ETV Bharat / bharat

ଭାରତରେ ଅନୁପ୍ରେବଶ ଓ ଆକ୍ରମଣ ପାଇଁ ପାକିସ୍ତାନ ସେନା ଦେଇଥିଲା ଟଙ୍କା, ସ୍ୱୀକାର କଲା ଗିରଫ ଆତଙ୍କୀ - କାଶ୍ମୀରରେ ଆତଙ୍କା ଆକ୍ରମଣ କରୁଛି ପାକିସ୍ତାନ ସେନା

ଭାରତରେ ଅନୁପ୍ରେବଶ ଓ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ଟଙ୍କା ଦେଇ ପଠାଉଛି ପାକିସ୍ତାନ ସେନା । ଭାରତୀୟ ସେନା ଦ୍ବାରା ଗୁଳିରେ ଆହତ ହୋଇ ଗିରଫ ଆତଙ୍କବାଦୀ ଦେଲା ଏହି ସୂଚନା (terrorist captured in JK)। ଅଧିକ ପଢନ୍ତୁ

ଭାରତରେ ଅନୁପ୍ରେବଶ ଓ ଆକ୍ରମଣ ପାଇଁ ପାକିସ୍ତାନ ସେନା ଦେଇଥିଲା ଟଙ୍କା, ସ୍ବୀକାର କଲା ଗିରଫ ଆତଙ୍କୀ

author img

By

Published : Aug 24, 2022, 10:45 PM IST

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଉଦ୍ୟମ ସମ୍ପର୍କରେ ଭାରତୀୟ ସେନା ଏକ ବଡ଼ ଖୁଲାସା କରିଛି । ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଜଣେ କର୍ଣ୍ଣେଲ ଆତଙ୍କବାଦୀଙ୍କୁ 30 ହଜାର ଟଙ୍କା ଦେଇ ପଠାଇଥିଲେ । ସେନା ଦ୍ବାରା ଗିରଫ ଆତଙ୍କବାଦୀ ଏହି କଥା ସ୍ବୀକାର ମଧ୍ୟ କରିଥିବା ସେନା ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ।

ପରେ ମାନବିକତା କାରଣରୁ ଉକ୍ତ ଗିରଫ ଆତଙ୍କବାଦୀକୁ ଚିକିତ୍ସା ପରେ (terrorist captured in JK) ପାକିସ୍ତାନ ପଠାଯାଇଥିଲା । ଗତ କିଛି ଦିନ ଧରି ଭାରତୀୟ ସେନା ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେନା ଦ୍ବାରା ଜାରି କରାଯାଇଥିବା ଏକ ପ୍ରେସନୋଟରେ କୁହାଯାଇଛି ଯେ ଅଗଷ୍ଟ 21 ତାରିଖ ସକାଳେ ନୋଶେରା ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ଦୁଇରୁ ତିନିଜଣ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିଥିଲା । ଜଣେ ଆତଙ୍କବାଦୀକୁ ଗୁଳି କରାଯିବା ପରେ ଆହତ ଅବସ୍ଥାରେ କାବୁ କରାଯାଇଥିଲା ।

ଆହତ ଆତଙ୍କବାଦୀକୁ ଗିରଫ କରାଯାଇ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ଏବଂ ତାକୁ ବଞ୍ଚାଇବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ଏହି ଆତଙ୍କବାଦୀ ଜଣକ ତାବରାକ ହୁସେନ୍ ବୋଲି ଜଣାପଡିଛି ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରର କୋଟଲି ଜିଲ୍ଲାର ସବଜକର୍ଟ ଗାଁର ବାସିନ୍ଦା । ସେନା ଅନୁଯାୟୀ, ପଚରାଉଚରା ବେଳେ ସେ ପ୍ରକାଶ କରିଛି ଯେ ପାକିସ୍ତାନୀ ଗୁପ୍ତଚର ସଂସ୍ଥାର କର୍ଣ୍ଣେଲ ୟୁନୁସ ଚୌଧରୀ ତାକୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ 30 ହଜାର ପାକିସ୍ତାନୀ ଟଙ୍କା ପ୍ରଦାନ କିରଥିଲା । ସେ ଅନ୍ୟ କିଛି ସହଯୋଗୀ ଏହି ମିଶନରେ ଆସିଥିଲେ ।

ତେବେ ଆଜି ଭାରତୀୟ ସେନା ଜମ୍ମୁ କାଶ୍ମୀର ନୌସେରା ସେକ୍ଟରରେ ଦୁଇଟି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.