ETV Bharat / bharat

ବାଟବଣା ହେଲା ପାକିସ୍ତାନ ବିମାନ, ପଞ୍ଜାବ ଆକାଶରେ ଉଡିଲା ୧୦ ମିନିଟ୍‌

author img

By

Published : May 8, 2023, 11:08 AM IST

ଭାରତକୁ ପ୍ରବେଶ କଲା ପାକିସ୍ତାନ ବିମାନ । ପ୍ରବଳ ବର୍ଷା ଯୋଗୁଁ ଅବତରଣ କରିନପାରି ପଞ୍ଜାବ ଆଡକୁ ଚାଲି ଆସିଥିଲା । ଅଧିକ ପଢନ୍ତୁ

PIA plane crosses into Indian airspace
PIA plane crosses into Indian airspace

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଅବତରଣ କରିପାରିଲା ନାହିଁ ପାକିସ୍ତାନ ବିମାନ । ଫଳରେ ଭାରତ ବାୟୁସେନାକୁ ପ୍ରବେଶ କରିଥିଲା ପିଆଇଏ ବିମାନ । ଲାହୋର ବିମାନବନ୍ଦରରେ ଅବତରଣ କରିନପାରି ୧୦ ମିନିଟ ପଞ୍ଜାବ ଆକାଶରେ ଉଡିଥିଲା ପିଆଇଏ ବିମାନ । ଏନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ବର୍ଷା ପାଇଁ ବିମାନଟି ଅବତରଣ କରିନପାରି ବାଟବଣା ହେଇଥିବା ଜଣାପଡିଛି ।

ସୂଚନାଅନୁସାରେ, ପାଆଇଏ PK248 ବିମାନ ଲାହୋର ଏୟାରପୋର୍ଟରେ ଲାଣ୍ଡିଂ କରିବା ନେଇ ସ୍ଥିର ହୋଇଥିଲା । ମେ ୪ ତାରିଖ ରାତି ୮ଟା ସମୟରେ ଏହି ଘଟଣା ହୋଇଥିଲା । ମସ୍କଟରୁ ଲାହୋର ଆସୁଥିବା ବିମାନ ବର୍ଷା ପାଇଁ ଅସୁବିଧା ହେବାରୁ ଅବତରଣ କରିପାରିଲା ନାହିଁ । ଆଲାମା ଏୟାରପୋର୍ଟରେ ପାଇଲଟ ଅବତରଣ ପାଇଁ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ସମ୍ଭବ ହୋଇପାରି ନଥିଲା । ପ୍ରବଳ ବର୍ଷା ଯୋଗୁଁ ଲାଣ୍ଡିଂ ପାଇଁ ଅସୁବିଧା ହୋଇଥିଲା, ଏହାସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ଅବତରଣ କରାଇନଥିଲେ ପାଇଲଟ ।

ତେବେ ବାୟୁସେନାର ନିୟମ ଅନୁସାରେ ଅବତରଣ ନକରି ଫେରାଇ ଆକାଶରେ ପୁଣି ଘୁରି ବୁଲିଥିଲା । ଆକାଶରେ ଉଡୁଉଡୁ ପଞ୍ଜାବରେ ପ୍ରବେଶ କରିଥିଲା ବିମାନ । ପଞ୍ଜାବ ପାକିସ୍ତାନ ବୋର୍ଡରେ ରହିଥିବାରୁ ଏବଂ ପ୍ରବଳ ବର୍ଷା ହେବାରୁ ପାଇଲଟ ରାସ୍ତା ନଜାଣିପାରି ବାଟବଣା ହୋଇଥିଲେ । ରାତି ପ୍ରାୟ ୮ ଟା ୧୧ ମିନିଟ ସମୟରେ ପଞ୍ଜାବର ବନ୍ଧନ ପୋଲିସ ଷ୍ଟେସନ ଅଞ୍ଚଳରେ ପ୍ରବେଶ କରିଥିଲା ବିମାନ । ୧୩ ହଜାର ୫୦୦ ଫୁଟ ଉଚ୍ଚରେ ବିମାନ ଉଡିଥିବା ଜଣାପଡିଛି । ଏହାପରେ ପଞ୍ଜାବର ତରନ ସାହିବ ଏବଂ ରସୁଲପୁରରେ ୪୦କିମି ବୁଲିବା ପରେ ନୌସେହେରାକୁ ଫେରିଥିଲା ବିମାନ ।

ଏହା ମଧ୍ୟ ପଢନ୍ତୁ: ସରକାର ଭାଙ୍ଗିବା ପାଇଁ ଶାହଙ୍କଠାରୁ 10 କୋଟି ନେଇଛନ୍ତି ବିଧାୟକ ! ଫେରାଇଦେବାକୁ ଅନୁରୋଧ କଲେ ଗେହେଲୋଟ

ଏହା ମଧ୍ୟ ପଢନ୍ତୁ: Wrestlers protest: ବ୍ରିଜଭୂଷଣଙ୍କୁ ଗିରଫ ପାଇଁ ସରକାରଙ୍କୁ 21 ତାରିଖ ଯାଏ ମହଲତ ଦେଲେ ବାହୁବଳୀ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବିମାନର କ୍ୟାପଟେନ ୨୦ ହଜାର ଫୁଟରେ ବିମାନ ଉଡାଉଥିଲେ । ତେବେ ପାକିସ୍ତାନ ବୋର୍ଡର ନିକଟରେ ଥିବା ପଞ୍ଜାବର ଝୁଗିଆନ ନୁର ମୋହମ୍ମଦ ଆଡକୁ ଚାଲି ଆସିଥିଲା ବିମାନ । ଏହାପରେ କସୁର ଗ୍ରାମରେ ମଧ୍ୟ ବିମାନକୁ ଦେଖିଥିଲେ ଲୋକେ । ଏହାର ୩ ମିନିଟ ଅର୍ଥାତ୍‌ ୮ଟା ୨୨ ମିନିଟରେ ପୁଣି ପାକିସ୍ତାନକୁ ଫେରିଥିଲା ବିମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.