ETV Bharat / bharat

ଗୁଜୁରାଟରେ ଲକଡାଉନ ଲାଗୁ ନେଇ କୌଣସି ଯୋଜନା ନାହିଁ: ମୁଖ୍ୟମନ୍ତ୍ରୀ

author img

By

Published : Mar 18, 2021, 5:35 PM IST

ଗୁଜୁରାଟରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଏନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ଲକଡାଉନ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିବା କହିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଅଧିକ ପଢନ୍ତୁ...

ଗୁଜୁରାଟରେ ଲକଡାଉନ ଲାଗୁ ନେଇ କୌଣସି ଯୋଜନା ନାହିଁ: ମୁଖ୍ୟମନ୍ତ୍ରୀ
ଗୁଜୁରାଟରେ ଲକଡାଉନ ଲାଗୁ ନେଇ କୌଣସି ଯୋଜନା ନାହିଁ: ମୁଖ୍ୟମନ୍ତ୍ରୀ

ଗାନ୍ଧୀନଗର: ଗୁଜୁରାଟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସଂକ୍ରମଣ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ କୋରୋନା ମାମଲା ଲଗାତର ବୃଦ୍ଧି ପାଉଛି । ଏନେଇ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ । ତେବେ ରାଜ୍ୟରେ ଲକଡାଉନ ଜାରି କରିବାକୁ ଏ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନଥିବା କହିଛନ୍ତି ବିଜୟ ରୂପାନୀ ଏବଂ ଲୋକମାନଙ୍କ ଭୟଭୀତ ନ ହୋଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।

ସେପଟେ ରାଜ୍ୟର ସ୍କୁଲ କଲେଜଗୁଡକୁ ନେଇ ଆଜି ବୈଠକ କରାଯିବ ଏବଂ ଏହାପରେ ନିର୍ଣ୍ଣୟ ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଗୁଜୁରାଟରେ ଆରଟି ପିସିଆର ଟେଷ୍ଟ ବଢାଇବାକୁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସମୟରେ ଦୈନିକ 30 ହଜାର ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ନିୟମଗୁଡିକର ପାଳନ ଉପରେ ଗୁରୁତ୍ବ ଦିଆଯାଉଛି । ଏହାସହ ପାଖ ହସ୍ପିଟାଲଗୁଡିକରେ ମଧ୍ୟ କୋରୋନା ନେଇ ସମସ୍ତ ବ୍ୟବସ୍ଥା କରାଯିବା ସହ ବେଡ ସଂଖ୍ୟା ବୃଦ୍ଧି କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.