ETV Bharat / bharat

ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ଶୁଭେଚ୍ଛା

author img

By

Published : Jun 20, 2021, 5:28 PM IST

ଇରାନ ରାଷ୍ଟ୍ରପତି ପଦରେ ବୃହତ ବିଜୟ ନେଇ ଇବ୍ରାହିମ ରଇସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ଶୁଭେଚ୍ଛା
ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ଶୁଭେଚ୍ଛା

ତେହରାନ: ଘୋଷଣା ହୋଇଛି ଇରାନ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ବିଜୟ ନେଇ ଇବ୍ରାହିମ ରଇସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଘୋଷଣା ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଫଳଫଳରେ ଇବ୍ରାହିମ ରଇସୀଙ୍କୁ ବୃହତ ବିଜୟ ହାସଲ ହୋଇଛି ।

ଇବ୍ରାହିମ ବର୍ତ୍ତମାନର ରାଷ୍ଟ୍ରପତି ହସନ ରୁହାନୀଙ୍କ ସ୍ଥାନ ନେବେ । ପ୍ରଧାନମନ୍ତ୍ରୀ ମୋଦି ଇବ୍ରାହିମଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଇରାନ ରାଷ୍ଟ୍ରପତି ପଦରେ ନିର୍ବାଚିତ ଇବ୍ରାହିମ ରଇସୀଙ୍କୁ ଶୁଭେଚ୍ଛା । ଭାରତ ଓ ଇରାନ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଇବ୍ରାହିମଙ୍କ ସହ ମିଶି କାମ କରିବି ।

ଇରାନରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଇବ୍ରାହିମ ରଇସୀ ଶନିବାର ବଡ ମାର୍ଜିନରେ ବିଜୟ ହାସଲ କରିଛନ୍ତି । ରଇସୀ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମନେଇଙ୍କ କଠୋର ସମର୍ଥକ ଓ ନିକଟତର ବୋଲି ବିବେଚନା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.