ETV Bharat / bharat

MANN KI BAAT: ଲୋକାଲକୁ ଗ୍ଲୋବାଲ କରିବାକୁ ମୋଦିଙ୍କ ଆହ୍ବାନ

ଆଜି ୮୭ ତମ ମନ୍ କି ବାତ (Mann Ki Baat) କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ରେଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ଅଧିକ ପଢନ୍ତୁ

author img

By

Published : Mar 27, 2022, 12:25 PM IST

Updated : Mar 27, 2022, 1:11 PM IST

MANN KI BAAT
MANN KI BAAT

ନୂଆଦିଲ୍ଲୀ: ଆଜି ୮୭ ତମ ମନ କି ବାତ (Mann Ki Baat) କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ରେଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ଚାଷୀ, ବୁଣାକାର, ଇଞ୍ଜିନିୟର ଓ ସମସ୍ତ କାରୀଗରିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଯେତେବେଳେ ଜଣେ ବ୍ୟକ୍ତଙ୍କର ପ୍ରୟାସ, ସଂକଳ୍ପ ତାଙ୍କ ସ୍ବପ୍ନଠୁ ବଡ ହୋଇଥାଏ ସଫଳତା ତାଙ୍କ ପାଖକୁ ଆସିଥାଏ । ଭୋକାଲକୁ ଲୋକାଲ କରିବାକୁ କାର୍ଯ୍ୟକ୍ରମ ଜରିଆରେ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଦୁନିଆରେ ଭାରତରେ ତିଆରି ହେଉଥିବା ଜିନିଷର ଚାହିଦା ବଢୁଛି । କୋଣ ଅନୁକୋଣରେ ଭାରତୀୟଙ୍କ ଏହି ସାମର୍ଥ୍ୟ ନୂଆ ବଜାରରେ ପହଞ୍ଚୁଛି । ଉତ୍ପାଦନରେ ଭାରତ ଏକ ବଡ ଉପଲବ୍ଧି ହାସଲ କରିଛି । ଭାରତ 400 ବିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ହାସଲ କରିଛି। ଏହା ଭାରତର ସାମର୍ଥ୍ୟକୁ ସୂଚିତ କରୁଛି । ଏହାର ଅର୍ଥ ହେଉଛି ଯେ ବିଶ୍ବ ରେ ଭାରତୀୟ ସାମଗ୍ରୀର ଚାହିଦା ବଢୁଛି । ଜଣେ ଜଣେ ଭାରତବାସୀ ଯେତେବେଳେ ଲୋକାଲ ପାଇଁ ଭୋକାଲ ହୁଅନ୍ତି ତେବେ ଲୋକାଲକୁ ଗ୍ଲୋବାଲ ହେବାକୁ ସମୟ ଲାଗେନାହିଁ ବୋଲି କହିବା ସହିତ ଲୋକାଲକୁ ଗ୍ଲୋବାଲ କରି ଉତ୍ପାଦନର ପ୍ରତିଷ୍ଠାକୁ ବୃଦ୍ଧି କରିବା ପାଇଁ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଜିଇମାର୍କେଟପ୍ଲେସ ଜରିଆରେ ଲଘୁ ଉଦ୍ୟୋଗୀଙ୍କ ଭାଗିଦାରି ବଢିଛି । ଗତ ଏକ ବର୍ଷ ଭିତରେ ଜିଇମାର୍କେଟପ୍ଲେସ ଜରିଆରେ ସରକାର ୧ ଲକ୍ଷରୁ ଅଧିକ ଜିନିଷ କିଣିଥିବା ମନ କି ବାତ ଶ୍ରୋତାଙ୍କୁ କହିଛନ୍ତି ମୋଦି । ଛୋଟ ଛୋଟ ଦୋକାନୀ ସରକାରଙ୍କୁ ସେମାନଙ୍କ ଜିନିଷ ବିକ୍ରି କରିଛନ୍ତି । ଏହା ନୂଆ ଭାରତ ବୋଲି କହିଛନ୍ତି ମୋଦି । ଏହା ଦ୍ବାରା ଆମେ ଆତ୍ମନିର୍ଭର ଭାରତର ସ୍ବପ୍ନ ପୂରଣ କରିପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ୧୨୬ ବର୍ଷୀୟ ଯୋଗ ଗୁରୁ ଶିବାନନ୍ଦଙ୍କ ବିଷୟରେ କହିଛନ୍ତି ମୋଦି । ଗୁରୁ ଶିବାନନ୍ଦ ସମସ୍ତଙ୍କ ଫିଟନେସ ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ବାବା ଶିବାନନ୍ଦଙ୍କ ଜୀବନ ଆମ ପାଇଁ ପ୍ରେରଣା ବୋଲି କହିଛନ୍ତି ମୋଦି । ବିଶ୍ବ ସ୍ବାସ୍ଥ୍ୟ ଦିବସ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆୟୁଶ ଇଣ୍ଡଷ୍ଟି ବଢିଛି । ଆଜି ଆୟୁଷ ଉତ୍ପାଦନ ବଢୁଛି । ସ୍ବାସ୍ଥ୍ୟ ସେକ୍ଟର ଉପରେ କପିବା, ନିରୋଗ ଷ୍ଟିଟ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ବାସ୍ଥ୍ୟ ସହିତ ସ୍ବଚ୍ଛତାର ସିଧାସଳଖ ସମ୍ପର୍କ ରହିଛି । ମୋଦି ପୁରୀର ରାହୁଲ ମହାରଣା ଓ ମହାରାଷ୍ଟ୍ରର ଚନ୍ଦ୍ରଶେଥର ପାଟିଲଙ୍କ କାର୍ଯ୍ୟ ସମ୍ପର୍କରେ କହିଛନ୍ତି । ଗୋଦାବରୀ ନଦୀରେ ଆବର୍ଜନା ସଫା କରିବା ସହିତ ଲୋକଙ୍କୁ ଆବର୍ଜନା ନ ଫୋପାଡିବା ପାଇଁ କହିଥାନ୍ତି । ସେହିପରି ପୁରୀର ଜଣେ ସ୍ବଚ୍ଛାସେବୀ ରାହୁଲ ମହାରଣା ପ୍ରତି ରବିବାର ପୁରୀର ସମସ୍ତ ତୀର୍ଥସ୍ଥଳରୁ ପ୍ଲାଷ୍ଟିକ ଆବର୍ଜନା ସଫା କରନ୍ତି । ବର୍ତ୍ତମାନ ସୁଦ୍ଧା ସେ ଶହ ଶହ କିଲୋ ପ୍ଲାଷ୍ଟିକ ଆବର୍ଜନା ସଫା କରିଛନ୍ତି । ଏମାନଙ୍କ କାର୍ଯ୍ୟ ସମସ୍ତଙ୍କୁ କିଛି କିଛି ଶିଖାଇବ ବୋଲି କହିଛନ୍ତି ମୋଦି । ନାଗରିକତା ଦୁଷ୍ଟିରୁ ଆମେ ସ୍ବାସ୍ଥ୍ୟ, ପୋଷଣ ହେଉ କି ସ୍ବଚ୍ଛତା ସମସ୍ତ ଦିଗରେ କର୍ତ୍ତବ୍ୟ କରିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କେରଳାର ଜଣେ ବ୍ୟକ୍ତି ମୁପାଟମ୍ ଶ୍ରୀନାରାୟଣ ପରି ଲୋକମାନେ ପଶୁମାନଙ୍କ ପ୍ରତି ଏତେ ଯତ୍ନବାନ ଯେ ସେ ଲୋକଙ୍କୁ କାଦୁଅ ବାସନ ବଣ୍ଟନ କରନ୍ତି ଯାହା ଦ୍ବାରା ଲୋକମାନେ ପକ୍ଷୀ ଏବଂ ପଶୁମାନଙ୍କୁ ଖରା ଦିନେ ଜଳ ଯୋଗାଇ ପାରିବେ। ସେ ଏହିପରି 1 ଲକ୍ଷ ବାସନକୁସନ ଦେଇଛନ୍ତି ଏବଂ ଏହାକୁ ଗାନ୍ଧୀଜୀ ଦ୍ବାରା ନିର୍ମିତ ସାବରମତୀ ଆଶ୍ରମରେ ଦାନ କରିବେ ବୋଲି ମନ କି ବାତ ରେ ପିଏମ ମୋଦି କହିଛନ୍ତି । ଶ୍ରୀନାରାୟଣଙ୍କର ଏହି କାର୍ଯ୍ୟ ସମସ୍ତଙ୍କ ପ୍ରେରଣା ଯୋଗାଇବ ।

ମହାତ୍ମା ଫୁଲେ ଏବଂ ସବିତ୍ରୀବାଇ ଫୁଲେ ସାମାଜିତ ସମସ୍ୟା ଯେପରି ମହିଳା ଶିକ୍ଷା ଏବଂ ମହିଳା ଗର୍ଭପାତ ଉପରେ ସ୍ବର ଉତ୍ତୋଳନ କରିଥିଲେ । ଝିଅମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଆମେ 'କାନ୍ୟା ଶିକ୍ଷା ପ୍ରବେଶ ଉତ୍ସବ' ଆରମ୍ଭ କରିଛୁ, ଯେଉଁମାନେ ସେମାନଙ୍କର ଶିକ୍ଷା ସମାପ୍ତ କରିପାରିନାହାଁନ୍ତି ସେମାନେ ଏଥିରୁ ଉପକୃତ ହେବେ ବୋଲି କିହଛନ୍ତି ମୋଦି । ସେ ଆହୁରି କହିଛନ୍ତି, ପାଣିର ପ୍ରତି ବୁନ୍ଧାକୁ ସଂରକ୍ଷଣ କରିବାକୁ ପଡିବ । ମୁଁ ଗୁଜୁରାଟରୁ ଆସିଛି ଯେଉଁଠାରେ ଜଳ ଅଭାବ ଦେଖିବାକୁ ମିଳେ । ଜଳ ପାଇଁ ଗୁଜୁରାଟରେ ଷ୍ଟେପୱେଲ୍ସ ଗୁରୁତ୍ବପୂର୍ଣ୍ଣ । ଜଳ ସଂରକ୍ଷଣ ଏବଂ ଷ୍ଟେପୱେଲଗୁଡିକୁ ଜଲ ମନ୍ଦିର ଯୋଜନା ନୂଆ ଦିଗ ଦେଇଛି । ଏହା ଅନେକ କ୍ଷେତ୍ରରେ ଜଳସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଛି ବୋଲି କହିଛନ୍ତି ପିଏମ ମୋଦି ।

Last Updated : Mar 27, 2022, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.