ETV Bharat / bharat

ଯାତ୍ରୀ ଅସୁସ୍ଥ ହେବାରୁ ନାଗପୁରରେ ଜରୁରୀ ଅବତରଣ କଲା ଓମାନ ଏୟାର ବିମାନ - ନାଗପୁରରେ ଜରୁରୀ ଅବତରଣ କଲା ଓମାନ ଏୟାର ବିମାନ

ମଝି ଆକାଶରେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଯାତ୍ରୀ । ନାଗପୁରରେ ଜରୁରୀ ଅବତରଣ କଲା ମସ୍କଟରୁ ବ୍ୟାଙ୍କକ ଯାଉଥିବା ଓମାନ ଏୟାର ଲାଇନ୍ସର ବିମାନ (Oman Air flight lands in Nagpur)। ଅସୁସ୍ଥ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଜରୁରୀ ଅବତରଣ କଲା ଓମାନ ଏୟାର ବିମାନ
ଜରୁରୀ ଅବତରଣ କଲା ଓମାନ ଏୟାର ବିମାନ
author img

By

Published : Nov 2, 2022, 10:05 PM IST

ମୁମ୍ବାଇ: ଓମାନ ରାଜଧାନୀ ମସ୍କଟରୁ ବ୍ୟାଙ୍କକ ଅଭିମୁଖେ ଉଡାଣ ଭରିଥିବା ଓମାନ ଏୟାର ଲାଇନ୍ସର ଏକ ବିମାନରେ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିବାରୁ ବିମାନଟି ନାଗପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି (Oman Air flight lands in Nagpur)। ଅବତରଣ ପରେ ସମ୍ପୃକ୍ତ ଅସୁସ୍ଥ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ତାଙ୍କୁ ନିରୀକ୍ଷଣରେ ରଖାଯାଇଥିବା ସୂଚନା ମିଳିଛି ।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଓମାନ ଏୟାର ଲାଇନ୍ସର ଏହି WY 0815 ବିମାନ ଭାରତୀୟ ଆକାଶରେ ଉଡୁଥିବା ସମୟରେ ଜଣେ ଯାତ୍ରୀ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ (Oman Air flight lands in Nagpur)। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ଆବଶ୍ୟକତା ପଡିବାରୁ ନିକଟସ୍ଥ ନାଗପୁର ବିମାନ ବନ୍ଦର ଏଟିସି ସହ ଯୋଗାଯୋଗ କରିଥିଲେ ସମ୍ପୃକ୍ତ ବିମାନର ପାଇଲଟ । ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଅବତରଣ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ସମୟ ଅପରାହ୍ନ ପ୍ରାୟ 1.45 ରେ ବିମାନଟି ଜରୁରୀ ଅବତରଣ କରିଥିଲା । ତୁରନ୍ତ ପୂର୍ବ ପ୍ରସ୍ତୁତି ମୁତାବକ ଅସୁସ୍ଥ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ଓ ତାଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି । ପରେ ବିମାନଟି କିଛି ସମୟର ବ୍ୟବଧାନ ମଧ୍ୟରେ ପୁଣି ବ୍ୟାଙ୍କକ ଅଭିମୁଖେ ଉଡାଣ ଭରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.