ETV Bharat / bharat

ଆଜିଠୁ ସୁପ୍ରିମକୋର୍ଟର ଶୀତ ଛୁଟି, ଉପଲବ୍ଧ ହେବ ନାହିଁ କୌଣସି ଖଣ୍ଡପୀଠ - ଶୀତ ଅବକାଶରେ ସୁପ୍ରିମକୋର୍ଟ ଖଣ୍ଡପୀଠ କାର୍ଯ୍ୟକ୍ଷମ ହେବନି

ଆଜିଠୁ ସୁପ୍ରିମକୋର୍ଟରେ ଶୀତ ଛୁଟି । ଜାନୁଆରୀ ୨ ତାରିଖରେ ଖୋଲିବ କୋର୍ଟ । ଏହି ଛୁଟି ସମୟରେ କୌଣସି ଖଣ୍ଡପୀଠ କାର୍ଯ୍ୟକ୍ଷମ ହେବ ନାହିଁ । ଅଧିକ ପଢନ୍ତୁ

Supreme Court winter vacation
ସୁପ୍ରିମକୋର୍ଟର ଶୀତ ଛୁଟି
author img

By

Published : Dec 17, 2022, 9:43 AM IST

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି । ଡିସେମ୍ବର ୧୭(ଆଜି)ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଶୀତ ଛୁଟି ହେବ(Supreme Court winter vacation) । ଏହି ଛୁଟିପୂର୍ବରୁ ଗତକାଲି(ଶୁକ୍ରବାର) ସୁପ୍ରିମକୋର୍ଟର ଶେଷ କାର୍ଯ୍ୟ ଦିବସ ଥିଲା । ଜାନୁଆରୀ ୨ ତାରିଖରେ ପୁଣି ସର୍ବୋଚ୍ଚ ନ୍ୟାୟାଳୟ ଖୋଲିବ । ଶୀତ ଅବକାଶ ସମୟରେ ସୁପ୍ରିମକୋର୍ଟର କୌଣସି ଖଣ୍ଡପୀଠ ଉପଲବ୍ଧ ହେବନାହିଁ । ଏନେଇ ଗତକାଲି ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ(Chief Justice of India D. Y. Chandrachud) କୋର୍ଟରୁମରେ ଥିବା ଆଇନଜୀବୀମାନଙ୍କୁ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: KGF Copyright Infringement: ରାହୁଲଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଶ୍ବସ୍ତି

ତେବେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜୁଜୁ ସୁପ୍ରିମକୋର୍ଟ ଦୀର୍ଘ ଦିନ ଧରି ଛୁଟି ରହିବାକୁ ସମାଲୋଚନା କରିବାର ଦିନକ ପରେ ପ୍ରଧାନ ବିଚାରପତି ଏହି ଅବକାଶ ଘୋଷଣା କରିଛନ୍ତି । ଦୀର୍ଘ ଦିନ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବା ଦ୍ବାରା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ବୋଲି ଆଇନ ମନ୍ତ୍ରୀ କହିଥିଲେ । ଆଜିଠୁ ସୁପ୍ରିମକୋର୍ଟରେ ଶୀତ ଛୁଟି ହେବ । ଏହି ସମୟରେ କୌଣସି ଖଣ୍ଡପୀଠ କାର୍ଯ୍ୟକ୍ଷମ ହେବ ନାହିଁ । ତେବେ ୨୦୨୩ ବର୍ଷର କ୍ୟାଲେଣ୍ଡର ଦର୍ଶାଉଛି ଯେ, ସାପ୍ତାହିକ ଛୁଟି ଓ ଅନ୍ୟାନ୍ୟ ଛୁଟିଦିନ ସହ ପ୍ରାୟ ୧୮୦ ଦିନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ନାହିଁ । ଡିସେମ୍ବର ୧ ସୁଦ୍ଧା ସର୍ବୋଚ୍ଚ ଅଦାଲତରେ ପ୍ରାୟ ୬୯, ୫୯୮ଟି ମାମଲା ପଡି ରହିଛି । ବର୍ତ୍ତମାନ କୋର୍ଟରେ ୬ଟି ନ୍ୟାୟିକ ପଦବୀ ଖାଲି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.