ନୂଆଦିଲ୍ଲୀ: କିଛି ବଡ ଯୋଜନାରେ ଅଛନ୍ତି କି କେନ୍ଦ୍ର ସରକାର? କାହିଁକି ଡାକିଲେ ସଂସଦର ସ୍ବତନ୍ତ୍ର ଅଧିବେଶନ? କଣ ହୋଇପାରେ ସରକାରଙ୍କ ଆଭିମୁଖ୍ୟ? ଧାର୍ଯ୍ୟ ସମୟ ପୂର୍ବରୁ ଭଙ୍ଗ ହେବ କି ଲୋକସଭା? ଚଳିତ ବର୍ଷ ହିଁ ସାଧାରଣ ନିର୍ବାଚନ ଚାହୁଁଛନ୍ତି କି କେନ୍ଦ୍ର ସରକାର? ଏବେ ଏମିତି ତମାମ ପ୍ରଶ୍ନ ଦେଶର ରାଜନୀତିରେ ଉଠିବାରେ ଲାଗିଛି । ଗୋଟିଏ ପଟେ ଇଣ୍ଡିଆ ମେଣ୍ଟ ଆଜି ମୁମ୍ବାଇରେ ତୃତୀୟ ବୈଠକ କରୁଛି । ଏପଟେ କେନ୍ଦ୍ର ସରକାର ଡାକିଲେଣି ସଂସଦର ସ୍ବତନ୍ତ୍ର ଅଧିବେଶନ । ଯାହାକୁ ନେଇ ବିରୋଧୀ ଏବେ ସଂଶୟରେ। ସେପଟେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ସ୍ବତନ୍ତ୍ର ଅଧିବେଶନ ବେଳେ ସରକାର ଆଣିପାରନ୍ତି ‘ୱାନ ନେସନ ୱାନ ଇଲେକ୍ସନ ବିଲ’। ଅର୍ଥାତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଣି ସରକାର ମାରିପାରନ୍ତି ମାଷ୍ଟରଷ୍ଟ୍ରୋକ । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କଣ ହେବାକୁ ଯାଉଛି ସ୍ବତନ୍ତ୍ର ଅଧିବେଶନରେ ?
-
Special Session of Parliament (13th Session of 17th Lok Sabha and 261st Session of Rajya Sabha) is being called from 18th to 22nd September having 5 sittings. Amid Amrit Kaal looking forward to have fruitful discussions and debate in Parliament.
— Pralhad Joshi (@JoshiPralhad) August 31, 2023 " class="align-text-top noRightClick twitterSection" data="
ಸಂಸತ್ತಿನ ವಿಶೇಷ ಅಧಿವೇಶನವನ್ನು… pic.twitter.com/k5J2PA1wv2
">Special Session of Parliament (13th Session of 17th Lok Sabha and 261st Session of Rajya Sabha) is being called from 18th to 22nd September having 5 sittings. Amid Amrit Kaal looking forward to have fruitful discussions and debate in Parliament.
— Pralhad Joshi (@JoshiPralhad) August 31, 2023
ಸಂಸತ್ತಿನ ವಿಶೇಷ ಅಧಿವೇಶನವನ್ನು… pic.twitter.com/k5J2PA1wv2Special Session of Parliament (13th Session of 17th Lok Sabha and 261st Session of Rajya Sabha) is being called from 18th to 22nd September having 5 sittings. Amid Amrit Kaal looking forward to have fruitful discussions and debate in Parliament.
— Pralhad Joshi (@JoshiPralhad) August 31, 2023
ಸಂಸತ್ತಿನ ವಿಶೇಷ ಅಧಿವೇಶನವನ್ನು… pic.twitter.com/k5J2PA1wv2
ଏହାବି ପଢନ୍ତୁ- ବଢିଲା ଆଗୁଆ ନିର୍ବାଚନ ସମ୍ଭାବନା, 18ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଷୀଙ୍କ ସୂଚନା ଅନୁସାରେ କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର 18 ରୁ 22 ଯାଏଁ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି । ହେଲେ ଚର୍ଚ୍ଚା ହେଉଛି ଏହି ଅଧିବେଶନରେ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇପାରନ୍ତି । ସଂସଦରେ ଆଗତ ହୋଇପାରେ ୱାନ ନେସନ ୱାନ ଇଲେକ୍ସନ ବିଲ। ଏହାର ଅର୍ଥ ବିଲ ପାସ ହେଲେ ଦେଶରେ ଲୋକସଭା ସମେତ ରାଜ୍ୟ ବିଧାନସଭା ଗୁଡିକର ନିର୍ବାଚନ ଗୋଟିଏ ସମୟରେ ହେବ । ଦେଶରେ ୱାନ ନେସନ ୱାନ ଇଲେକ୍ସନକୁ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ଆଲୋଚନାରେ ରହିଛି । ଗତ ଜାନୁୟାରୀ ମାସରେ ଲ’ କମିଶନ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ଗୁଡିକ 6 ଟି ପ୍ରଶ୍ନ ସହ ଜବାବ ମାଗିଥିଲେ । ବର୍ତ୍ତମାନର କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସପକ୍ଷରେ ଥିବା ବେଳେ, ବିରୋଧୀ କିନ୍ତୁ ନଛୋଡ ବନ୍ଧା ।
ଏହାବି ପଢନ୍ତୁ- One Nation One Election: ନିର୍ବାଚନ କମିଶନର କହିଲେ ଆମେ ପ୍ରସ୍ତୁତ
ଏହା ମଧ୍ୟ ପ୍ରଶ୍ନ ଉଠୁଛି କି ପାଞ୍ଚ ଦିନର ଏହି ସ୍ବଳ୍ପ ଅଧିବେଶନରେ ଉଭୟ ସଦନରେ ଗୋଟିଏ ବିଲ ବିତର୍କ ହୋଇ ଗୃହୀତ ହେବା ମଧ୍ୟ ସମ୍ଭବ ନୁହେଁ । କୌଣସି ଗୁରୁତ୍ବପୂର୍ଣ୍ଣ ବିଲ ଉପରେ ଅଧିକ ସମୟ ବିତର୍କ ହୋଇଥାଏ । ଏପରି ସ୍ଥିତିରେ କଣ ହୋଇପାରେ ସରକାରଙ୍କ ପଦକ୍ଷେପ । ଏହା ମଧ୍ୟ ଚର୍ଚ୍ଚା ହେଉଛି କେନ୍ଦ୍ର ସରକାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ସମେତ ୟୁନିଫର୍ମ ସିଭିଲ କୋର୍ଡ ବିଲ ଆଣିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସପକ୍ଷରେ ଅଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ନିଜେ ସାର୍ବଜନିକ ସ୍ତରରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏଥିରୁ ସରକାରଙ୍କ ମତ ସ୍ପଷ୍ଟ ହେଉଛି ।
ଜବାବ ମାଗିଛନ୍ତି ଲ’ କମିଶନ: ଗତ ଜାନୁୟାରୀ ମାସରେ 22 ତମ ଲ’ କମିଶନ ଦେଶରେ ଏକକ ନିର୍ବାଚନ ନେଇ ନିର୍ବାଚନ ଆୟୋଗ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ବିଭିନ୍ନ ସଂଗଠନ, ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ଜଡିତ ଭିନ୍ନ ଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ମାନଙ୍କୁ ସେମାନଙ୍କ ମତାମତ ମାଗିଥିଲେ । ଲ’ କମିଶନ ପଚାରିଥିଲେ ଦେଶର କଣ ଏକକ ନିର୍ବାଚନ ସମ୍ଭବ କି? ଏକକ ନିର୍ବାଚନ ଦ୍ବାରା ଦେଶର କୌଣସି ସ୍ଥିତିରେ ଲୋକତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ କି? ଏହାଦ୍ବାର ସମ୍ବିଧାନର ମୂଳଢାଞ୍ଚା ପ୍ରଭାବିତ ହେବ କି? ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି କୌଣସି ସଂକଟ ସୃଷ୍ଟି ହେବ କି? କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳିବା ସ୍ଥିତିରେ କଣ ହେବ ? ଲ’ କମିଶନଙ୍କୁ ବହୁ ରାଜନୈତିକ ଦଳ ନିଜ ମତାମତ ଦେଇଥିବା ବେଳେ, କିଛି ଦଳ ଏକକ ନିର୍ବାଚନ ପ୍ରସ୍ତାବର ବିରୋଧ କରୁଛନ୍ତି ।
ଏହାବି ପଢନ୍ତୁ- ଏକକ ନିର୍ବାଚନ ପାଇଁ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ
ପ୍ରସ୍ତାବ ଦେଇଥିଲେ ଲ’ କମିଶନ: ଗତ 2018 ମସିହାରେ ଲ’ କମିଶନ ଏକକ ନିର୍ବାଚନକୁ ନେଇ ଏକ ପ୍ରାଥମିକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ପ୍ରସ୍ତାବ ଅନୁସାରେ ଦେଶରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇ ପାରିବ । ଗୋଟିଏ ପର୍ଯ୍ୟାୟରେ ଲୋକସଭା ସମେତ କିଛି ରାଜ୍ୟର ବିଧାନସଭା, ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟର ବିଧାନସଭା ନିର୍ବାଚନ ହୋଇପାରିବ । କିନ୍ତୁ ଏଥିପାଇଁ କିଛି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭାଙ୍ଗିବାକୁ ପଡିବ, କିଛି ରାଜ୍ୟର ବିଧାନସଭା କାର୍ଯ୍ୟକାଳ କିଛି ସମୟ ବୃଦ୍ଧି କରିବାକୁ ପଡିବ । ଏହା କରିବାକୁ ହେଲେ ସମ୍ବିଧାନରେ ମଧ୍ୟ ସଂଶୋଧନ କରିବାକୁ ପଡିବ । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସମସ୍ତ ରାଜନୈତିକ ଦଳ ଗୁଡିକ ମଧ୍ୟରେ ସହମତି ହେବା ଜରୁରୀ । ନଚେତ ଏହା ସମ୍ଭବ ହୋଇନପାରେ ।
ଏକକ ନିର୍ବାଚନ ହେଲେ କଣ ହେବ: ୱାନ ନେସନ ୱାନ ଇଲେକ୍ସନ ଅର୍ଥାତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଦ୍ବାରା ଦେଶକୁ ବହୁ ମାତ୍ରରେ ଲାଭ ମିଳିପାରେ । ଏକକ ନିର୍ବାଚନ ହେଲେ ଅଧିକ ଅର୍ଥ ଖର୍ଚ୍ଚ ହେବ ନାହିଁ । ପରିବହନ, ସୁରକ୍ଷାକର୍ମୀ ମୁତୟନରେ ଖର୍ଚ୍ଚ ହ୍ରାସ ପାଇବ । ପ୍ରତି ବର୍ଷ ଦେଶର କୌଣସି ନା କୌଣସି ରାଜ୍ୟରେ ବାରମ୍ବାର ନିର୍ବାଚନ ଆଚରଣ ବିଧି ଲାଗୁ ହେବ ନାହିଁ । ଯାହା ଫଳରେ ନିର୍ବାଚିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୁରା ପାଞ୍ଚ ବର୍ଷ ବିକାଶ ମୂଳକ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ବିକାଶ ତ୍ବରାନ୍ବିତ ହେବ । ମାନବ ସମ୍ବଳର ସଠିକ ବିନିଯୋଗ ହେବ । ଦେଶର ରାଜକୋଷ ଉପରେ ଅତିରିକ୍ତ ଚାପ କମିବ । ନିର୍ବାଚନରେ ନିଯୁକ୍ତ ଅଧିକାରୀ କର୍ମଚାରୀ ମାନେ ମଧ୍ୟ ନିଜ ମୂଳ ଦାୟିତ୍ବକୁ ସଠିକ ଭାବେ ତୁଳାଇ ପାରିବେ ।
ସରକାର ଡାକିପାରିବେ କି ସଂସଦ ସ୍ବତନ୍ତ୍ର ଅଧିବେଶନ: ସମ୍ବିଧାନର ଧାରା 85 ଅନୁସାରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କେନ୍ଦ୍ର ସରକାରଙ୍କ ପାଖରେ କ୍ଷମତା ରହିଛି । କେନ୍ଦ୍ର ସରକାର ଯେକୌଣସି ସମୟରେ ସ୍ବତନ୍ତ୍ର ଅଧିବେଶନ ଡାକିବାର ଅନୁଭବ ହେଲେ ଏହି ଅଧିକାର ବଳରେ ଡାକିପାରିବେ । ସଂସଦୀଯ କ୍ୟାବିନେଟ ସମିତି ଏହାର ନିଷ୍ପତି ନେଇଥାଏ । ଏହା ପରେ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥାଏ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସରକାର ସଂସଦ ଅଧିବେଶନ ଡାକିଥାନ୍ତି ।
ଦେଶରେ ହୋଇଥିଲା କି ଏକକ ନିର୍ବାଚନ: ସ୍ବାଧୀନ ଭାରତରେ 1952, 1957, 1962, ଓ 1967 ରେ ଏକକ ନିର୍ବାଚନ ହୋଇଥିଲା । ହେଲେ 1968 ଓ 1969 ରେ କିଛି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭଙ୍ଗ ହୋଇଥିଲା । ଏହା ପରେ ପରେ 1970 ରେ ଲୋକସଭା ମଧ୍ୟ ଆଗୁଆ ଭଙ୍ଗ ହୋଇଥିଲା । ଯାହା ଫଳରେ ଦେଶରେ ଏକକ ନିର୍ବାଚନର ପରମ୍ପରା ଶେଷ ହୋଇଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ