ETV Bharat / bharat

ବିଜେପିର ରଥଯାତ୍ରା ରୋକିବା ପାଇଁ କୋଲକାତା ହାଇକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : Feb 3, 2021, 6:42 PM IST

ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରା କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତୁତ କରାଯାଉଛି । ଏହାକୁ ରୋକ ଲଗାଇବା ପାଇଁ ବୁଧବାର କୋଲକାତା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ଅଧିକ ପଢନ୍ତୁ...

PIL in HC
ବିଜେପିର ରଥଯାତ୍ରା ରୋକିବା ପାଇଁ କୋଲକାତା ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କୋଲକାତା: ବିଜେପିର ରଥଯାତ୍ରା ରୋକିବା ପାଇଁ କୋଲକାତା ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ପଶ୍ଚିମବଙ୍ଗରେ ରାଜ୍ୟସାରା ପରିକ୍ରମା ପାଇଁ ବିଜେପି ପକ୍ଷରୁ ରଥଯାତ୍ରା କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତୁତ କରାଯାଉଛି ଏହାକୁ ରୋକ ଲଗାଇବା ପାଇଁ ବୁଧବାର କୋଲକାତା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି ।

କୋଲକାତା ହାଇକୋର୍ଟରେ କାର୍ଯ୍ୟ କରୁଥିବା ଓକିଲ ରାମ ପ୍ରସାଦ ସରକାର ଏହି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । ସେ କହିଛନ୍ତି ଯେ କୋରୋନା ମହାମାରୀ ସମୟରେ ଏଭଳି କାର୍ଯ୍ୟକ୍ରମକୁ ଅନୁମତି ଦେବା ଅଧିକ ସମସ୍ୟା ସୃଷ୍ଟି କରିପାରେ । ଏହା ସହ ଏହି ଯାତ୍ରା ସମୟରେ ସାମ୍ପ୍ରଦାୟକ ହିଂସା ସୃଷ୍ଟି ହେବାର ସମ୍ଭାବନା ରହିଛି । ରାଜ୍ୟରେ 294ଟି ସ୍ଥାନରେ ରଥଯାତ୍ରା କରିବା ପାଇଁ ଯଦି ଅନୁମତି ପ୍ରଦାନ କରାଯାଏ । ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି । ଏହା ସହ ରାଜ୍ୟରେ କୋରୋନା ସ୍ଥିତି ମଧ୍ୟ ସ୍ବାଭାବିକ ହୋଇନାହିଁ । ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କେତେବେଳେ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

ତେଣୁ ଏଭଳି ସ୍ଥିତିରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ହାଇକୋର୍ଟ ଏହି ରଥଯାତ୍ରା କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଜରୁରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମାମଲାରେ ଦର୍ଶାଇଛନ୍ତି । ଆଗାମୀ ତିନି ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ପାଇଁ ଏବଂ ନିଜ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ରଥଯାତ୍ରା କରୁଛି ବୋଲି କୁହାଯାଉଛି ।

ସୂଚନାଥାଉକି ପଶ୍ଚିମବଙ୍ଗର ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଲଢେଇ ଜାରି ରହିଛି । ସେହିପରି 2018ରେ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରା କରିବା ପାଇଁ ଅନୁମତି ମାଗିଥିଲା କିନ୍ତୁ ପ୍ରଦାନ କରାଯାଇନଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.