ETV Bharat / bharat

ରାସ୍ତା ନଥିବାରୁ ଅଟକିଲା ଆମ୍ବୁଲାନ୍ସ; ଅଧାବାଟରେ ଆଖି ବୁଜିଲା ବର୍ଷକର ଶିଶୁ - ଭେଲୋର ଖବର

ରାସ୍ତା ନଥିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ । ଠିକ୍ ସମୟରେ ଚିକିତ୍ସା ନପାଇ ଆଖି ବୁଜିଲା ବର୍ଷକର ଶିଶୁକନ୍ୟା । ଅଧିକ ପଢନ୍ତୁ

ରାସ୍ତା ସମସ୍ୟା ପାଇଁ ବର୍ଷକର ଶିଶୁର ମୃତ୍ୟୁ
ରାସ୍ତା ସମସ୍ୟା ପାଇଁ ବର୍ଷକର ଶିଶୁର ମୃତ୍ୟୁ
author img

By

Published : May 30, 2023, 3:04 PM IST

ରାସ୍ତା ସମସ୍ୟା ପାଇଁ ବର୍ଷକର ଶିଶୁର ମୃତ୍ୟୁ

ଚେନ୍ନାଇ: ତାମିଲନାଡୁ ଭେଲୋର ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ଠିକ୍ ସମୟରେ ଚିକିତ୍ସା ନପାଇ ଜଣେ ବର୍ଷକର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଶୋଇଥିବା ଅବସ୍ଥାରେ ଶିଶୁଟିକୁ ସାପ କାମୁଡି ଦେଇଥିଲା । ବାପାମାଆ ତାକୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଉଥିଲେ । ହେଲେ ଖରାପ ରାସ୍ତା ଯୋଗୁଁ ଅଧା ବାଟରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା । ଯେଉଁ କାରଣରୁ ଶିଶୁକନ୍ୟାର ପୁରା ଶରୀରରେ ବିଷ ଚହଟି ଯାଇଥିଲା ଓ ଶେଷରେ ତା'ର ମୃତ୍ୟୁ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଜନକଲ୍ୟାଣକାରୀ ଯୋଜନା ମଧ୍ୟରେ ରାସ୍ତା ପାଇଁ ନିରୀହ ଜୀବନ ଚାଲିଯିବା ଘଟଣାକୁ ନେଇ ଚାରିଆଡେ ଉଦବେଗ ପ୍ରକାଶ ପାଇଛି ।

ସୂଚନା ମୁତାବକ, ଭେଲୋର ନିବାସୀ ବିଜି ଏବଂ ପତ୍ନୀ ପ୍ରିୟା ଅନାଇକଟ ତାଲୁକ ଅଞ୍ଚଳ ଅଲ୍ଲେରି ହିଲ୍ ଗାଁରେ ବସବାସ କରନ୍ତି । ଗତ ଶନିବାର ରାତିରେ ଦୁଇ ସ୍ବାମୀ-ସ୍ତ୍ରୀ ନିଜର ବର୍ଷକର ଶିଶୁକନ୍ୟା ଦନୁଷ୍କା ସହିତ ଘର ବାହାରେ ଶୋଇଥିଲେ । ଏତିକି ବେଳେ ପାଖ ଜଙ୍ଗଲରୁ ଏକ ସାପ ଚାଲିଆସି ଶିଶୁଟିକୁ କାମୁଡି ଦେଇଥିଲା । ଝିଅ କାନ୍ଦି ଶୁଣି ବାପାମାଆଙ୍କ ନିଦ ଭାଙ୍ଗିବା ପରେ ସାପ କାମୁଡି ଦେଇଥିବାର ଦେଖିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ଶିଶୁକୁ ନିକଟସ୍ଥ ସରକାରୀ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ । କିନ୍ତୁ ରାସ୍ତା ଖରାପ ଯୋଗୁଁ ହସ୍ପିଟାଲ ଯିବା ବାଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ତେଣୁ ବହୁ ବିଳମ୍ବରେ ସେମାନେ ହସ୍ପିଟାଲରେ ପହଞ୍ଚିଥିଲେ । ସେତେବେଳକୁ ପିଲାଟିର ପୁରା ଶରୀରରେ ବିଷ ଖେଳି ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।

ଏ ଘଟଣା ସମ୍ପର୍କରେ ଖବର ପାଇ ଅନାଇକଟ୍ଟୁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଶେଷକୃତ୍ୟ ପାଇଁ ମୃତଦେହ ବାପାମାଆଙ୍କୁ ହସ୍ତାନ୍ତର କରିଥିଲା । ବାପାମାଆ ଆମ୍ବୁଲାନ୍ସ ଯୋଗେ ମୃତ ଝିଅକୁ ଧରି ଘରକୁ ଫେରିଥିଲେ । କିନ୍ତୁ ଖରାପ ରାସ୍ତା ଯୋଗୁଁ ପୁଣିଥରେ ଅଧାବାଟରେ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଶେଷରେ ଉପାୟ ପାଇ ମାଆ ମୃତ ଝିଅର ଶରୀରକୁ ହାତରେ ଧରି ଦୀର୍ଘ ୧୦ କିଲୋମିଟର ଚାଲି ଚାଲି ନିଜ ଗାଁରେ ପହଞ୍ଚିଥିଲେ । ଏହି ଅଭାବନୀୟ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଆନ୍ନାମଲାଇ ରାଜ୍ୟ ସରକାରକଙ୍କୁ ସମାଲୋଚନା କରିଛନ୍ତି ।

PMGSY ଅଧିନରେ ଛୋଟ ଓ ପାହାଡିଆ ଗ୍ରାମଗୁଡିକରେ ପକ୍କା ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ବିପୁଳ ପରିମାଣର ଅର୍ଥ ଦେଉଛନ୍ତି । କିନ୍ତୁ ଏ ଯାଏଁ ଭେଲୋରର ବିଭିନ୍ନ ଅଞ୍ଚଳକୁ ରାସ୍ତାଟିଏ ନାହିଁ । ଯଦି ସହର ପାଖ ଗାଁରେ ରାସ୍ତା ଖଣ୍ଡିଏ ତିଆରି କରାଯାଇ ପାରିନାହିଁ ତାହାହେଲେ ସେସବୁ ଅର୍ଥ କ'ଣ ହେଲା ବୋଲି ରାଜ୍ୟ ବିଜେପି ସଭାପତି ପ୍ରଶ୍ନ କରିଛନ୍ତି । ସେହିପରି ଭେଲ୍ଲୋର ଜିଲ୍ଲାପାଳ ମୃତ ଶିଶୁର ଗାଁକୁ ଯାଇ ବାପାମାଆଙ୍କୁ ଭେଟିଛନ୍ତି ଏବଂ ସମବେଦନା ଜଣାଇଛନ୍ତି । ଏନେଇ ଜିଲ୍ଲାପାଳ ଗଣମାଧ୍ୟମ ଆଗରେ କହିଛନ୍ତି, ଅଲ୍ଲେରି ହିଲ୍ ଗାଁରେ ସ୍ବାସ୍ଥ୍ୟସେବା ପାଇଁ ଜଣେ ନର୍ସ ନିଯୁକ୍ତ କରାଯାଇଥିଲା ଏବଂ ଗ୍ରାମବାସୀଙ୍କୁ ତାଙ୍କର ଫୋନ ନମ୍ବର ମଧ୍ୟ ଦିଆଯାଇଥିଲା । ମାତ୍ର ଶିଶୁକନ୍ୟାର ବାପାମାଆ ତାଙ୍କ ସହ ଯୋଗାଯୋଗ ନକରି ତରବରିଆ ଭାବେ ସିଧା ହସ୍ପିଟାଲକୁ ନେଇଥିଲେ ଏବଂ ଶିଶୁଟିର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.