ETV Bharat / bharat

ବାଧକ ସାଜିଲାନି ଦାରିଦ୍ରତା, ସ୍ବଦେଶ ମଞ୍ଜିରେ ଚାଷ କରି ହାତେଇଲେ ପଦ୍ମଶ୍ରୀ ପୁରସ୍କାର

ମହାରାଷ୍ଟ୍ରର ବିଜ ମାତା ଭାବରେ ଜଣାଶୁଣା ପଦ୍ମଶ୍ରୀ ରହିବାଇ ପୋପେରେ । ଦାରିଦ୍ର୍ୟ ହେତୁ ସ୍କୁଲ ଯାଇପାରିନଥିଲେ କିନ୍ତୁ ତାଙ୍କ କାର୍ଯ୍ୟ ଯୋଗୁଁ ସେ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେବା ସହ ବୀଜମାତା ଭାବେ ବେଶ ପରିଚିତ(Padmashree Rahibai Popere)। ଅଧିକ ପଢନ୍ତୁ

ବିଜ ମାତା
ବିଜ ମାତା
author img

By

Published : Nov 27, 2022, 4:07 PM IST

ନୂଆଦିଲ୍ଲୀ: ଶିକ୍ଷା ଏପରି ଏକ ଅସ୍ତ୍ର ଯାହା ଦ୍ବାରା ଜୀବନର ସବୁଠାରୁ ବଡ ଯୁଦ୍ଧ ଜିତିପାରିବ । କିନ୍ତୁ ଏହି ଏକବିଂଶ ଶତାବ୍ଦୀରେ ମଧ୍ୟ କିଛି ଗ୍ରାମାଞ୍ଚଳର ପିଲା ଶିକ୍ଷାରୁ ବଞ୍ଚିତ ରହିଛନ୍ତି ।

ସେମାନଙ୍କୁ ଶିକ୍ଷା ଦେବା ପରିବର୍ତ୍ତେ ଶ୍ରମିକ ଭାବେ କାର୍ଯ୍ୟରେ ଲଗାଯାଏ । ଯେଉଁଥିରେ କେବଳ ସେମାନଙ୍କର ପିଲାଦିନ ନୁହେଁ ସେମାନଙ୍କର ସ୍ୱପ୍ନ ମଧ୍ୟ ଜଳିଯାଏ । ତେବେ ଦେଶେର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଶିକ୍ଷାର ଅଭାବ ସତ୍ତ୍ବେ ମଧ୍ୟ ଏକ ପରିଚୟ ପାଇଥାନ୍ତି । ଯେଉଁମାନଙ୍କୁ ଦେଶ ସଲାମ କରିଥାଏ । ଏପରି ଏକ ମହିଳା ହେଉଛନ୍ତି ମହାରାଷ୍ଟ୍ରର ରାହିବାଇ ପୋପେରେ । ଦାରିଦ୍ର ପାଇଁ ପାଠ ନପଢି ମଧ୍ୟ ଆଜି ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

ଜାଣନ୍ତୁ କିଏ ଏହି ରାହିବାଇ

72 ବର୍ଷୀୟ ରାହିବାଇ ସୋମା ପୋପେରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଆକୋଲେ ଆଦିବାସୀ ବ୍ଲକର କୋମ୍ବଲେ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ସ୍ବଦେଶୀ ମଞ୍ଜି ସଂରକ୍ଷଣ କରୁଥିବାରୁ ତାଙ୍କୁ ବିଜ ମାତା ବୋଲି ଲୋକ ଜାଣନ୍ତି । ପରିବାରର ଦାରିଦ୍ରତା ଯୋଗୁଁ ସ୍କୁଲ ଯାଇପାରିନଥିଲେ କିନ୍ତୁ ନିଜ ପିତାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥିଲେ। 12 ବର୍ଷ ବୟସରେ ସେ ସେହି ଗାଁରେ ବିବାହ କରିଥିଲେ । ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥିଲେ । 40 ବର୍ଷ ଧରି ପାହାଡରେ ରହୁଥିବା ବେଳେ ଘର କି ପାଣି ନଥିଲା । ବିଦ୍ୟାଳୟକୁ ଯାଇ ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା । ତେଣୁ ସେ ପକୃତିଙ୍କୁ ସ୍କୁଲ ମାନୁଥିଲେ ।

ମହିଳା ସଶକ୍ତିକରଣର ଏକ ଉଦାହରଣ

ଚାଷ ସମୟରେ ସେ ଦେଖିଲେ ଯେ, ରାସାୟନିକ ସାରର ବ୍ୟବହାର ଫସଲ ଉତ୍ପାଦନକୁ ଅଧିକ କରୁଛି କିନ୍ତୁ ଜମିରେ ଅଧିକ ପଇସା ଖର୍ଚ୍ଚ ହେଉଛି । ଏହାସହ ରାସାୟନିକ ସାରର ବ୍ୟବହାର ଦ୍ବାରା ଜମିର ଉର୍ବରତା କମୁଥିବା ନେଇ ମଧ୍ୟ ସେ ଜାଣିପାରିଥିଲେ । ତେବେ ରାସାୟନିକ ସାର ପ୍ରୟୋଗ ନକରି ଚାଷ କରିବା ପାଇଁ ସେ ଜୈବିକ ମଞ୍ଜି ସାର ବ୍ୟବହାର କରି ବାଡିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ BAIF ଦ୍ବାରା ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା । ଏହାପରେ ସେ ସ୍ବଦେଶୀ ମଞ୍ଜି ଲଗାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ବଦେଶୀ ମଞ୍ଜି ସଂଗ୍ରହ କରୁଥିବାରୁ ତାଙ୍କୁ ସ୍ଥାନୀୟ ଲୋକେ ବିହାନ ମାତା ବୋଲି ଡାକିଲେ । ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେ 50 ଏକର ଜମିରେ 17 ରୁ ଅଧିକ ସ୍ୱଦେଶୀ ଫସଲ ଚାଷ କରିବାକୁ କାର୍ଯ୍ୟ କରିଛନ୍ତି । ଯାହାକି ମହିଳା ସଶକ୍ତିକରଣର ଏନ ନମୁନା ଅଟେ ।

ଚାଷୀଙ୍କ ପାଇଁ ପ୍ରେରଣାଦାୟୀ

ରାହିବାଇଙ୍କୁ ସମସ୍ତେ ବିଜ ମାତା ଭାବେ ଜାଣନ୍ତି । ସେ ହଜାର ହଜାର କ୍ଷୁଦ୍ର ଓ ଗରିବ ଚାଷୀଙ୍କ ପାଇଁ ପ୍ରେରଣା ଉତ୍ସ ହୋଇପାରିଛନ୍ତି । ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ବ୍ୟବସାୟିକ ବ୍ୟାଙ୍କ ପରି ବିହନ ବ୍ୟାଙ୍କଗୁଡିକ ସର୍ବବ୍ୟାପୀ ହେବା ଉଚିତ୍ । ଏକ ସୁସ୍ଥ ଜୀବନ ପାଇଁ ସ୍ୱଦେଶୀ କିସମର ଫସଲର ମହତ୍ତ୍ବ ବିଷୟରେ ଏକ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ତେଣୁ ଏନେଇ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.