ETV Bharat / bharat

Amit Shah Interview: ଭଗବାନ ଶିବଙ୍କ ବିଷ ପାନ ପରି ସବୁ ଦୁଃଖ ସହିଛନ୍ତି ମୋଦି - ଅମିତ ଶାହାଙ୍କ ସାକ୍ଷାତକାର

2002 ଗୁଜୁରାଟ ଦଙ୍ଗାକୁ ନେଇ ଆଜି ଜାତୀୟ ନ୍ୟୁଜ ଏଜେନ୍ସି ANIରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଦୀର୍ଘ ୧୯ ବର୍ଷ ହେଲା ମୋଦି ସବୁ ଦୁଃଖକୁ ଭଗବାନ ଶିବଙ୍କ ପରି ବିଷ ପାନ କରି ଲଢି ଚାଲିଥିବା କହିଲେ ଶାହ । ଅଧିକ ପଢନ୍ତୁ

୨୦୦୨ Amit Shah Interviewଗୁଜୁରାଟ ଦଙ୍ଗାକୁ ନେଇ ମୁହଁ ଖୋଲିଲେ ଅମିତ ଶାହା
୨୦୦୨ Amit Shah Interviewଦଙ୍ଗାକୁ ନେଇ ମୁହଁ ଖୋଲିଲେ ଅମିତ ଶାହା
author img

By

Published : Jun 25, 2022, 5:26 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ । ଗୁଜରାଟ ଦଙ୍ଗା(Gujarat Riots) ମାମଲାକୁ ନେଇ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି କ୍ଲିନଚିଟ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ(SupremCourt) ରାୟ ପରେ ପୁରା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ (Amit Shah) । ସମ୍ବାଦ ସରାବହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ଶାହ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି 19 ବର୍ଷ ହେଲା ଭଗବାନ ଶିବଙ୍କ ପରି ବିଷ ପାନ କରିଚାଲିଛନ୍ତି । ଚୁପଚାପ ସମସ୍ତ ଅପବାଦ ନିନ୍ଦାକୁ ବିନା ଦୋଷରେ ସହିଛନ୍ତି ।

  • #WATCH | "...Modi ji set an example, showing how Constitution can be honoured. He was questioned but nobody staged dharna & workers didn't come to stand in solidarity with him...If those who levelled allegations have a conscience, they should apologise," HM on 2002 Gujarat riots. pic.twitter.com/K2UymZDAth

    — ANI (@ANI) June 25, 2022 " class="align-text-top noRightClick twitterSection" data=" ">

ଅତ୍ୟନ୍ତ ବାଷ୍ପରୁଦ୍ଧ କଣ୍ଠରେ ଅମିତ ଶାହ (Amit Shah) କହିଛନ୍ତି, ଦେଶର ଶକ୍ତିଶାଳୀ ନେତା ବିନା ଗୋଟିଏ ଶବ୍ଦ ଉଚ୍ଚାରଣ କରି ସମସ୍ତ ଦୁଃଖକୁ ନିଜ ମଧ୍ୟରେ ଚାପି ରଖିଛନ୍ତି । ଆଉ ବିନା ଶବ୍ଦରେ ଏକା ଲଢେଇ ଜାରି ରଖିଛନ୍ତି । ଯାହା କଳ୍ପନା କରିବା ମଧ୍ଯ ସହଜ ନୁହେଁ । ଆଉ ଆଜି ଯେତେବେଳେ ସତ୍ୟ ପ୍ରସ୍ଫୁଟିତ ହୋଇ ସାମନାକୁ ଆସିଛି ସୁନା ପରି ଚମକୁଛି । ଆଉ ଏହି ସତ୍ୟ ହିଁ ଏବେ ଆନନ୍ଦ ଅନୁଭବ ଦେଉଛି ।

  • #WATCH | "Modi ji didn't do drama while appearing before SIT - come out in my support, call MLAs-MPs & stage dharna...If SIT wants to question CM,he himself is ready to cooperate. Why protest?..," says HM in an apparent jibe at Congress protest over Rahul Gadhi's ED questioning pic.twitter.com/f068nslYJ5

ଗୃହମନ୍ତ୍ରୀ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅତି ନିକଟରୁ ଦେଖିଛି । ସେ କିଭଳି କଷ୍ଟ ପାଉଥିଲେ । ଯାହା ଆଉ କେହି ଅନୁଭବ କରିପାରିବେ ନାହିଁ । ସବୁକିଛି ସତ୍ୟ ଥାଇ ସୁଦ୍ଧା ଆମେ କିଛି କହିନଥିଲୁ । ସବୁ ଦୁଃଖକୁ ମୋଦି ପାନ କରିଚାଲିଥିଲେ । ଜଣେ ମଜବୁତ ଶକ୍ତିଶାଳୀ ରାଜନେତା ହିଁ ଏହି ପରିସ୍ଥିତିରେ ନିଜକୁ ସଠିକ ମାର୍ଗରେ ନେଇପାରିବ । ଶାହ ଆହୁରି କହିଛନ୍ତି ନ୍ୟାୟିକ ପ୍ରକ୍ରିୟାରେ ସମସ୍ୟା ନଆସୁ, ସେଥିପାଇଁ ଆମେ ସବୁ କିଛି ଜାଣିଥିଲେ ମଧ୍ୟ ଚୁପ ରହିଥିଲୁ ।

  • #WATCH | A tall leader fought this 18-19-yr-long fight without saying a word&braving all pain like 'vishpaan' of Lord Shankar...I saw him suffering through this very closely. Only a strong-willed person could've taken stand to not say anything as case was sub-judice: HM Amit Shah pic.twitter.com/aATkeKbKhE

ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ଶାହ କହିଛନ୍ତି, ‘ସେତେବେଳେ ଘଟଣାକୁ ନେଇ ଏସଆଇଟି ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି(Narendra Modi )ଙ୍କୁ ଜେରା କରିଥିଲା । ମୋଦି ପୁରା ସହଯୋଗ କରିଥିଲେ । ଏହି ମାମଲାରେ ତାଙ୍କର(ଅମିତ ଶାହ ) ମଧ୍ୟ ଗିରଫ ହୋଇଥିଲା । ହେଲେ କୌଣସି ପ୍ରତିବାଦ କରିନଥିଲେ । କୌଣସି ଦଳୀୟ ବିଧାୟକ, ସାଂସଦ କିମ୍ବା ପଦାଧିକାରୀଙ୍କୁ କହିନଥିଲେ ପ୍ରତିବାଦ କରିବାକୁ । ଦଳୀୟ କର୍ମୀ ଆସିନଥିଲେ ରାସ୍ତାକୁ । ଆଇନକୁ କୋର୍ଟକୁ ପୁରା ସମ୍ମାନ ଦେଇଥିଲେ ମୋଦି । ଘଣ୍ଟା ଘଣ୍ଟା ଧରି ଜେରାର ସମ୍ମୁଖିନ ହୋଇଥିଲେ । ଯେଉଁମାନେ ଅଭିଯୋଗ ଆଣିଥିଲେ ତାଙ୍କର ଯଦି ମାନବିକତା ଅଛି କ୍ଷମା ମାଗନ୍ତୁ । କାରଣ ପ୍ରଧାନମନ୍ତ୍ରୀଙ୍କ ପରି ଜଣେ ବିଶ୍ବନେତାଙ୍କୁ ବିରୋଧ କରିବା ପାଇଁ ଯେଉଁ ମିଛ ଅଭିଯୋଗ ଅଣାଯାଇଥିଲା ତାହା ଆଜି ବିଫଳ ହୋଇଛି । ଲୋକତନ୍ତ୍ରରେ କିଭଳି ସମ୍ବିଧାନକୁ ସମ୍ମାନ ଦିଆଯାଏ, ତାହା ମୋଦି କରି ଦେଖାଇଛନ୍ତି ବୋଲି ଶାହ କହିଛନ୍ତି ।

ବର୍ତ୍ତମାନ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରାର ସମ୍ମୁଖୀନ ହେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ପ୍ରହାର କରି ଶାହ କହିଛନ୍ତି ଆଜି କାହିଁକି କଂଗ୍ରେସ ଧାରଣ ପ୍ରତିବାଦ ଆନ୍ଦୋଳନ କରୁଛି ? ଯଦି ଦୁର୍ନୀତି କରିନାହାଁନ୍ତି ବିନା ଶକ୍ତି ପ୍ରଦର୍ଶନରେ ଆଇନର ସାମନା କରନ୍ତୁ । ସତ୍ୟ ଦିନେ ସାମନାକୁ ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.