ନୂଆଦିଲ୍ଲୀ: ଆସନ୍ତା 25 ତାରିଖ ଅପରାହ୍ନ 4ଟାରେ ଦ୍ବିତୀୟ ଥର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ (oath-taking ceremony of Yogi Adityanath as Chief Minister of Uttar Pradesh) । ଏହାସହ ସେହି ଦିନ ଯୋଗୀଙ୍କ କ୍ୟାବନେଟ ମଧ୍ୟ ଶପଥ ଗ୍ରହଣ କରିବ । ଯୋଗୀଙ୍କ ଦ୍ବିତୀୟ ପାଳି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ବିଜେପି ଭବ୍ୟ ସହ ବହୁ ଆଡମ୍ବର କରିବାକୁ ଯୋଜନା କରିଛି ।
ବିଜେପି ସୂତ୍ର ଅନୁସାରେ ଆସନ୍ତା ଶୁକ୍ରବାର ଅପରାହ୍ନ 4 ଟାରେ ଲକ୍ଷ୍ନୌ ସ୍ଥିତ ଅଟଳ ବିହାରୀ ବାଜପେୟୀ ଆନ୍ତଃର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ଟିମ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ 50 ଲୋକଙ୍କ ସମେତ ଦେଶର ପ୍ରାୟ 2 ଶହ VVIP ଅତିଥି ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତି ଦୃତ ଗତିରେ ଜାରି ରହିଛି ।
କିଏ ହେବେ ଅତିଥି?
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ଉତ୍ସବର ମୁକସାକ୍ଷୀ ରହିବେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) । ଏହାବାଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Home Minister Amit Shah), ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defence Minister Rajnath Singh), ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (Bharatiya Janata Party national president JP Nadda ), ଏକାଧିକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ହେବେ । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଣ ଦଳର ସମସ୍ତ ସାଂସଦ, ରାଷ୍ଟ୍ରୀୟ ମହାମନ୍ତ୍ରୀ, ଦଳର ସମସ୍ତ ମୋର୍ଚ୍ଚାର ପ୍ରମୁଖ ଉପସ୍ଥିତ ରହିବେ । ଏହାସହ କଂଗ୍ରେସର ବରିଷ୍ଠ ନେତା, ସପା, ବସପା ଓ ରାଜ୍ୟର ଅନ୍ୟ ଆଞ୍ଚଳିକ ଦଳର ପ୍ରମୁଖ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ରାଜ୍ୟର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବରିଷ୍ଠ ପ୍ରଶାସକ, ରାଜନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ସ୍ବତନ୍ତ୍ର ଅତିଥି
ଆଉ ସବୁଠାରୁ ବଡ କଥା ହେଉଛି ଯୋଗୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କିଛି ସ୍ବତନ୍ତ୍ର ଅତିଥି ସାମିଲ ହେବେ । ସେମାନେ ହେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଲାଭାର୍ଥୀ । ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ମହିଳା ରହିଥିବେ । ଏତତ ବ୍ୟତୀତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ, ସାଧୁ ସନ୍ଥ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।
ମନ୍ତ୍ରୀ ମଣ୍ଡଳରେ ଦିଆଯାଉଛି ଶେଷ ସ୍ପର୍ଶ
ଯୋଗୀଙ୍କ ଟିମରେ କିଏ କିଏ ସାମିଲ ହେବେ ତାହାକୁ ନେଇ ବିଜେପି ଗଭୀର ଭାବେ ପରିଶ୍ରମ କରିଛି । କାହାକୁ ମନ୍ତ୍ରୀ କରାଯିବ? ସହଯୋଗୀଙ୍କୁ କେତେ ମନ୍ତ୍ରୀ ପଦ ଦିଆଯିବ ? କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଯି ବ? କେତେ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ, ଗୁରୁତ୍ବପୂର୍ଣ୍ଣ, ଅର୍ଥ, ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ଓ ଆଇନ ଭଳି ବିଭାଗ କାହା ହାତରେ ରହିବ ତମାମ ପ୍ରସଙ୍ଗରେ ବିଜେପି ରାଜ୍ୟ କେନ୍ଦ୍ରୀୟ ନେତୃତ୍ବ ଆଲୋଚନା ପର୍ଯ୍ୟାଲୋଚନା କରି ତାଳିକା ପ୍ରସ୍ତୁତ କରିଛନ୍ତି । ଏହାବାଦ ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ବୟସ, ଅତୀତ କାର୍ଯ୍ୟକଳାକୁ ସଂଲଗ୍ନ କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି । ପ୍ରଧାନମନ୍ତ୍ରୀ ସେହି ତାଲିକା ଉପରେ ୟୁପି ପର୍ଯ୍ୟବେକ୍ଷକ ଥିବା ଅମିତ ଶାହାଙ୍କ ସହ ଆଲୋଚନା କରି ମୋହର ମାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ