ETV Bharat / bharat

ତୈଳ ଦରରେ ନିଆଁ, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ - ବଢିଲା ପେଟ୍ରୋଲ ଦର

ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଗତ ମଙ୍ଗଳବାର ଠାରୁ ତୈଳ ଦର ବୃଦ୍ଧିରେ ଲାଗିନି ବ୍ରେକ । ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍...

ତୈଳ ଦରରେ ନିଆଁ, ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

author img

By

Published : Oct 8, 2021, 9:36 AM IST

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ । ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବଢାଇଛନ୍ତି ତୈଳ କମ୍ପାନୀ । ଯାହାପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ରେଟ୍ ୧୦୩.୫୪ ଟଙ୍କା ଓ ଡିଜେଲ ୯୧.୭୭ ଟଙ୍କାରେ ପହଞ୍ଚିଛି । ଅକ୍ଟୋବର ଆରମ୍ଭରୁ ମାତ୍ର ଗୋଟିଏ ଦିନ ବ୍ୟତୀତ ବାକି ସବୁ ଦିନ ତୈଳ ଦର ବୃଦ୍ଧି ପାଇଛି ।

ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୯.୫୪ ଏବଂ ଡିଜେଲ ୯୯.୯୨ ଟଙ୍କା ରହିଛି । ଅର୍ଥାତ୍ ସେଞ୍ଚୁର ପାର୍ କରିବାକୁ ପ୍ରସ୍ତୁତ ହେଉଛି ଡିଜେଲ । ସେହିପରି କୋଲକାତାରେ ପେଟ୍ରୋଲ-ଡିଜେଲ ରେଟ୍ ଯଥାକ୍ରମେ ୧୦୪.୨୩ ଟଙ୍କା ଏବଂ ୯୫.୨୩ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ଏହି ରେଟ୍ ୧୦୧.୦୧ ଟଙ୍କା ଏବଂ ୯୬ ଟଙ୍କା ରହିଛି ।

ଗତ ୧୧ ଦିନର ଦର ବୃଦ୍ଧିକୁ ବିଚାରକୁ ନେଲେ ପେଟ୍ରୋଲ ଲିଟର ପିଛା ମୋଟ ୨.୩୫ ଟଙ୍କା ମହଙ୍ଗା ହୋଇଛି । ଗତ ମଙ୍ଗଳବାର ଠାରୁ ତୈଳ ଦର ବେଲାଗାମ୍ ରହିଛି । ଏହାରି ଭିତରେ ଅଶୋଧିତ ତୈଳ ରେଟ୍ ୮୨ ଡଲାର ପାର୍ କରିଛି । ଯେଉଁ କାରଣରୁ ସବୁ ପେଟ୍ରୋଲିୟମ ଉତ୍ପାଦ ମହଙ୍ଗା ହେବାରେ ଲାଗିଛି । ସେହିପରି ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.