ETV Bharat / bharat

ବିଶ୍ୱାସ ମତ ପୂର୍ବରୁ କଂଗ୍ରେସକୁ ବାଏ ବାଏ କହିଲେ ଆଉ ଜଣେ ପୁଡୁଚେରୀ ବିଧାୟକ

author img

By

Published : Feb 21, 2021, 3:56 PM IST

ଆଉ ଦିନକ ପରେ ବିଧାନସଭାରେ ବିଶ୍ବାସ ମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ପୁଡୁଚେରୀ ସରକାର । ହେଲେ ଏହା ପୂର୍ବରୁ କଂଗ୍ରେସକୁ ବାଏ ବାଏ କହିଛନ୍ତି ଆଉ ଜଣେ ବିଧାୟକ । ଅଧିକ ପଢନ୍ତୁ...

ବିଶ୍ୱାସ ମତ ପୂର୍ବରୁ କଂଗ୍ରେସକୁ ବାଏ ବାଏ କହିଲେ ଆଉ ଜଣେ ପୁଡୁଚେରୀ ବିଧାୟକ
ବିଶ୍ୱାସ ମତ ପୂର୍ବରୁ କଂଗ୍ରେସକୁ ବାଏ ବାଏ କହିଲେ ଆଉ ଜଣେ ପୁଡୁଚେରୀ ବିଧାୟକ

ପୁଡୁଚେରୀ: ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ନେତୃତ୍ବାଧିନ କଂଗ୍ରେସ ସରକାରଙ୍କ ଉପରୁ ହଟୁନି ସଙ୍କଟର କଳା ବାଦଲ । ଆଉ ଦିନକ ପରେ ବିଧାନସଭାରେ ବିଶ୍ବାସ ମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ସରକାର । ହେଲେ ଏହା ପୂର୍ବରୁ ସରକାରଙ୍କୁ ଲାଗିଛି ପୁଣି ଏକ ଝଟକା ।

ବିଧାନସଭାରେ ବିଶ୍ବାସ ମତ ସାବ୍ୟସ୍ତ ପୂର୍ବରୁ କଂଗ୍ରେସକୁ ବାଏ ବାଏ କହିଛନ୍ତି ଆଉ ଜଣେ ବିଧାୟକ । ରବିବାର କଂଗ୍ରେସ ବିଧାୟକ କେ ଲକ୍ଷ୍ମୀନାରାୟଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲକ୍ଷ୍ମୀନାରାୟଣ ପୁଡୁଚେରୀ ବିଧାନସଭା ବାଚସ୍ପତି ଭିପି ଶିବକୋଝୁଣ୍ଡୁଙ୍କୁ ଭେଟି ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି ।

ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଡୁଚେରୀ ସରକାରଙ୍କ ଉପରେ ଝୁଲୁଛି ସଙ୍କଟର ଖଣ୍ଡା । ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ସହିତ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ଏଠାରେ କ୍ଷମତାସୀନ କଂଗ୍ରେସ ସରକାର । ଲକ୍ଷ୍ମୀନାରାୟଣଙ୍କ ଇସ୍ତଫା ସହିତ ବର୍ତ୍ତମାନ କଂଗ୍ରେସ ମେଣ୍ଟ ସରକାରର ସଦସ୍ୟ ସଂଖ୍ୟା 13କୁ ଖସି ଆସିଛି । ଅନ୍ୟପକ୍ଷେ ବିରୋଧୀଙ୍କ ପାଖରେ 14 ସଂଖ୍ୟା ବଳ ରହିଛି । ଏହାରି ମଧ୍ୟରେ 22 ଫେବୃଆରୀ ଅର୍ଥାତ ସୋମବାର ବିଧାନସଭାରେ ସରକାରଙ୍କୁ ବିଶ୍ବାସମତ ସାବ୍ୟସ୍ତ କରିବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନ ।

ବିଧାନସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ପୁଡୁଚେରୀ ସରକାରଙ୍କୁ ଲାଗିଥିଲା ବଡ ଝଟକା । କ୍ଷମତାସୀନ ସରକାରରୁ ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ପରେ ଅଚାନକ ପୁଡୁଚେରୀ ରାଜନୀତିରେ ଅସ୍ଥିରତା ଦେଖାଦେଇଥିଲା । ମଙ୍ଗଳବାର ବିଧାୟକ ଜନ କୁମାର ନିଜ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଥିଲେ ପୁଡୁଚେରୀ ସରକାର ।

ଏହାପୂର୍ବରୁ ପୁଡୁଚେରୀ ସରକାରରେ ମନ୍ତ୍ରୀ ଥିବା ଏ ନମଶିବାୟମ ଓ ମଲାଡ୍ଡୀ କୃଷ୍ଣା ରାଓ ଇସ୍ତଫା ଦେଇଥିଲେ । ସେହିପରି 2 ବିଧାୟକ ଇ ଥୀପ୍ପାଇନ୍ଥନ ଓ ଜନକୁମାର ମଧ୍ଯ ଛାଡିଥିଲେ ଦଳ । ନମଶିବାୟମ ଓ ଥୀପ୍ପାଇନ୍ଥନ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ସେପଟେ କଂଗ୍ରେସ ବିଧାୟକ ଏନ ଧନଭେଲୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ନେଇ ବହିଷ୍କାର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.