ETV Bharat / bharat

ବିଶେଷଜ୍ଞ କହିଲେ ବିଶ୍ବର ହିତ କରିପାରେ ଓମିକ୍ରନ, ଜାଣନ୍ତୁ କିପରି - ଓମିକ୍ରନ ସମ୍ପର୍କରେ ବିଶେଷଜ୍ଞଙ୍କ ସୂଚନା

ବିଶ୍ବର ୧୦୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରରେ ବ୍ୟାପିଲାଣି ଓମିକ୍ରନ । ଯାହାଦ୍ବାରା ଓମିକ୍ରନ କ୍ରମଶଃ ଘାତକ ଡେଲ୍‌ଟା ଭାରିଆଣ୍ଟର ସ୍ଥାନ ନେବ । ଏହା ସମସ୍ତଙ୍କ ପାଇଁ ହିତକର ହୋଇପାରେ ବୋଲି କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ

ବିଶେଷଜ୍ଞ କହିଲେ ବିଶ୍ବର ହିତ କରିପାରେ ଓମିକ୍ରନ, ଜାଣନ୍ତୁ କିପରି

author img

By

Published : Dec 29, 2021, 2:00 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି ଓମିକ୍ରନ । ପ୍ରଥମେ ସାଉଥ ଆଫ୍ରିକା(southern Africa)ରୁ ଠାବ ହୋଇଥିବା ଏହି ନୂଆ ଭାଇରାସ ଏବେ ବିଶ୍ବର କୋଣ ଅନୁକୋଣକୁ ବ୍ୟାପିଛି । ଆମେରିକା ଏବଂ ବ୍ରିଟେନ ସମେତ ବର୍ତ୍ତମାନ ସମୟରେ ୧୦୦ ରୁ ଊର୍ଦ୍ଧ୍ବ ରାଷ୍ଟ୍ରରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ଯଦିଓ ଏହା କମ୍ ଘାତକ ବୋଲି କୁହାଯାଉଛି, କିନ୍ତୁ ଏହା ଅଧିକ ସଂକ୍ରାମକ ହୋଇଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । କେତେକ ରାଷ୍ଟ୍ର ତ ସ୍ଥିତି ନିୟନ୍ତ୍ରଣ କରିବାକୁ ଆଂଶିକ ଏବଂ ପୂର୍ଣ୍ଣକାଳୀନ ଲକଡାଉନ ଘୋଷଣା କରିଛନ୍ତି । ଓମିକ୍ରନ ଜନିତ ଏଭଳି ଭୟାବହତା ମଧ୍ୟରେ ମହାରାଷ୍ଟ୍ର ସରକାରର କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡ. ବସନ୍ତ ନାଗଭେକର(Dr. Vasant Nagvekar) ଏକ ଆଶ୍ବସ୍ତିକର ବୟାନ ଦେଇଛନ୍ତି ।

ଓମିକ୍ରନ ଆକ୍ରାନ୍ତଙ୍କ ଠାରେ କେବଳ ସାମାନ୍ୟ ଲକ୍ଷଣ ଦେଖାଯାଉଛି । ଏହା କେବଳ ଦ୍ରୁତ ସଂକ୍ରମକ ଏବଂ ଡେଲ୍‌ଟା ଭାରିଆଣ୍ଟ ଅପେକ୍ଷା କମ୍ ଘାତକ । ଡେଲ୍‌ଟା ଭାଇରସ୍ ସଂକ୍ରମିତଙ୍କ ଠାରେ ଅକ୍ସିଜେନ ସ୍ତରରେ ହ୍ରାସ, ନିମୋନିଆ, ଏବଂ ମୃତ୍ୟୁ ସହ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନ ଖୁବ୍ ଅଧିକ । ହେଲେ ଓମିକ୍ରନ ଏକ ହାଲୁକା ଲହର । ଯେହେତୁ ଏହି ନୂଆ ଭାରିଆଣ୍ଟ ଅଧିକ ଘାତକ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ, କେବଳ ଦ୍ରୁତ ସଂକ୍ରମକ ଯୋଗୁଁ ଏହି ଭାଇରସ ବିଶ୍ବରେ ଡେଲ୍‌ଟାକୁ ହଟାଇ ତାହାର ସ୍ଥାନ ନେବ ଏବଂ ଏହାଦ୍ବାରା ସମଗ୍ର ବିଶ୍ବର ହିତ ସାଧନ ହୋଇପାରେ ବୋଲି ନାଗଭେକର ଆଶାବ୍ୟକ୍ତ କରିଛନ୍ତି ଏବଂ ସତର୍କତା, ସର୍ଭିଲାନ୍ସ ଏବଂ ଟୀକକରଣକୁ ବ୍ୟାପକ କରିବା ଦିଗରେ ଗୁରୁତ୍ବାରୋପ କରିଛନ୍ତି ।

ସାଉଥ ଆଫ୍ରିକାର ଡାଟା ଅନୁଯାୟୀ, ଏଠାରେ ସଂକ୍ରମିତଙ୍କ ମଧ୍ୟରେ କମ୍ ବୟସ୍କ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଏବଂ ସେମାନଙ୍କ ଠାରେ ସଂକ୍ରମଣ ମଧ୍ୟ ସାମାନ୍ୟ । ମାତ୍ର ଏହା ଦ୍ରୁତ ସଂକ୍ରାମକ ହୋଇଥିବା ଯୋଗୁଁ ବ୍ୟାପକ ସତର୍କତା ଜରୁରୀ ।

ମହାମାରୀ କବଳରୁ ରକ୍ଷା ପାଇବାର ଶ୍ରେଷ୍ଠ ବିକଳ୍ପ ହେଉଛି, ଯେପରି ପ୍ରତ୍ୟେକ ସ୍ଥାନରେ ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇ ପାରିବ ତାହା ସୁନିଶ୍ଚିତ କରିବା । ଅନ୍ତରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ବୈଜ୍ଞାନିକ(Assistant Scientist, Department of International Health ) ବ୍ରିଆନ ୱାହଲ( Brian Wahl) ଏହା କହିଛନ୍ତି । କାରଣ ବର୍ତ୍ତମାନ ସମୟରେ ଭାରତ ସମେତ ଅନ୍ୟ ରାଷ୍ଟ୍ରଗୁଡିକରେ ଟୀକାକରଣ ଅଭିଯାନ ଶିଥିଳ ରହିଥିବା ସେ ପ୍ରକାଶ କରିଛନ୍ତି ।

କେତେକ ଅଧ୍ୟୟନ ଏହାମଧ୍ୟ ଜଣାଯାଇଛି କି, ପ୍ରଚଳିତ କୋରୋନା ଟିକାର ଦୁଇଟି ଡୋଜ୍ ଓମିକ୍ରନ ବିରୁଦ୍ଧରେ ସେତେଟା ପ୍ରଭାବଶାଳୀ ହୋଇନପାରେ ଯାହା ବୁଷ୍ଟର ଡୋଜ କରିପାରିବ । ତେଣୁ ସଂକ୍ରମଣର ପ୍ରସାରକୁ ଦୃଷ୍ଟିରେ ରଖି ଭାରତ ସରକାର ଜାନୁୟାରୀରୁ ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ତଦୁର୍ଦ୍ଧ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ଘୋଷଣା କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.