ETV Bharat / bharat

ପୋଲିସ ପଞ୍ଝାରେ ମାଷ୍ଟରମାଇଣ୍ଡ ଲଳିତ ଝା, ରିମାଣ୍ଡରେ ନେଇ ମାରାଥନ ଜେରା

author img

By ETV Bharat Odisha Team

Published : Dec 15, 2023, 5:04 PM IST

Updated : Dec 15, 2023, 5:48 PM IST

Lalit police Remand in Parliament security breach case: ପୋଲିସ ରିମାଣ୍ଡରେ ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ ଲଳିତ ଝା । ଲଳିତକୁ ୭ ଦିନ ପାଇଁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ଅଧିକ ପଢ଼ନ୍ତୁ,

ପୋଲିସ ରିମାଣ୍ଡରେ ମାଷ୍ଟମାଇଣ୍ଡ ଲଳିତ ଝା, ସଂସଦ ସୁରକ୍ଷା ଭଙ୍ଗ ଷଡ଼ଯନ୍ତ୍ର ନେଇ ହେବ ମାରାଥନ ଜେରା

ପୋଲିସ ରିମାଣ୍ଡରେ ମାଷ୍ଟରମାଇଣ୍ଡ ଲଳିତ ଝା, ସଂସଦ ସୁରକ୍ଷା ଭଙ୍ଗ ଷଡ଼ଯନ୍ତ୍ର ନେଇ ହେବ ମାରାଥନ ଜେରା

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାକୁ ଶକ୍ତ ଝଟକା । ଲଳିତକୁ ୭ ଦିନ ପାଇଁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ରିମାଣ୍ଡରେ ନେଇ ମାରାଥନ ଜେରା କରିବ ତଦନ୍ତ ଟିମ୍ । ଲଳିତକୁ ଗିରଫ ପରେ ଆଜି ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ତାକୁ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ସ୍ପେଶାଲ ଜଜ୍ ହରଦୀପ କୌର ମାମଲାର ଶୁଣାଣି କରି, ଲତିକକୁ ୭ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

ସଂସଦ ସୁରକ୍ଷା ବିଭ୍ରାଟ ମାମଲାର ମୁଖ୍ୟ ଅଭିଯୁକ୍ତ ଲଳିତ ଝାକୁ ଗତକାଲି ଦିଲ୍ଲୀରୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ଲୋକେସନ ଟ୍ରାକ ମାଧ୍ୟମରେ ତାକୁ ଦିଲ୍ଲୀରୁ ଗିରଫ କରିଥିଲା । ପରେ ତାକୁ କର୍ତ୍ତବ୍ୟପଥ ପୋଲିସ ଥାନାକୁ ନିଆଯାଇ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବରୁ 5 ଜଣ ଗିରଫ ହୋଇଥିବା ବେଳେ, ଷଷ୍ଠ ତଥା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲଳିତ ବିଭିନ୍ନ ସ୍ଥାନରେ ଲୁଚିବା ପରେ ଶେଷରେ ପୋଲିସ ପଞ୍ଝାରେ ପଡ଼ିଥିଲା । ଲଳିତ କୋଲକାତାରେ ଶିକ୍ଷକତା କରିଥିବା ବେଳେ ଏକ ଏନଜିଓରେ କାର୍ଯ୍ୟ ମଧ୍ୟ କରୁଥିଲା ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦରୁ ବହିଷ୍କାର ମାମଲା: ମହୁଆଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ, ଜାନୁଆରି ୩ରେ ଶୁଣାଣି

ଡିସେମ୍ବର ୧୩ ତାରିଖରେ ସଂସଦରେ ସୁରକ୍ଷା ଭଙ୍ଗ ମାମଲାର ମାଷ୍ଟର ମାଇଣ୍ଡ ହେଉଛି ଲଳିତ ଝା । ୨୦୦୧ ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତିରେ ସଂସଦରେ ବିଶୃଙ୍ଖଳା ସୃଷ୍ଟି ପାଇଁ ସେ କରିଥିଲା ବ୍ଲୁ ପ୍ରିଣ୍ଟ । ଅଭିଯୁକ୍ତ ସାଗର ଶର୍ମା, ଡି ମନୋରଞ୍ଜନ, ଅନମୋଲ ସିନ୍ଦେ ଏବଂ ନୀଲମ ଦେବୀଙ୍କୁ ସଂସଦରେ ପଶିବା ପାଇଁ ପୂରା ପ୍ଲାନ କରିଥିଲା ଲଳିତ । ପ୍ରଥମେ ମହୀଶୂର ଏବଂ ପରେ ଗୁରୁଗ୍ରାମରେ ହୋଇଥିଲା ଷଡ଼ଯନ୍ତ୍ର ଯୋଜନା । ଗତ ଜୁଲାଇ ମାସରେ ସଂସଦ ଅଧିବେଶନ ଚାଲିଥିବା ବେଳେ, ଲଳିତ ସଂସଦ ଆଗରେ ରେକି ମଧ୍ୟ କରିଥିଲା ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦରେ ସୁରକ୍ଷା ଭଙ୍ଗ ଘଟଣା: ବିରୋଧୀଙ୍କ ସ୍ବରରେ ସ୍ବର ମିଳାଇଲେ ବିଜେଡି ସାଂସଦ ପିନାକୀ

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଡିସେମ୍ବର ୧୩ ଘଟଣା ପୂର୍ବରୁ 4 ଅଭିଯୁକ୍ତଙ୍କ ମୋବାଇଲ ଫୋନ ଲଳିତ ନେଇଯାଇଥିଲା । ୪ ଜଣ ଅଭିଯୁକ୍ତଙ୍କ ମଧ୍ଯରୁ ସାଗର ଶର୍ମା ଏବଂ ଡି ମନୋରଞ୍ଜନ ଲୋକସଭା ଭିତରେ ପଶି ସ୍ମୋକ କାନିଷ୍ଟରରୁ ହଳଦିଆ ଧୂଆଁ ଛାଡ଼ି ଆତଙ୍କ ସୃଷ୍ଟି କରିଥିବା ବେଳେ, ଅନମୋଲ ଏବଂ ନୀଲମ ସଂସଦ ବାହାରେ ସ୍ମୋକ କାନିଷ୍ଟରରୁ ଧୂଆଁ ଛାଡ଼ିଥିଲେ । ଲଳିତ ସଂସଦ ବାହାରେ ରହି ଏହି ଦୃଶ୍ୟର ଭିଡିଓ ସୁଟିଂ କରି ଅନ୍ୟମାନଙ୍କୁ ପଠାଉଥିଲା ।

ଏହା ମଧ୍ଯ ପଢ଼ନ୍ତୁ: 'ମୋତେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ'- ସିଜେଆଇଙ୍କୁ ଚିଠି ଲେଖିଲେ ଯୌନ ନିର୍ଯାତନାର ଶୀକାର ମହିଳା ଜଜ୍

ସଂସଦରେ ବିଭ୍ରାଟ ସୃଷ୍ଟି ପୂର୍ବରୁ ଗୁରୁଗ୍ରାମରେ ଯୋଜନା କରିଥିଲା ଲଳିତ । ସାଗର, ମନୋରଞ୍ଜନ, ଅନମୋଲ ଏବଂ ନୀଲମଙ୍କୁ ନେଇ ଗୁରୁଗ୍ରାମ ଯାଇଥିଲା ଲଳିତ । ସେଠାରେ ଭିକି ଶର୍ମା ନାମକ ବ୍ୟକ୍ତଙ୍କ ଘରେ ବୈଠକ କରି 13 ଡିସେମ୍ବରରେ ଏହି କାଣ୍ଡକୁ ରୂପ ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ଏହା ପରେ ଏମାନେ ଦୁଇଟି ଭିଜିଟର ପାସ ମଧ୍ୟ ଯୋଗାଡ କରିବାରେ ସେମାନେ ସଫଳ ହୋଇଥିଲେ । ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ପାସ୍ ଇସ୍ୟୁ କରିଥିଲେ । ଏବେ ପୋଲିସ ହେପାଜତରେ ମାଷ୍ଟର ମାଇଣ୍ଡ ଲଳିତ ଝା । ଦିଲ୍ଲୀ ପୋଲିସ ତାକୁ ରିମାଣ୍ଡରେ ନେଇ ମାରାଥନ ଜେରା ଆରମ୍ଭ କରିଛି । ଲଳିତ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ଷଡ଼ଯନ୍ତ୍ର ରଚିଥିଲା, ତା ଉପରୁ ପରଦା ହଟାଇବାକୁ ଉଦ୍ୟମ କରୁଛି ତଦନ୍ତ ଟିମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 15, 2023, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.