ETV Bharat / bharat

ମାର୍ଚ୍ଚ 2କୁ ଘୁଞ୍ଚିଲା ହାଥରସ ଗଣଦୁଷ୍କର୍ମ ମାମଲା

author img

By

Published : Feb 25, 2021, 10:04 PM IST

ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି ସ୍ଥାନୀୟ ସ୍ବତନ୍ତ୍ର ଏସସି/ଏସଟି କୋର୍ଟରେ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା 2କୁ ଘୁଞ୍ଚାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ମାର୍ଚ୍ଚ 2କୁ ଘୁଞ୍ଚିଲା ହାଥରସ ଗଣଦୁଷ୍କର୍ମ ମାମଲା
ମାର୍ଚ୍ଚ 2କୁ ଘୁଞ୍ଚିଲା ହାଥରସ ଗଣଦୁଷ୍କର୍ମ ମାମଲା

ଲକ୍ଷ୍ନୌ: ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ମାମଲାର ଶୁଣାଣି ସ୍ଥାନୀୟ ସ୍ବତନ୍ତ୍ର ଏସସି/ଏସଟି କୋର୍ଟରେ ହୋଇଛି । ଓକିଲଙ୍କ କହିବା ଅନୁଯାୟୀ ଆଜି(ଗୁରୁବାର) 4 ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲାର ଶୁଣାଣି କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା 2 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ତେବେ ହାଥରସ ଗଣଦୁଷ୍କର୍ମ ମାମଲାରେ ସିବିଆଇ 4 ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା । ମାମଲାରେ ସମ୍ପୃକ୍ତ ସନ୍ଦୀପ, ରବି, ରାମୁ ଏବଂ ଲବକୁଶଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର ଶୁଣାଣି କରି କୋର୍ଟ ପରବର୍ତ୍ତୀ ଶୁଣାଣିକୁ ଆସନ୍ତା 2କୁ ଘୁଞ୍ଚାଇ ଦେଇଛନ୍ତି । ଅନ୍ୟପଟେ ଏହି 4 ଅଭିଯୁକ୍ତ ଆଲିଗଡ ଜେଲରେ ରହି ଥିବାବେଳେ ସ୍ବତନ୍ତ୍ର ଏସସି/ଏସଟି କୋର୍ଟ ଜାମିନ ଖାରଜ କରିଦେଇଛି ।

ସୂଚନା ଅନୁଯାୟୀ ଗତ ବର୍ଷ ସେପ୍ଟେମ୍ବର 14ରେ ଉତ୍ତରପ୍ରଦେଶର ଚନ୍ଦପା ଅଞ୍ଚଳର ଜଣେ ଝିଅକୁ ଗଣଦୁଷ୍କର୍ମ ପରେ ମାରିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ପରେ ସେପ୍ଟେମ୍ବର 29 ରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.