ETV Bharat / bharat

Parliament Budget Session: ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ - ଲୋକସଭା ବାଚସ୍ପତି ଓମ ବିର୍ଲା

କଂଗ୍ରେସ ଏବଂ ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ଚର୍ଚ୍ଚା ହେଉଛି । ଏନେଇ ବିପକ୍ଷ ଦଳ ସହ କଂଗ୍ରେସ ନେତାଙ୍କ ଆଲୋଚନା ଚାଲିଥିବା ଜଣାପଡିଛି । ଅଧିକ ପଢନ୍ତୁ

Parliament Budget Session
ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ
author img

By

Published : Mar 29, 2023, 11:08 AM IST

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ସିପିପି କାର୍ଯ୍ୟାଳୟରେ ସଂସଦ ଭବନରେ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ବୈଠକ ଡାକିଛି । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣିବା ନେଇ ଚର୍ଚ୍ଚା ହେଉଛି । ଆସନ୍ତା ସପ୍ତାହରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ଗୃହରେ ବିପକ୍ଷ ସଦସ୍ୟଙ୍କୁ କହିବାକୁ ଦିଆଯାଉନାହିଁ । ଏନେଇ ବିରୋଧୀ ଅସନ୍ତୋଷ ଜାହିର କରିଛନ୍ତି ।

ମିଳିଥିବା ମିଡିଆ ରିପୋର୍ଟ ଅନୁସାରେ, କଂଗ୍ରେସ ନେତାଙ୍କ ବୈଠକରେ ଏହି ସମ୍ବନ୍ଧରେ ପ୍ରସ୍ତାବ ରଖାଯାଇଥିଲା । ବିପକ୍ଷ ଦଳଙ୍କ ସହମତିରେ ଲୋକସଭା ବାଚସ୍ପତି ଓମ ବର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ । କୁହାଯାଉଛି କି କଂଗ୍ରେସ ଏନେଇ ଅନ୍ୟ ବିରୋଧୀ ଦଳଙ୍କ ସହ ବିଚାରବିମର୍ଷ କରୁଛି । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ରାଜନୀତି ସରଗରମ ହୋଇଥିଲା ।

ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ବିରୋଧ କରି କଂଗ୍ରେସ ସଂସଦରେ ପ୍ରସଙ୍ଗ ଉଠାଇଥିଲା । ଏହା ସହ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହିଁଥିଲା ମାତ୍ର ଦଳକୁ ଗୃହରେ ଏହି ମୁଦ୍ଦା ଉପରେ କହିବାକୁ ଦିଆଯାଉନଥିଲା । ଏନେଇ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସକୁ 50 ସଦସ୍ୟଙ୍କ ସମର୍ଥନ ଲୋଡା । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଲୋକତନ୍ତ୍ର ବଞ୍ଚାଅ ଅନ୍ଦୋଳନ କରିଛି । ଏହି ଆନ୍ଦୋଳନ ସମୟରେ ଦଳର ଅନେକ ନେତା ଓ କର୍ମୀଙ୍କୁ ପୋଲିସ ହେପାଜତକୁ ନେଇଛି ।

ଏହା ବି ପଢନ୍ତୁ...Karnataka Assembly Poll: ଆଜି ବାଜିବ କର୍ଣ୍ଣାଟକ ନିର୍ବାଚନ ବିଗୁଲ

କଂଗ୍ରେସ ମହାସଚିବ ବେଣୁଗୋପାଳ ଅଭିଯୋଗ କରିଛନ୍ତି କି, ''ପ୍ରଦର୍ଶନକାରୀଙ୍କୁ ପ୍ରତି ସ୍ଥାନରେ ବିରୋଧ କରାଯାଇଥିଲା । କଂଗ୍ରେସ ଓ ତାର ସମର୍ଥକ ଶାନ୍ତିପୂର୍ଣ୍ଣ ବିରୋଧ କରୁଛନ୍ତି । ପୋଲିସ ପ୍ରଶାସନ ସହ ଦଳ ଆଲୋଚନା କରିଥିଲା । ଅନୁମତି ମିଳିଥିଲା । ମାତ୍ର ଆମ ଦଳୀୟ କର୍ମୀଙ୍କୁ ପ୍ରତି ସ୍ଥାନରେ ବିରୋଧ କରାଯାଇଥିଲା । ଶାନ୍ତିପୂର୍ଣ୍ଣ ବିରୋଧକୁ କେଉଁ ସ୍ଥାନରେ ଅଟକା ଯାଇପାରିବ ନାହିଁ । ବିରୋଧ କରିବା ପ୍ରତି ନାଗରିକଙ୍କ ଅଧିକାର ।''

ପ୍ରକାଶଥାଉ କି, 2019ରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ତାଙ୍କ ନାମରେ ମାନହାନୀ ମାମଲା ରୁଜୁ କରାଯାଇଥିଲା । ସୁରଟ ଜିଲ୍ଲା କୋର୍ଟ 4 ବର୍ଷ ପୁରୁଣା ମାମଲରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.