ନୂଆଦିଲ୍ଲୀ: ଋଷିଆରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ପବନ କପୁର । ସୋମବାର ଋଷିଆ ରାଷ୍ଟ୍ରଦୂତ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ଭାରତ ସରକାର । ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ପବନ ୧୯୯୦ ବ୍ୟାଚର IFS (Indian foreign service-ଭାରତୀୟ ବିଦେଶ ସେବା) ଅଫିସର ଅଟନ୍ତି । ଋଷିଆ ଓ ଭାରତ ମଧ୍ୟରେ ଦୀର୍ଘ ଦିନର ସୁସମ୍ପର୍କ ରହିଛି । ଦୁଇ ଦେଶ ମଧ୍ୟରେ ବନ୍ଧୁତା ସମ୍ପର୍କର ବିକାଶ ଭାରତ ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ ଭାବେ ରହିଆସିଛି ।
ସୂଚନାଯୋଗ୍ୟ, ପୂର୍ବରୁ ପବନ କପୁର ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଏଥିସହ ୨୦୧୦ ରୁ ୨୦୧୩ ଯାଏଁ ସେ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ ।
@ANI