ETV Bharat / bharat

ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ; ‘ଯେତେ ଲୁଟିଛ, କଡାଗଣ୍ଡାରେ ଫେରାଇବ’

author img

By ETV Bharat Odisha Team

Published : Dec 8, 2023, 4:16 PM IST

Updated : Dec 8, 2023, 4:58 PM IST

PM Modi criticizes opposition On IT Raid: ଏକାଧିକ ସ୍ଥାନରେ ଆୟକର ବିଭାଗର ବଡ଼ ଧରଣର ରେଡ୍‌ । ସୋସିଆଲ ମିଡିଆ ପୋଷ୍ଟରେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଟାକ୍ଷ । ଅଧିକ ପଢନ୍ତୁ

recovery of 200 crores cash in IT Raid
recovery of 200 crores cash in IT Raid

ନୂଆଦିଲ୍ଲୀ: ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର ଆୟକର ବିଭାଗର ବଡ଼ ଧରଣର ଚଢାଉ ହୋଇଛି । କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ଟଙ୍କା ଗଣା ମେସିନ ମଧ୍ୟ ଅଚଳ ହୋଇଯାଇଛି । ଏହି କଳା ଟଙ୍କା ଜବତକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ ସୋସିଆଲ ମିଡିଆ ପୋଷ୍ଟରେ ବିରୋଧୀ ରାଜନେତାଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଜନତାଙ୍କଠାରୁ ଯେଉଁ ହରିଲୁଟ ହୋଇଛି, ତାହାକୁ ସୁଧମୂଳ ସହିତ ଫେରସ୍ତ କରାଯିବ, ଏହା ମୋଦି ଗ୍ୟାରେଣ୍ଟି ବୋଲି ପୋଷ୍ଟରେ ଲେଖିଛନ୍ତି ମୋଦି ।

  • देशवासी इन नोटों के ढेर को देखें और फिर इनके नेताओं के ईमानदारी के 'भाषणों' को सुनें... 😂😂😂

    जनता से जो लूटा है, उसकी पाई-पाई लौटानी पड़ेगी, यह मोदी की गारंटी है।

    ❌❌❌💵 💵 💵❌❌❌ pic.twitter.com/O2pEA4QTOj

    — Narendra Modi (@narendramodi) December 8, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ଏକ ଦୈନିକ ଖବରକାଗଜରେ ପ୍ରକାଶିତ ହୋଇଥିବା ଏହି ସମ୍ପର୍କିତ ଖବରର ଫଟୋକୁ ସେୟାର କରି ନିଜ ପୋଷ୍ଟରେ ଲେଖିଛନ୍ତି, "ଦେଶବାସୀ ଏହି ପୁଳା ପୁଳା ଟଙ୍କାର ପାହାଡ଼କୁ ଦେଖନ୍ତୁ ଓ ସେହି ନେତାଙ୍କ ଭାଷଣକୁ ଶୁଣନ୍ତୁ । ଜନତାଙ୍କଠାରୁ ଯେଉଁ କୋଟି କୋଟି ଟଙ୍କା ହରିଲୁଟ ହୋଇଛି, ତାର ସୁଧମୂଳ ସହିତ ଫେରସ୍ତ କରାଯିବ । ଏହା ମୋଦି ଗ୍ୟାରେଣ୍ଟି ।" ସୂଚନା ଥାଉ କି ଏହି କଳା ଟଙ୍କା ଜବତ ମାମଲାରେ କିଛି ରାଜନେତାଙ୍କ ସମ୍ପୃକ୍ତି ରହିଛି । ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ୧୦ଟି ଠିକଣା ଉପରେ ରେଡ ମଧ୍ୟ ହେଉଛି । ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ରାଉରକେଲା ଓ ଏକାଧିକ ସ୍ଥାନରେ ରେଡ ହେଉଛି ।

ଏହା ବି ପଢନ୍ତୁ- ମଦଭାଟି ମ୍ୟାନେଜରଙ୍କ ଘରେ ଆଇଟି ରେଡ୍: ୫୦ କୋଟି ଜବତ ! ଟଙ୍କା ଗଣିଗଣି ଥକିଲେ ଅଧିକାରୀ

ସୂଚନା ଥାଉ କି ସମ୍ବଲପୁରରେ ବଳଦେବ ସାହୁ ଆଣ୍ଡ୍‌ ସନ୍ସ କମ୍ପାନିର ଧନୁପାଲି ସ୍ଥିତ ମହାବୀରପଡ଼ାର ମୁଖ୍ୟ ମଦଭାଟିରେ ପ୍ରଥମେ ଚଢ଼ାଉ ହୋଇଥିଲା । ଏହି ମହାବୀରପଡ଼ା ମୁଖ୍ୟ ମଦଭାଟିରୁ SBI ମୁଖ୍ୟ ଶାଖାକୁ ୩ଟି ବ୍ୟାଗରେ ଟଙ୍କା ଆସିଥିଲା । ସମ୍ବଲପୁର, ବଡ଼ ବଜାର ସ୍ଥିତ ଭାଟି କାର୍ଯ୍ୟାଳୟରେ ଏତେ ଟଙ୍କା ଥିଲା ଯେ, ଆୟକର ବିଭାଗର ଅଧିକାରୀମାନେ ସେଠାରେ ଟଙ୍କା ଗଣିବା ସମ୍ଭବ ହୋଇନଥିଲା l ଏହାପରେ SBIର କ୍ୟାସ ଭ୍ୟାନ ମଗାଇ ସେଠାରୁ ଟଙ୍କା ନିଆଯାଇଥିଲା । ଏହି ମଦ ସଂସ୍ଥାର ମାଲିକ ପ୍ରଥମେ ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ମଦ ବ୍ୟବସାୟ ଆରମ୍ଭ କରିଥିଲେ । ପ୍ରଥମେ ଶିବଗଙ୍ଗା ଆଣ୍ଡ କମ୍ପାନିଜ୍ ନାମରେ ସଂସ୍ଥା ଆରମ୍ଭ ହୋଇଥିଲା ଓ ପରେ ଫରଚୁନ୍‌ ସ୍ପିରିଟ୍ ନାମରେ ଆଉ ଏକ ସଂସ୍ଥା ଖୋଲାଯାଇଥିଲା ।

ଏହା ବି ପଢନ୍ତୁ- ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍; 300 କୋଟିରୁ ଅଧିକ ଠାବ ! ଚଢାଉ ଜାରି

ସେହି ଫରଚୁନ ସ୍ପିରିଟ୍ ନାମରେ କୋଟିକୋଟି ଟଙ୍କାର ଋଣ କରାଯାଇଥିଲା ଓ ସଂସ୍ଥା କ୍ଷତି କରିଥିବା ଦର୍ଶାଯାଇ ଟଙ୍କା ହେରଫେର କରାଯାଇଥିଲା । ଏହାପରେ ଏହି ସଂସ୍ଥାର ୩ ମୂଳ ମାଲିକ ଓ ସେମାନଙ୍କର ୭ ପୁଅଙ୍କ ନାମରେ ବୌଦ୍ଧ ଡିଷ୍ଟ୍ରିଲାରୀ(ବିଡିପିଏଲ୍), ରାଣୀସତୀ ପ୍ୟାଡି ପ୍ରୋସେସିଂ ଭଳି ଭିନ୍ନ ଭିନ୍ନ ନାମରେ ସଂସ୍ଥା ଖୋଲାଯାଇ କୋଟିକୋଟି ଟଙ୍କାର ଆୟକର ଫାଙ୍କିଥିବା ଅଭିଯୋଗ ହୋଇଛି । ଏବେ ସେହି କଳା ସାମ୍ରାଜ୍ୟର ରହସ୍ୟ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । ଆୟକର ବିଭାଗର ୩୬ଟି ଟିମ୍ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୬ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି ।

ଏହା ବି ପଢନ୍ତୁ- ଆଲମିରାରେ ଥାକ ଥାକ ଟଙ୍କା, ଗଣି ଗଣି ମେସିନ ଖରାପ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2023, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.