ETV Bharat / bharat

Plane Crash In China: ଚୀନ ବିମାନ ଦୁର୍ଘଟଣାରେ ଦୁଖଃପ୍ରକାଶ କଲେ ମୋଦି

author img

By

Published : Mar 21, 2022, 7:57 PM IST

ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଦୁଖଃପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ପୀଡିତ ପରିବାରକୁ ଜଣାଇଲେ ସମବେଦନା । ଅଧିକ ପଢନ୍ତୁ

ଚୀନ ବିମାନ ଦୁର୍ଘଟଣା, ଦୁଖଃ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଖଃପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣା ସମ୍ପର୍କରେ ଜାଣିବା ପରେ ସେ ଗଭୀର ଭାବେ ଦୁଖିତ ବୋଲି ଟ୍ବିଟ କରିଛନ୍ତି । ସେହିପରି ଦୁର୍ଘଟଣାରେ ପିଡୀତ ଯାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

  • Deeply shocked and saddened to learn about the crash of the passenger flight MU5735 with 132 on board in China’s Guangxi. Our thoughts and prayers are with the victims of the crash and their family members.

    — Narendra Modi (@narendramodi) March 21, 2022 " '="" class="align-text-top noRightClick twitterSection" data=" ">

ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ 133 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ଏପର୍ଯ୍ୟନ୍ତ ଚୀନ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ଅନ୍ୟପଟେ ବିମାନଟି ଦୁର୍ଘଟଣା ହେବାର ଏକାଧିକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲେ ସୁଦ୍ଧା କୌଣସି ଯାତ୍ରୀ ଆହତ ବା ଜୀବନ୍ତ ଉଦ୍ଧାର ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିନାହିଁ । ତେଣୁ ଦୁର୍ଘଟଣାର ଭୟାବହତାକୁ ଦେଖି ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ମଧ୍ୟ ଘନୀଭୂତ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.