ETV Bharat / bharat

Sukma Encounter: ଛତିଶଗଡରେ ଏନକାଉଣ୍ଟର, 2 ନକ୍ସଲ ନିହତ - ଛତିଶଗଡରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ

ଛତିଶଗଡରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଯବାନଙ୍କ ଗୁଳିରେ 2 ନକ୍ସଲ ନିହତ । ଅଧିକ ପଢନ୍ତୁ

encounter broke out between jawans and Naxals

author img

By

Published : May 8, 2023, 9:32 AM IST

ରାୟପୁର: ଛତିଶଗଡରେ ପୁଣି ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ଯବାନ । ଯବାନଙ୍କ ଗୁଳିରେ 2 ନକ୍ସଲ ନିହତ ହୋଇଥିବା ସୂଚନା । ଜିଲ୍ଲାର ଭେଜି ଅଞ୍ଚଳରେ ଆଜି ସକାଳ ସମୟରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ନକ୍ସଲ ନିପାତ ହୋଇଥିବା ସୂଚନା ଦେଇଛି ସୁକମା ପୋଲିସ । ବର୍ତ୍ତମାନ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Maoist Attack in Dantewada: ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ

ମିଳିଥିବା ସୂଚନା ଅନୁଯାୟୀ, ଭେଜି ଅଞ୍ଚଳରେ ନକ୍ସଲ ଗତିବିଧି ନେଇ ଏକ ବିଶେଷ ସୁତ୍ରରୁ ସୂଚନା ପାଇଥିଲା ପୋଲିସ । ଏହାପରେ ଉକ୍ତ ସ୍ଥାନରେ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ ନକ୍ସଲ ଗୁଳି ଚାଳନା କରିଥିଲେ । ଫଳରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ 2 ନକ୍ସଲ ନିହତ ହୋଇଥିଲେ । ବର୍ତ୍ତମାନ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ବହୁ ନକ୍ସଲ ଏଠାରେ ଲୁଚି ରହିଥିବା ଆଶଙ୍କା କରାଯାଉଛି । ମୃତ ନକ୍ସଲଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-Boat capsizes in Malappuram: ୨୨ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଗତ ଏପ୍ରିଲ 26 ତାରିଖରେ ଛତିଶଗଡ ଦନ୍ତେଓ୍ବାଡାର ଆରନପୁରରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା । ଦନ୍ତେୱାଡା ପୋଲିସର ଡିଆରଜିଏ ଯବାନମାନେ ଆରାନପୁର ନିକଟ ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ । ଅପରେସନ ସାରି ଫେରୁଥିବା ବେଳେ ବାଟରେ ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଆଇଡି ବିସ୍ଫୋରଣ ହୋଇଥିଲା । ଫଳରେ 10 ଯବାନ ଶହୀଦ ହେବା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଛତିଶଗଡରୁ ଓଡି଼ଶା ଆସୁଛନ୍ତି ୯୦ ପ୍ରତିଶତ ମାଓବାଦୀ, ସୀମାନ୍ତ ଜିଲ୍ଲାରେ ହାଇ ଆର୍ଲଟ

ଏହି ଘଟଣାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏପ୍ରିଲ 30 ତାରିଖରେ ତିନିଜଣ ହାର୍ଡକୋର ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ସୁରକ୍ଷା ବାହିନୀ । ଗିରଫ ତିନି ନକ୍ସଲ ପୂର୍ବରୁ ହୋଇଥିବା ଏକାଧିକ IED ବିସ୍ଫୋରଣ, ରାସ୍ତା ଅବରୋଧ ଏବଂ ହତ୍ୟା, ଅପହରଣ ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ପୋଲିସ କହିଥିଲା । ଡିଆରଜିଏବଂ କେନ୍ଦ୍ରୀୟ ଫୋର୍ସ ଇଣ୍ଡୋ-ତିବ୍ବତ ସୀମା ପୋଲିସ ଦଳ ସେମାନଙ୍କୁ ଗିରଫ କରିଥିଲା ଗିରଫ ନକ୍ସଲଙ୍କ ମଧ୍ୟରୁ ଦୁଇଜଣ ମହିଳା ଏବଂ ଜଣେ ପୁରୁଷ ନକ୍ସଲ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.