ETV Bharat / bharat

ଡ୍ରଗ କାରଖାନା ଉପରେ NCBର ଚଢାଉ, 4 ଗିରଫ - drug producing house

କର୍ଣ୍ଣାଟକ ବେଙ୍ଗାଲୁରୁର ଏକ କାରଖାନା ଉପରେ NCB ଚଢାଉ କରି 4 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଡ୍ରଗ କାରଖାନା ଉପରେ NCBର ଚଢାଉ, 4 ଗିରଫ
ଡ୍ରଗ କାରଖାନା ଉପରେ NCBର ଚଢାଉ, 4 ଗିରଫ
author img

By

Published : Jun 26, 2021, 4:58 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରର ଏକ ଡ୍ରଗ ତିଆରି ହେଉଥିବା କାରଖାନା ଉପରେ ଚଢାଉ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( NCB) । ଜୋନାଲ ଅଫିସର ଅମିତ ଗଭାତେ ଓ ଏନସିବି ଅଧିକାରୀମାନେ କାରଖାନା ଉପରେ ଚଢାଉ କରି 91 କେଜି ଓଜନର ଡ୍ରଗ୍ସକୁ ଜବତ କରିବା ସହ 4 ଜଣଙ୍କୁ ଗିରଫ କରିଛନ୍ତି ।

ଜବତ ହୋଇଥିବା ନିଶାଦ୍ରବ୍ୟର ମୂଲ୍ୟ 62 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଡ୍ରଗ୍ସ ଏନ.ଭି ରେଡିଙ୍କ ଘରେ ତିଆରି କରାଯାଉଥିଲା ବୋଲି ଅଭିଯୋଗ ହୋଇଛି । ସେ ହାଇଦ୍ରାବାଦର ମୂଳ ବାସିନ୍ଦା ହୋଇଥିବାବେଳେ ବେଙ୍ଗାଲୁରୁରେ ଥିବା ଘରେ ଏହି ନିଶାଦ୍ରବ୍ୟ ତିଆରି କରୁଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ NCB ଚଢା କରିଥିଲା । ଘଟଣାରେ ପ୍ରଥମେ ରେଡ୍ଡିଙ୍କୁ ଗିରଫ କରିବା ପରେ ତାଙ୍କୁ ପଚରାଉଚୁରା କରାଯାଇଥିଲା । ଏହାପରେ କୋଲାର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଏକ କାରଖାନା ଓ ବିଦାରରେ ଥିବା 2ଟି କାରଖାନା ଉପରେ ଚଢାଉ କରିଥିଲା ।

ଏହି ଘଟଣାରେ NCB 4ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ଭାସ୍କର, ୱାଇ.ଭି ରେଡ୍ଡି, ଏସ ମେନନ ବୋଲି ଜଣାପଡିଛି । ଅଭିଯୁକ୍ତମାନେ କୋଲାର ଓ ବିଦାର ଅଞ୍ଚଳରେ ଡ୍ରଗ୍ସ ତିଆରି କରୁଥିଲେ । ଏହାପରେ ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଚାଲାଣ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.