ETV Bharat / bharat

Farm laws Repealed: ପୁଣି ଫେରିବ କି କୃଷି ଆଇନ ? ଇସାରା ଦେଲେ କୃଷିମନ୍ତ୍ରୀ

author img

By

Published : Dec 26, 2021, 8:51 AM IST

କୃଷି ଆଇନ ସମ୍ପର୍କରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବଡ ବୟାନ । କୃଷକଙ୍କ ବିରୋଧ ଯୋଗୁଁ ସରକାର କୃଷି ଆଇନ ପ୍ରତ୍ୟାହାର କଲେ, କିନ୍ତୁ ଆଗାମୀ ଦିନରେ ଏ ଦିଗରେ ଆମେ ପୁଣି ଆଗକୁ ବଢିବୁ ବୋଲି କହିଲେ ତୋମାର । ଅଧିକ ପଢନ୍ତୁ

କୃଷି ଆଇନ ସମ୍ପର୍କରେ କିଛି ଏପରି କହିଲେ କୃଷିମନ୍ତ୍ରୀ, ଉଠିଲା ବିବାଦ

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ପ୍ରତ୍ୟାହାର ହୋଇଛି ବିବାଦୀୟ କୃଷି ଆଇନ । କୃଷକ ସଙ୍ଗଠନର ଦୀର୍ଘ ଦିନର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ମୋଦି କୃଷି ଆଇନ ଉଚ୍ଛେଦ ଘୋଷଣା କରିଛନ୍ତି । ଆଇନ ପ୍ରତ୍ୟାହାରର ମାତ୍ର କିଛି ଦିନ ପରେ ପୁଣି ଏହି ବିବାଦୀୟ କୃଷି ଆଇନକୁ ନେଇ ସାଙ୍ଘାତିକ ବୟାନ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ମହାରାଷ୍ଟ୍ର ନାଗପୁରରେ ଆୟୋଜିତ ଏକ କୃଷି କାର୍ଯ୍ୟକ୍ରମରେ ଯୋଗ ଦେଇ ତୋମାର ପୁଣି କୃଷି ଆଇନ ଫେରିବା ସମ୍ପର୍କରେ ଇସାରା ଦେଇଛନ୍ତି ।

କୃଷିମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର 70 ବର୍ଷ ପରେ କୃଷକଙ୍କ ଉନ୍ନତି ପାଇଁ ଆମେ କୃଷି ଆଇନ ଆଣିଥିଲୁ । କିନ୍ତୁ କିଛି ଲୋକ ଏହାକୁ ନାପସନ୍ଦ କଲେ ଏବଂ ଆଇନ ପ୍ରତ୍ୟାହାର ଦାବିରେ ଜୋରଦାର ଆନ୍ଦୋଳନ କଲେ । ଯେଉଁ କାରଣରୁ ବାଧ୍ୟ ହୋଇ ସରକାର ଆଇନ ଉଚ୍ଛେଦ କଲେ । ହେଲେ ଆଗାମୀ ଦିନରେ ଆମେ ପୁଣି ଏ ଦିଗରେ ଆଗକୁ ବଢିବୁ ହେବୁ କହିଛନ୍ତି କୃଷିମନ୍ତ୍ରୀ । ତୋମାରଙ୍କ ଏହି ବୟାନକୁ ଏବେ ରାଜନୀତି ଜୋର ଧରିଛି ।

ଉଲ୍ଲେଖଯୋଗ୍ୟ, ନଭେମ୍ବର 19 ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.