୍ଦିକ ଶୁଭେଚ୍ଛା । ମହାଶକ୍ତିଙ୍କୁ ଏହି ପର୍ବରେ ଆରାଧନା କରାଯାଉଥିବା ବେଳେ ମା' ସଭିଙ୍କ ଜୀବନରେ ଅଶେଷ ଶକ୍ତି ଭରି ଦିଅନ୍ତୁ । ବିକ୍ରମ ସମ୍ବତ ସଭିଙ୍କ ଜୀବନରେ ନୂତନ ଆଶା ଏବଂ ଉତ୍ସାହ ଆଣି ଦିଅନ୍ତୁ । " ଏହି ପବିତ୍ର ଦିବସରେ ଦେଶବାସୀଙ୍କ ପାଇଏଁ ଏପରି କାମନା କରିଛନ୍ତି ମୋଦି । ଏହାସହିତ ମୋଦି ଉଗାଡ଼ି, ଛେତି ଚାନ୍ଦ, ଗୁଡି ପଡୱା, ନବରେହ ପର୍ବ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ଅନେକ ନାମରେ ଦେଶବାସୀ ପାରମ୍ପରିକ ନବବର୍ଷକୁ ପାଳନ କରିଥାନ୍ତି ।

  • सभी देशवासियों को नवरात्रि की बधाई।
    शक्ति की उपासना का यह पर्व हर किसी के जीवन में नई ऊर्जा का संचार करे।

    — Narendra Modi (@narendramodi) April 2, 2022 " class="align-text-top noRightClick twitterSection" data=" ">

ନବରାତ୍ରିର ପ୍ରଥମ ଦିନକୁ ଚୈତ୍ର ନବରାତ୍ରି କୁହାଯାଏ । ଏହି ଅବସରରେ ଅନେକ ଶ୍ରଦ୍ଧାଳୁ ଜମ୍ମୁର କାତ୍ରାରେ ଥିବା ମାତା ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି । ସେହିପରି ଦୂର୍ଗା ମନ୍ଦିରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀର ଝଣ୍ଡେୱାଲାଁ ମନ୍ଦିର, ବାରଣାସୀର ଦୂର୍ଗା ମନ୍ଦିର ଓ ମୁମ୍ବାଇର ମୁମ୍ବା ଦେବୀ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହିନ୍ଦୁମାନେ ଚୈତ୍ର ନବରାତ୍ରି ବା ବସନ୍ତ ନବରାତ୍ରି ନାମରେ ନବରାତ୍ରିର ପ୍ରଥମ ଦିନକୁ ପାଳନ କରନ୍ତି ।

  • गुढीपाडव्याच्या हार्दिक शुभेच्छा.

    हे वर्ष आनंद आणि उत्तम आरोग्याचे जावो अशी मी प्रार्थना करतो.

    आगामी वर्षात तुमच्या सर्व मनोकामना पूर्ण होवोत. pic.twitter.com/E0ocwJ3czA

ଚଳିତ ବର୍ଷ ହିନ୍ଦୁଙ୍କ ଏହି ପ୍ରମୁଖ ପର୍ବ ଏପ୍ରିଲ ୨ ତାରିଖଠାରୁ ଆରମ୍ଭ ହୋଇ ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଶୁକ୍ଳ ପକ୍ଷରେ ଚୈତ୍ର ନବରାତ୍ରି ପର୍ବ ପଡ଼ିଥାଏ । ମା' ଦୂର୍ଗାଙ୍କୁ ନବରାତ୍ରିର ୯ ଦିନରେ ଭିନ୍ନ ଭିନ୍ନ ଅବତାରରେ ପୂଜା କରଯାଏ । ଏହାସହିତ ଏହି ଦିବସକୁ ଭଗବାନ ରାମଙ୍କ ଜନ୍ମତିଥି ଭାବେ ମଧ୍ୟ ବିଶ୍ବାସ କରାଯାଏ । ଏହି ଦିନଟି ନବରାତ୍ରିର ଶେଷ ଦିନ ତଥା ନବମ ଦିନରେ ପଡିଥାଏ । ଏଥିଲାଗି ନବମ ଦିନକୁ 'ରାମ ନବରାତ୍ରି' ବୋଲି କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.