ETV Bharat / bharat

ଖଡ଼ଗେ ‘ଇଣ୍ଡିଆ’ ମେଣ୍ଟ ଅଧ୍ୟକ୍ଷ ! ଆବାହକ ପଦବୀକୁ ମନାକଲେ ନୀତିଶ

author img

By ETV Bharat Odisha Team

Published : Jan 13, 2024, 2:17 PM IST

Updated : Jan 13, 2024, 4:22 PM IST

Nitish Kumar rejects INDIA alliance convener post: ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ମନା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ହେଲେ ମେଣ୍ଟର ଅଧ୍ୟକ୍ଷ ! ଅଧିକ ପଢନ୍ତୁ

INDIA bloc meetଖଡ଼ଗେ ଇଣ୍ଡିଆ ମେଣ୍ଟ ଅଧ୍ୟକ୍ଷ ! ଆନୁଷ୍ଠାନିକ ଘୋଷଣା ବାକି
ଇଣ୍ଡିଆ ମେଣ୍ଟ ବୈଠକଖଡ଼ଗେ ଇଣ୍ଡିଆ ମେଣ୍ଟ ଅଧ୍ୟକ୍ଷ ! ଆନୁଷ୍ଠାନିକ ଘୋଷଣା ବାକି

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର କମାଣ୍ଡ କଂଗ୍ରେସ କାନ୍ଧକୁ ଆସିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମେଣ୍ଟ ସଂଯୋଜକ ହେବାକୁ ମନା କରିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମେଣ୍ଟର ଅଧ୍ୟକ୍ଷ ଭାବେ ମନୋନିତ ହୋଇଛନ୍ତି । ଖଡଗେଙ୍କୁ ଅଧ୍ୟକ୍ଷ ଚୟନ କରାଯାଇଥିବା ନେଇ ମେଣ୍ଟ ସୂତ୍ରରୁ ସୂଚନା ମିଳିଥିବା ବେଳେ ଏବେବି ଆନୁଷ୍ଠାନିକ ଘୋଷଣା ବାକି ରହିଛି । କଂଗ୍ରେସ କିମ୍ବା ଅନ୍ୟ କୌଣସି ମେଣ୍ଟ ସହଯୋଗୀ ଦଳ ଏ ସମ୍ପର୍କରେ ସୂଚନା ଦେଇନାହାନ୍ତି । ସଂଧ୍ୟା ସୁଦ୍ଧା ମେଣ୍ଟ ଏକ ପ୍ରେସରିଲିଜ ଜାରି କରିପାରେ ।

  • On today's INDIA alliance meeting, Congress President Mallikarjun Kharge says,"...Everyone is happy that the seat-sharing talks are progressing in a positive way....I along with Rahul Gandhi invited all INDIA Parties to join ‘Bharat Jodo Nyay Yatra’." pic.twitter.com/YgkJyPR8K8

    — ANI (@ANI) January 13, 2024 " class="align-text-top noRightClick twitterSection" data=" ">

ଆଜି (ଶନିବାର) ମେଣ୍ଟର ଭର୍ଚ୍ଚୁଆଲ ବୈଠକରେ ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ତଥା ମେଣ୍ଟ ଗଠନର ପ୍ରଥମ ପୁରୋଧା ନୀତିଶ କୁମାରଙ୍କୁ ସଂଯୋଜକ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହାକୁ ନିଜେ ନୀତିଶ କୁମାର ପ୍ରତ୍ୟାଖାନ କରିଥିଲେ । ଏହାପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ସଂଯୋଜକ ଦାୟିତ୍ବ ଦେବା ପାଇଁ ବୈଠକରେ ସୁପାରିଶ ହୋଇଛି । ଯାହାକୁ ଖଡଗେ ମଧ୍ୟ ସ୍ବୀକାର କରିଥିବା ସୂଚନା ମିଳିଛି ।

  • Congress president Mallikarjun Kharge appointed chairperson of opposition bloc INDIA: Sources

    — Press Trust of India (@PTI_News) January 13, 2024 " class="align-text-top noRightClick twitterSection" data=" ">

ନୀତିଶ ବିରୋଧୀ ମେଣ୍ଟର ସଂଯୋଜକ ହୋଇପାରନ୍ତି ବୋଲି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା । ଆଜିର ବୈଠକରେ ଏନେଇ ନିଷ୍ପତ୍ତି ହେବ ବୋଲି ମଧ୍ୟ ଅନୁମାନ କରାଯାଉଥିଲା । ଶେଷରେ ମେଣ୍ଟର ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ନୀତିଶଙ୍କୁ ସଂଯୋଜକ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା । ହେଲେ ସେ କୌଣସି ପଦ ପାଇଁ ଆଶା ରଖିନଥିବା ତାଙ୍କର ପାର୍ଟି ପକ୍ଷରୁ କୁହାଯାଇଥିଲା । ତେବେ ନୀତିଶ ସଂଯୋଜକ ହେବାକୁ ମନା କରିଦେବାରୁ କଂଗ୍ରେସ ମୁଖ୍ୟ ଖଡ୍‌ଗେଙ୍କ ନାମରେ ମୋହର ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ଇଣ୍ଡିଆ ମେଣ୍ଟ ଭର୍ଚୁଆଲ ବୈଠକ, ଯୋଗ ଦେଲେନି ଦିଦି

ଚଳିତ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଆସନ ବୁଝାମଣା, କଂଗ୍ରେସ ଆରମ୍ଭ କରିବାକୁ ଯାଉଥିବା ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ବିରୋଧୀ ଇଣ୍ଡିଆ ମେଣ୍ଟର ଭର୍ଚୁଆଲ ବୈଠକ ଜାରି ରହିଛି । ମେଣ୍ଟର ପ୍ରମୁଖ ସଦସ୍ୟମାନେ ଭିସି ଯୋଗେ ଆଲୋଚନାରେ ସାମିଲ ହୋଇଛନ୍ତି । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ସାମିଲ ହୋଇନଥିବା ଜଣାପଡିଛି । କେଉଁ କାରଣରୁ ଦିଦି ସାମିଲ ହେଲେ ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି । ପୂର୍ବ ମିଟିଂରେ ଦିଦି ଓ କେଜ୍ରିଓ୍ବାଲ ଖଡଗେଙ୍କ ନାମ ପ୍ରସ୍ତାବ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 13, 2024, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.