ଗୌହାଟୀ: ଆସାମର କରୀମଗଞ୍ଜ ନିର୍ବାଚନୀ ରାଲିରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ସରକାରର ନୀତିରୁ ରାଜ୍ୟରେ ସାମାଜିକ, ସାଂସ୍କୃତିକ, ଭୌଗଳିକ ଓ ରାଜନୈତିକ କ୍ଷେତ୍ରକୁ କ୍ଷତି ପହଞ୍ଚିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ପିଏମ ମୋଦି କହିଛନ୍ତି, ଆଜି ଗୋଟିଏ ପକ୍ଷେ ବିଜେପିର ନୀତି ଅଛି ବିଜେପିର ନେତୃତ୍ବ ଅଛି ତ ଅନ୍ୟପକ୍ଷେ କଂଗ୍ରେସ ରହିଛି, ଯାହା ପାଖରେ ନା ନେତା ଅଛି ନା ନୀତି ନା କୌଣସି ବିଚାରଧାରା । ଆସାମରେ କଂଗ୍ରେସ କାହା ଭରସାରେ ମୈଦାନରେ ଅଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଆଜି ଏତେ ଦୁର୍ବଳ ହୋଇଯାଇଛି ଯେ କୌଣସି ସ୍ତରରକୁ ବି ଯାଇପାରେ । କାହା ସହିତ ମଧ୍ୟ ହାତ ମିଳାଇପାରେ । ଏହି ବିଚିତ୍ର ସ୍ଥିତିକୁ ସମଗ୍ର ଦେଶ ଦେଖୁଛି । ପଶ୍ଚିମବଙ୍ଗରେ ବାମପନ୍ଥୀଙ୍କ ସହିତ ସେମାନେ ଲାଲସମଲାମ କରୁଥିବା ବେଳେ କେରଳରେ ପରସ୍ପର ସହିତ ଲଢେଇ ଜାରି ରହିଛି । କଣ ଆସାମରେ କଂଗ୍ରେସ ସ୍ଥିର ସରକାର ଦେଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ମୋଦି ।